ଆଶ୍ଚର୍ଯ୍ୟ ଘଟଣା ! ବାହାଘର ପରେ ବର କନ୍ୟାଙ୍କ ଆରମ୍ଭ ହେଲା ଯୁକ୍ତିତର୍କ, ଚଉଠି ରାତିରେ ହେଲା ମାରପିଟ୍ ଆଉ ତାପରେ…

ବିବାହ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ ଏକ ନୈତିକତା ଏବଂ ଗୁରୁତ୍ୱପୂର୍ଣ୍ଣ ଡୋର ସ୍ୱରୂପ ପବିତ୍ର ବନ୍ଧନରେ ବାନ୍ଧି ଦେଇଥାଏ।ପରେ ପରସ୍ପର ପରସ୍ପର ପ୍ରତି ସ୍ନେହ ପ୍ରେମ ଭଲପାଇବା ସହ ଜୀବନକୁ ସୁଖମୟ କରିବାକୁ ସଂକଳ୍ପ ନେଇଥାନ୍ତି ବିବାହ ବନ୍ଧନରେ ଆବଦ୍ଧ ହେବା ପରେ। ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି। ତାଙ୍କ ସ୍ବାମୀ ଦେଖିବା କୁ ସୁନ୍ଦର ହୋଇ ଥିବ ଓ ତାଙ୍କୁ ବହୁତ୍ ଭଲ ପାଉଥିବ।କୌଣସି କଷ୍ଟ ଅନୁଭବ କରିବା ପାଇଁ ଦେଉ ନଥିବ କି କୌଣସି ପରିସ୍ଥିତି ରେ ଯେପରି ତା’ ହାତ ଛାଡ଼ି ଯିବ ନାହିଁ।

ସେହିପରି ସମାନ ଭାବରେ ସ୍ବାମୀ ମଧ୍ୟ ସ୍ତ୍ରୀ ପାଖରୁ ଭଲପାଇବା, ଆଦରତା ଏବଂ ଯତ୍ନଶୀଳ ଗୁଣ ଆଶା କରିଥାଏ। କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ।

ତେବେ କେତେବେଳେ ଏହି ବିବାହ ଯୁବତୀ ପାଇଁ ତ ପୁଣି କେତେବେଳେ ଯୁବକ ପାଇଁ ଅଭିଶାପ ପାଲଟି ଯାଇଥାଏ।ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ବୋଲି କୁହା ଯାଏ।ତାପରେ କାହିଁକି ସେମାନଙ୍କ ସଂପର୍କରେ ତିକ୍ତତା ଆସେ ଏବଂ ସେମାନେ ଏଭଳି କିଛି ନିଷ୍ପତ୍ତି ନିଅନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ଏଥିପାଇଁ ରହିଥାଏ ଅନେକ କାରଣ ଏବଂ ଅସମାହିତ ପ୍ରଶ୍ନ।

ସେହିପରି ଏକ ଘଟଣା ନିକଟରେ ଉତ୍ତରପ୍ରଦେଶ ରେ ଘଟିଛି। ଯେଉଁଠି ଯୁକ୍ତିତର୍କ ପରେ ଚଉଠି ରାତିରେ ସ୍ବାମୀ ସ୍ତ୍ରୀ ଭିତରେ ହେଲା ମାରପିଟ୍।ପ୍ରଥମେ ବର ଓ କନ୍ୟା ଭିତରେ ବିବାହ ପରେ ଶାଶୁ ଘରେ ପହଞ୍ଚିବା ପରେ ଯୁକ୍ତିତର୍କ ହେଉଥିଲା କୌଣସି ଏକ କାରଣକୁ ନେଇ।ଏଥିରେ ଶାଶୁଘର ଲୋକେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।ପରେ ସମସ୍ତେ ମିଶି କନ୍ୟାକୁ ଯିଏକି ନୂଆ କରି ବିବାହ କରି ଶାଶୁ ଘରକୁ ଆସିଛି ତାକୁ ପିଟିବାକୁ ଲାଗିଥିଲେ।ଏହାପରେ ଦୁଃଖ ଏବଂ କ୍ରନ୍ଦନ ଭିତରେ ବିତିଲା ନବ ବଧୂ ର ଚଉଠି ରାତି।

ଏହାପରେ କନ୍ୟା ଏବିଷୟରେ ବାପ ଘରକୁ ଜଣାଇବା ପରେ ବାପଘର ଆସି କନ୍ୟାକୁ ସେଠାରୁ ନେଇଯିବା ସହ ଥାନାରେ ଏ ବିଷୟରେ ଅଭିଯୋଗ ମଧ୍ୟ କରିଥିଲେ। ଏହାକୁ ନେଇ ସ୍ବାମୀ କହିଛନ୍ତି ଯେ ଚଉଠି ରାତିରେ ସ୍ତ୍ରୀ କ୍ରମାଗତ ଭାବରେ ଶେଯରେ କାହା ସହ କଥା ହେଉଥିଲେ,ସେହି କଥାକୁ ପଚାରିବାରୁ ଏ କଥାକୁ ନେଇ ସେମାନଙ୍କ ଭିତରେ ସାମାନ୍ୟ ବଚସା ହୋଇଥିଲା ଓ ପରେ ଯୁକ୍ତିତର୍କ ବଢ଼ି ଗାଳି ଗୁଲଜ ସହିତ ମାରପିଟ୍ ମଧ୍ୟ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।