ଆଶ୍ଚର୍ଯ୍ୟ ! ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଲା ଶ-ବ, କର୍ମଚାରୀମାନେ ହୋଇଗଲେ ଆଶ୍ଚର୍ଯ୍ୟ ! ପୁରା ଘଟଣା ଜାଣିଲେ ଗୋଡ ତଳୁ ମାଟି ଖସି ଯିବ…

ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଅନେକ ଘଟଣା ସାମ୍ନାକୁ ଆସୁଛି। ଯଦି କୌଣସି ଆଶ୍ଚର୍ଯ୍ୟକର ଘଟଣା ଘଟୁଛି ତାହାଲେ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଉଛି। ଲୋକମାନେ ମୋବାଇଲରୁ ମୋବାଇଲ ସେୟାର କରିଥାନ୍ତି। ବର୍ତ୍ତମାନ ସମାଜରେ ଏପରି ଅନେକ ଘଟଣା ଘଟୁଛି ଯାହାକୁ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ।

ତେବେ ଆଜି ଆମେ ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଜଣେଇବାକୁ ଯାଉଛୁ, ଘଟଣାଟି ହେଉଛି ମୃତ ବ୍ୟକ୍ତି ଅର୍ଥାତ ଶବ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ତେବେ ଏହିଭଳି ଏକ ଘଟଣା ବିଶ୍ୱାସ ହେଉନଥିଲେ ବି ସତରେ ଘଟିଛି। ଯାହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ପ୍ରସଙ୍ଗରେ।

ଏହିପରି ଏକ ଆଶ୍ଚର୍ଯ୍ୟକର ଘଟଣାଟି ଘଟିଛି ବିହାରର ରାଜଧାନୀ ପାଟଣାର ଶାହଜହାନପୁର ପୋଲିସ ଷ୍ଟେସନ ଅଞ୍ଚଳର ସିଗରୀୟାବାନ ଗାଁରେ। ସେହି ଗାଁରେ କାନାରା ବ୍ୟାଙ୍କର ଏକ ଶାଖା ଅଛି। ସିଗରୀୟାବାନ ଗାଁର ମହେଶ ଯାଦବଙ୍କର ମଙ୍ଗଳବାର ସକାଳେ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା। ତାଙ୍କ ବୟସ ହାରାହାରି ୫୫ ବର୍ଷ ହେବ।

ମହେଶ ଯାଦବଙ୍କର ନିଜର ବୋଲି କେହି ନଥିଲେ ସେ ଏକା ଥିଲେ। ସେ ବ୍ୟାଙ୍କରେ କିଛି ଟଙ୍କା ରଖିଥିଲେ। ତାଙ୍କର ମୃତୁ ହେବାରୁ ଗ୍ରାମବାସୀ ସମସ୍ତେ ମିଶି ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ସ୍ଥିର କରିଥିଲେ। ମହେଶ ଯାଦବଙ୍କ ରଖିଥିବା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତ ବ୍ୟାଙ୍କଵାଲା ଟଙ୍କା ଦେବାକୁ ସିଧା ସଳଖ ମନା କରିଦେଇଥିଲେ।

ଏହାପରେ ଗ୍ରାମବାସୀ ରାଗିଯାଇ ମୃତ ଶବକୁ ନେଇ ବ୍ୟାଙ୍କ ଆଗରେ ରଖିଥିଲେ ଏହା ଦେଖି ବ୍ୟାଙ୍କର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ମହେଶ ଯାଦବଙ୍କର ଶବକୁ ପକେଇ ରଖିଥିଲେ। ଗ୍ରାମବାସୀମାଙ୍କର ଏକ ଜିଦ ଟଙ୍କା ନେଲେ ଯିବେ ନହେଲେ ଯିବେନି ସେମିତି ଶବ ପଡିରହିବ। ଶେଷରେ ବାଧ୍ୟ ହୋଇ ବ୍ୟାଙ୍କ ମ୍ୟାନେଜର ନିଜ ପକେଟରୁ ୧୦ହଜାର ଟଙ୍କା ଦେଇଥିଲେ ଏବଂ ଗ୍ରାମବାସୀଙ୍କୁ ଶାନ୍ତ କରିଥିଲେ। ସେମାନେ ଶବ ନେଇ ଯାଇଥିଲେ ଅନ୍ତିମ ସତ୍କାର ପାଇଁ।

ପ୍ରକୃତ କଥା ହେଉଛି, ମହେଶ ଯାଦବଙ୍କର କେହି ନଥିଲେ । ସେ କାନାରା ବ୍ୟାଙ୍କରେ ଖାତା ଖୋଲିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ୧ଲକ୍ଷ ୧୮ହଜାର ଟଙ୍କା ଥିଲା। ସେ କାହାକୁ ବି ନୋମିନ ରଖି ନଥିଲେ ଏବଂ ତାଙ୍କର KYC ମଧ୍ଯ ହୋଇନଥିଲା। ଯେତେବେଳେ ଗ୍ରାମବାସୀ ମହେଶ ଯାଦବଙ୍କର ଅନ୍ତିମ ସତ୍କାର କରିବା ପାଇଁ ବ୍ୟାଙ୍କକୁ ଟଙ୍କା ନେବା ପାଇଁ ଆସିଥିଲେ  ।

ବ୍ୟାଙ୍କ ମ୍ୟାନେଜର ସଞ୍ଜୀବ କୁମାର କହିଥିଲେ ଯେ, ଟଙ୍କା ଉଠାଇବା ପାଇଁ ହେଲେ ବ୍ୟାଙ୍କର ଏକ ପ୍ରକ୍ରିୟା ରହିଛି। ଏହା ବ୍ୟତୀତ ମହେଶ ଯାଦବ କାହାକୁ ବି ନୋମିନ ରଖିନାହାନ୍ତି ଏବଂ KYC ମଧ୍ୟ ହୋଇନହିଁ। ସେଥିପାଇଁ କାଗଜ ପତ୍ର ସହ କିଛି ସମୟ ଲାଗିବ। ଏପରି ଘଟଣା ନିଶ୍ଚତ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥିବ। ତେବେ ଏହିପରି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲହଲଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।