ଆସନ୍ତା କାଲି ହେବାକୁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଜାଣନ୍ତୁ ଏହାର ସମୟ ଏବଂ କଣ କରିବେ ଓ କଣ କରିବେ ନାହିଁ…
ପୁଣି ଆସୁଛି ଆଉ ଏକ ଚନ୍ଦ୍ର ଗ୍ରହଣ। ହିନ୍ଦୁ ପାଞ୍ଜି ଅନୁସାରେ ଏହି ମାସ 30 ତାରିଖ ଦିନ ଏହି ଗ୍ରହଣ ଲାଗିବ।ଏହା ଚଳିତ ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ହୋଇ ଥିବାରୁ ଏହାର ବିଶେଷ ମହତ୍ତ୍ଵ ଥିବା କଥା କୁହା ଯାଉଛି।ତେବେ ଏହା ଏସିଆ, ଅଷ୍ଟ୍ରେଲିଆ ଏବଂ ଆମେରିକା ର କିଛି ଭାବରେ ଦେଖା ଯିବ ବୋଲି ଜଣା ପଡିଛି।ତେବେ ଏଠାରେ ଦେଖା ଯିବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ରେ କିଛି କଥା ପ୍ରତି ବିଶେଷ ଦୃଷ୍ଟି ଦେବା ବିଶେଷ ଆବଶ୍ୟକ ଅଟେ। କାରଣ ଏହାର ବିଶେଷ ଗୁରୁତ୍ବ ରହିଛି।
ଏଥିପ୍ରତି ଧ୍ୟାନ ନଦେଲେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି ଆପଣ ମାନେ। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ କେନ୍ଦ୍ରିକ କରିବା ବିଧେୟ ଅଟେ।ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ର କିଛି ନିୟାମକ ବିଷୟରେ।
ଏବେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ର ସମୟ– ନଭେମ୍ବର ୩୦ ତାରିଖ ଅପରାହ୍ନ ଗୋଟାଏ ୪ ମିନିଟ୍ ରେ ଗ୍ରହଣ ଆରମ୍ଭ ହେବ। ଅପରାହ୍ନ ୩ ଟା ୧୩ ମିନିଟ୍ ରେ ଗ୍ରହଣ ର ମଧ୍ୟକାଳ ହୋଇଥିବା ବେଳେ ସଂଧ୍ୟା ୫ ଟା ୨୨ ମିନିଟ୍ ରେ ଗ୍ରହଣ ସମାପ୍ତ ହେବ।ଏହା ହେଉଚି ଚନ୍ଦ୍ର ଗ୍ରହଣ ର ସମୟ।ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ ସମୟ ରେ କଣ କରିବା ଏବଂ କଣ ନକରିବା ଦରକାର୍।
ବିଶେଷ କରି ଗ୍ରହଣ ସମୟକୁ ବହୁତ୍ ଅଶୁଭ ବୋଲି ଧରା ଯାଇଥାଏ।ଏହି ଚନ୍ଦ୍ର ଗ୍ରହଣ ସମୟରେ କିଛି କାର୍ଯ୍ୟ ନକରିବା କୁ ବାରଣ ମଧ୍ୟ କରା ଯାଇଥାଏ। ଉଦାହରଣ ସ୍ୱରୂପ ଗ୍ରହଣ ସମୟରେ ଗର୍ଭବତୀ ମହିଳା ଭୋଜନ କରିବା ଉଚିତ୍ ନୁହଁ। ବିଶେଷ କରି ଗର୍ଭବତୀ ମହିଳା ମାନେ ଘରୁ ବାହାରକୁ ବାହାରିବା ଅନୁଚିତ୍।
ଏହି ସମୟରେ ଯାତ୍ରା ମଧ୍ୟ କରିବା ଅନୁଚିତ୍। କାରଣ ଗ୍ରହଣ ସମୟରେ ଚନ୍ଦ୍ରମା ପୀଡ଼ିତ ଥାଆନ୍ତି।ତେଣୁ ଗ୍ରହଣ ସମୟରେ ଏଭଳି ଉର୍ଯା ବାହାରିଥାଏ ଯାହା ଭୁଲ୍ ପ୍ରଭାବ ପକାଇଥାଏ।ସେହି ପାଇଁ ଏହି ସମୟରେ ଘରେ ରହିବା ଉଚିତ୍। ବିଶେଷ କରି ଗ୍ରହଣ ସମୟରେ ଭଗବାନ ଙ୍କୁ ପ୍ରାର୍ଥନା କରିବା ଉଚିତ୍।
ଯେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥାଏ ସେତେବେଳେ ସୁତକ ସମୟ ପ୍ରତି ଧ୍ୟାନ ଦେବା ଉଚିତ୍।ସେହି ସମୟରେ ସବୁ ନିୟମ ପାଳନ କରିବା ବିଧେୟ। ଏମିତିକି ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୁତକ ସମୟରେ କୌଣସି ପୂଜା ପାଠ କିମ୍ବା ପୂଜା କର୍ମ କରା ଯାଏ ନାହିଁ।
ନଭେମ୍ବର ୩୦ ରେ ଲାଗିବାକୁ ଥିବା ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କୁ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହା ଯାଉଛି।ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ହୋଇ ଥିବାରୁ ଏଥିରେ ସୂତକ ସମୟ ରହିବ ନାହିଁ। କିନ୍ତୁ କିଛି ମାମଲାରେ ସୂତକ ସମୟର ନିୟମ କୁ ପାଳନ କରିବାକୁ କୁହା ଯାଇଥାଏ। କିନ୍ତୁ ଉପଛାୟା ଚନ୍ଦ୍ର ଗ୍ରହଣ ରେ ସୂତକ ନିୟମ ପାଳନ କରିବା ଅନିର୍ବାର୍ଯ୍ୟ ନୁହେଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।