ଅର୍ଚ୍ଚନା ନାଗୁଣୀ କାମୁଡ଼ିଲା ପୋଲିସ୍ ଡିପାର୍ଟମେଣ୍ଟକୁ !ଏମିତି କିଛି କହି ଆଉ ମିଡିଆକୁ ଉତ୍ତର ଦେଲେ ନାହିଁ ପୂର୍ବତନ ଡିସିପି ଉମାଶଙ୍କର

ଅର୍ଚ୍ଚନା ନାଗ୍ ଙ୍କ କଥା ପଚାରିଲେ ପୋଲିସ କମିଶନର ଙ୍କ ନାହି ଡେଉଁଛି।ଆଉ ମୁହଁ ବୁଲେଇ ଚାଲି ଯାଉଛନ୍ତି। କଣ ଅର୍ଚ୍ଚନା ନାଗୁଣି କାମୁଡ଼ି ଦେଇଛି ପୋଲିସ ଡିପାର୍ଟମେଣ୍ଟ କୁ।ପୋଲିସ ଡିପାର୍ଟମେଣ୍ଟ ପାଖରେ ଏହି ଅର୍ଚ୍ଚନା ନାଗୁଣି କୁ ବଶ କରିବା ପାଇଁ କିଛି ଦ୍ୱନ୍ଦ ହିଁ ନାହିଁ। ନା ଏ ହଳାହଳ ନାଗୁଣି ସହିତ ଚାଲେଞ୍ଜ ନେବାକୁ ଚାହୁଁନି ପୋଲିସ୍। କଣ ଏହି ନାଗୁଣି କୁ ବଶ କରିବା ପାଇଁ ପୋଲିସ ପାଖରେ ସେ ବିନ ନାହିଁ। ଯାହାକୁ ବଜେଇଲେ ନାଗୁଣି କାମୁଡ଼ିବା ପରିବର୍ତ୍ତେ ନାଚିବାକୁ ଆରମ୍ଭ କରିବ।

ଗଣମାଧ୍ୟମ ସାମ୍ବାଦିକ ପଚାରିଲେ ଅର୍ଚ୍ଚନାଙ୍କ କଥା ଆଉ କିଭଳି ମୁହଁ ଭାଙ୍ଗି ପଳେଇ ଯାଉଛନ୍ତି ପୋଲିସ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହୁଥିଲେ ଏ ସାଇବର କ୍ରାଇମ ସାଇବର ସଚେତନତା ବିଷୟରେ।

ସବୁକିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ଏହା ଭିତରେ ଜଣେ ସାମ୍ବାଦିକ ପଚାରି ଦେଇଥିଲେ ଅର୍ଚ୍ଚନାଙ୍କ କଥା। ବାସ୍ ସେତିକି ହିଁ ସାମ୍ବାଦିକ ଜଣକ ପଚାରିଥିଲେ କିନ୍ତୁ କମିଶନର ଜଣକ ମୁହଁ ବୁଲେଇ ହାତ ହଲେଇ ଚାଲି ଗଲେ। ଅର୍ଥାତ୍ ମୋତେ ପଚାରନି, ବୋଧହୁଏ ଅଜାଗା ଘା କୁ ହାତ ମାରି ଦେଲା ଭଳି ଲାଗିଗଲା କି ନା ଅତି ସମ୍ବେଦନଶୀଳ କଥା ପଚାରି ଦେଇଥିଲେ ସାମ୍ବାଦିକ ଜଣକ।

 ଆଉ ଭିଡିଓ ରେ ଦେଖିବାକୁ ପାଇବେ ପୂର୍ବତନ ଡିସିପି ଉମାଶଙ୍କର ଦାସ ସେହି ସମ୍ବାଦିକ ଙ୍କୁ ଆଖି ଦେଖାଉଥିଲେ। ସତେ ଅବା କେହି ଯେମିତି ତାଙ୍କ ମୋବାଇଲ ପାସୱାର୍ଡ ପଚାରି ଦେଇଛନ୍ତି। ତେବେ ବାସ୍ତବିକ ଘଟଣା କଣ? କାହିଁକି ଅର୍ଚ୍ଚନା ର ମାମଲାରେ ସମସ୍ତେ ଚୁପ ହୋଇ ଯାଉଛନ୍ତି। ଡିସିପି ଙ୍କ ଠାରୁ ଆରମ୍ଭ କରି କମିଶନର ପର୍ଯ୍ୟନ୍ତ ସମସ୍ତେ ଏବେ ପୁରା ଚୁପ ହୋଇ ବସିଛନ୍ତି ଅର୍ଚ୍ଚନା ଙ୍କ କେସ୍ ରେ।

ଦିନ ଗଡ଼ୁଛି ଏବଂ ପୋଲିସ୍ ମଧ୍ୟ କିଛି କରି ପାରୁ ନାହାନ୍ତି। ତେବେ ଗଣମାଧ୍ୟମ କରିବେ ତ କରିବେ କଣ। ଲୋକ ବି ବସେଇ ଉଠେଇ ଦେଉନି। କେଉଁ କେଉଁ ନେତା ମନ୍ତ୍ରୀ ଅଛନ୍ତି ତୁରନ୍ତ ଫୋଟ ଦେଖିବା ପାଇଁ ଏଠି ଲୋକେ ବ୍ୟସ୍ତ ଓ ବିବ୍ରତ ହୋଇ ଉଠିଲେଣି। ତେବେ ଗଣମାଧ୍ୟମ ଆଣିବ ତ ଜାନିଷଜିନିଷ ଆଣିବ କେଉଁଠୁ।

ତଦନ୍ତ ର ଦିଗ ଉପରେ ମଧ୍ୟ ଅନେକ ସାରା ପ୍ରଶ୍ନ ଉଠିଛି। ତେବେ ଅନ୍ଯ ସବୁ ଦିଗରେ ପୋଲିସ ନିଜ ଆଡ଼ୁ ସବୁ ତଥ୍ୟ ଦେଉଥିବା ବେଳେ କେବଳ ଅର୍ଚ୍ଚନା ନାଗ ପାଖରେ ହିଁ କାହିଁକି ବାଟ ଭାଙ୍ଗି ଦେଉଛି ପୋଲିସ, କାହିଁକି ଏମିତି ଗଣମାଧ୍ୟମ ପ୍ରଶ୍ନରେ ମୁହଁ ମୋଡ଼ିଦେଲେ କମିଶନର। ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ନେତା ମନ୍ତ୍ରୀ ଙ୍କ ଚାପରେ କଣ ପୋଲିସ୍ ଚୁପ ରହିଛି। କୁହାଯାଇଛି ଅର୍ଚ୍ଚନା ନାଗ ଙ୍କ କେସରେ ମାଳ ମାଳ ପୋଲିସ, ନେତା, ମନ୍ତ୍ରୀ ସବୁ ଯୋଡ଼ିତ ଅଛନ୍ତି।