ଆନ୍ଦୋଳନକୁ ତୀବ୍ର କଲେ କୃଷକ ସଂଗଠନ, ଡିସେମ୍ବର ୮ରେ ପୁଣି ‘ଭାରତ ବନ୍ଦ’ ଡାକରା, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ପୁଣି ହେବାକୁ ଯାଉଛି ଆଉ ଏକ ଭାରତ ବନ୍ଦ। କୃଷକ ମାନଙ୍କ ଦାବି କୁ ପୂରଣ କରିବା ନିମନ୍ତେ ଯଦିଓ ସରକାର ଏଥିପାଇଁ ଆଲୋଚନା କରିଛନ୍ତି ତଥାପି ନୂଆ କୃଷି ଆଇନକୁ ନେଇ କୃଷକ ସଂଘ ଭାରତ ବନ୍ଦ କରିବାକୁ ଆହ୍ବାନ ଦେଇଛି।ଏବେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଯଦିଓ ଜାରି ରହିଛି ତଥାପି ସେମାନଙ୍କ କହିବା ଅନୁସାରେ ଯଦି ସରକାରଙ୍କ ସହିତ ଏହି ଆଲୋଚନା ସକାରାତ୍ମକ ନହୁଏ କିମ୍ବା ବିଫଳ ହୁଏ  ।

ତେବେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥଗୁଡ଼ିକୁ ବନ୍ଦ କରି ଦିଆଯିବା ସହିତ ଖାଦ୍ୟ ଓ ଜରୁରୀ ସାମଗ୍ରୀର ଯୋଗାଣକୁ ମଧ୍ୟ ବନ୍ଦ କରି ଦିଆଯିବ ବୋଲି ଧମକ ଦେଇଛନ୍ତି କୃଷକ ନେତା ମାନେ।

ଏଥିପାଇଁ ଆସନ୍ତା ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୮ ତାରିଖ ଭାରତ ବନ୍ଦ ପାଇଁ ସେମାନେ ଡାକରା ଦେଇଛନ୍ତି।ଆଉ ଏହି ଭାରତ ବନ୍ଦ ରେ ରାଜଧାନୀ ସମେତ ଭାରତର ସମସ୍ତ ରାଜପଥ ଗୁଡ଼ିକ ବନ୍ଦ କରି ଦିଆଯିବ ଏବଂ ଦେଶରେ ଥିବା ସମସ୍ତ ଟୋଲ୍ ଗେଟ୍ ମଧ୍ୟ ବନ୍ଦ ରହିବ। ଫଳସ୍ଵରୁପ ସରକାର୍ ସେସବୁରୁ ରାଜସ୍ବ,ଟିକସ ଆଦାୟ କରି ପାରିବେ ନାହିଁ।

ତେବେ ଏହିଭଳି କୃଷକ ନେତା ମାନଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ସରକାର ଏମଏସପି ଯାହା ସର୍ବନିମ୍ନ ସହାୟକ ମୂଲ୍ୟ ଅଟେ,ସେ ସମ୍ପର୍କରେ କୃଷକ ମାନଙ୍କର ଦାବି ଉପରେ ବିଚାର ଜାରି ରଖିଛନ୍ତି ଏବଂ ଏମଏସପି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତ।

ଏହା ସହିତ ଆଲୋଚନା ଭିତ୍ତିରେ ଏହି ସମସ୍ୟାର ସମାଧାନ ହେଉ ବୋଲି ସରକାର ଚାହାନ୍ତି। ତେବେ ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି ନ କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି। କାରଣ ଏହା ଦ୍ବାରା ଏକ ଅପ୍ରୀତିକର ବାତାବରଣ ସୃଷ୍ଟି ହେଉଛି। ଯାହାର ସମାଧାନ ଜଟିଳ କରିବାକୁ ଚାହୁଁଛନ୍ତି ରାଜନୈତିକ ଦଳ ବିଶେଷ ମାନେ ।

ଆଉ ଯେଉଁ କାରଣ ପାଇଁ ଏହି ଭଳି ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟରେ ମଧ୍ୟ ଏକ ମାମଲା ରୁଜ୍ଜୁ ହୋଇଛି। କାରଣ ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ଜରୁରୀ କାଳୀନ ସାମଗ୍ରୀ ଯୋଗାଣ ସହିତ ମେଡିକାଲ ସେବା କ୍ଷେତ୍ରରେ ମଧ୍ୟ ସେବା କାର୍ଯ୍ଯ ପ୍ରଭାବିତ ହେଉଛି ବୋଲି ଆବେଦନ ରେ କୁହା ଯାଇଛି।

ଆଉ ଏମିତି ରେ ସରକାର ବାରମ୍ବାର ଆଲୋଚନା ଭିତ୍ତିରେ ଏହାର ସମାଧାନ ପୂର୍ବକ ଗତକାଲି ସରକାର ଓ କୃଷକ ସଂଗଠନ ଗୁଡ଼ିକ ମଧ୍ୟରେ ୪ର୍ଥ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଆଉ ଏହି ଆଲୋଚନା ରେ କେତେକ ସକାରାତ୍ମକ ଫଳ ମିଳିଥିଲା କିନ୍ତୁ କୌଣସି ସଠିକ୍ ନିଷ୍ପତ୍ତି ହୋଇ ପାରିନଥିଲା ।ଯେଉଁ କାରଣରୁ ଆସନ୍ତା କାଲି ପୁଣି ଥରେ ସରକାର ଏହାଉପରେ ଆଲୋଚନା କରିବାକୁ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।