ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥାଏ କେତେ ଦରମା ଏବଂ ଆଉ କେଉଁ କେଉଁ ସୁବିଧା ମିଳିଥାଏ ଜାଣନ୍ତୁ

ଆପଣମାନେ ଜାଣିଛନ୍ତି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଆମେରିକା।ଏବେ ନିକଟରେ ନିର୍ବାଚନ ପରେ ନୂଆ ରାଷ୍ଟ୍ରପତି ପାଇଲା ଆମେରିକା। ବାଜି ମାରିଲେ ଜୋ ବାଇଡେନ୍‌ ଏବଂ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ସେ ଆମେରିକାରେ। ସେ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ମିଳିଛି ୨୭୩ ଇଲେକ୍ଟୋରାଲ୍‌ ଭୋଟ୍‌ ।ତେବେ ଟ୍ରମ୍ପଙ୍କ ଖାତାରେ ପଡ଼ିଛି ୨୧୪ ଟି ଇଲେକ୍ଟୋରାଲ୍‌ ଭୋଟ୍‌।

ବାଇଡେନ୍‌ ଏହି ବିଜୟ ହାସଲ କରି ସର୍ବାଧିକ ଭୋଟରେ ବିଜୟ ହାସଲ କରିବାର ଇତିହାସ ସୃଷ୍ଟି କରିଛନ୍ତି ସେ।ତେବେ ଆମେ ଆଜି ଆଲୋଚନା କରିବା ଆମେରିକା ର ରାଷ୍ଟ୍ରପତି ଙ୍କୁ ମିଳୁଥିବା ସୁବିଧା ସୁଯୋଗ ଏବଂ ସେମାନଙ୍କର ଦରମା ବିଷୟରେ।

ଆମେରିକା ରାଷ୍ଟ୍ରପତି ଙ୍କୁ ଅନେକ ସୁବିଧା ସୁଯୋଗ ମିଳିଥାଏ ଏବଂ ତାଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିଥାଏ।ତେବେ ସେମାନଙ୍କୁ ବାର୍ଷିକ ୪୦୦୦୦୦ ଡଲାର୍ ବେତନ ମିଳିଥାଏ। ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ତାହା ୨.୯ କୋଟି ଅଟେ। କେବଳ ଏତିକି ନୁହେଁ ଏହାଛଡା ତାଙ୍କୁ ରହିବା ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଘର ସ୍ୱରୂପ ହ୍ଵାଇଟ ହାଉସ ମିଳିଥାଏ ଏବଂ ବ୍ୟକ୍ତିଗତ ବିମାନ, ହେଲିକପ୍ଟର ସୁବିଧା ଯୋଗାଇ ଦିଆଯାଏ।

ଯେତେବେଳେ ରାଷ୍ଟ୍ରପତି ଅବସର ନିଅନ୍ତି, ତାଙ୍କୁ ଅବସର କାଳୀନ ପେନ୍ସନ୍ ମଧ୍ୟ ଦିଆଯାଏ।ବାର୍ଷିକ ୫୦,୦୦୦ ଡଲାର ବା ୪୦ ଲକ୍ଷ ଟଙ୍କାର ଭତ୍ତା ମିଳିଥାଏ ଏଠାକାର ରାଷ୍ଟ୍ରପତି ଙ୍କୁ। ଏହାଛଡା ଏକ ଲକ୍ଷ ଡଲାର ୮୦ ଲକ୍ଷ ଟଙ୍କା ର ଯାତ୍ରା ମଧ୍ୟ କରି ପାରିବେ ରାଷ୍ଟ୍ରପତି । ଏହା ଉପରେ କୌଣସି ଟ୍ୟାକ୍ସ ମଧ୍ୟ ଲଗାଯାଏ ନାହିଁ।

ଏଥି ସହିତ, ସେ ବାର୍ଷିକ ମନୋରଞ୍ଜନ ଭତ୍ତା ଭାବରେ ୧୯୦୦୦ ଡଲାର ଅର୍ଥାତ୍ ୧୪ ଲକ୍ଷ ଟଙ୍କା ପାଇଥାନ୍ତି। ତାଙ୍କୁ ମିଳୁଥିବା ହ୍ଵାଇଟ ହାଉସ୍ ଛଅ ମହଲା ବିଶିଷ୍ଟ ଏବଂ ଏଥିରେ ୧୩୨ ଟି ରୁମ୍ ରହିଛି । ଯେଉଁଥିରେ ଟେନିସ୍ କୋର୍ଟ ଏବଂ ଅନେକ ରୁମ୍ ସହିତ ସୁଇମିଂ ପୁଲ୍ ର ବ୍ୟବସ୍ଥା ରହିଛି। ଏହାଛଡା ହ୍ୱାଇଟ ହାଉସ୍ ରେ ୫୧ ଟି ସିଟ୍ ବିଶିଷ୍ଟ ଥିଏଟର ମଧ୍ୟ ରହିଛି ।

ଯେଉଁଠାରେ ଚଳଚ୍ଚିତ୍ରର ସ୍କ୍ରିନିଂ ସହିତ ଖେଳ ଆଦି କାର୍ଯ୍ୟକ୍ରମ ହୋଇଥାଏ।ଏଠାରେ ଏକ ପ୍ରଶସ୍ତ ବଗିଚା ମଧ୍ୟ ରହିଛି।ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସ୍ଥାୟୀ ଭାବରେ ଏଠାରେ ବାସ କରନ୍ତି।ଏହାଛଡା ରାଷ୍ଟ୍ରପତି ଙ୍କୁ ଯାତ୍ରା କରିବା ପାଇଁ ସ୍ଵତନ୍ତ୍ର ସୁରକ୍ଷିତ ବିମାନ ଜୋ ବୋଇଙ୍ଗ ୭୪୭ ବିମାନ ମିଳିଥାଏ ଯେଉଁଥିରେ ୪୦୦୦ ବର୍ଗଫୁଟର ଜାଗା ରହିଥାଏ।

ଏହି ବିମାନରେ ଏକ ମେଡିକାଲ୍ ଅପରେଟିଂ ରୁମ୍, ରାଷ୍ଟ୍ରପତିଙ୍କ ପାଇଁ ଏକ ଘରୋଇ କୋଠରୀ ସହ ଏକ ସମୟରେ ୧୦୦ ଜଣ ଲୋକ ବସିବା ପାଇଁ ସ୍ଥାନ ମଧ୍ୟ ରହିଛି।ତେବେ ଏହି ବିମାନ ଉଡ଼ିବା ପାଇଁ ୧ ଘଣ୍ଟାରେ ୨୦୦୦୦୦ ଡଲାର୍ ଖର୍ଚ୍ଚ ହୋଇଥାଏ। ଏହାଛଡା ଆମେରିକା ରାଷ୍ଟ୍ରପତିଙ୍କୁ ବୁଲେଟ୍ ପ୍ରୁଫ ଏବଂ ବୋମା ପ୍ରୁଫ ବାହନ ଦ ବିଷ୍ଟସ କାରର ସୁବିଧା ମଧ୍ୟ ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।