ଆଜି ପୁଣି ଓଡିଶା କଳାକାର ଜଗତକୁ ଆସିଲା ବଡ ଦୁଃଖ ଖବର । ଆଉ ନାହାନ୍ତି ଏହି ପ୍ରସିଦ୍ଧ କଳାକାର, ହୃଦ ଘାତରେ ହେଲା ପରଲୋକ…..

ଓଡ଼ିଆ ସିନେମା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର। କାରଣ ନିକଟରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ଘଟିଛି ।ସେ ଆମ ସମସ୍ତଙ୍କୁ ଛାଡ଼ି ଇହ ଧାମ ତ୍ୟାଗ କରିଛନ୍ତି। ମାତ୍ର ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିବା ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି।ନିଜର ଜଟଣୀ ସ୍ଥିତ ବାସଭବନ ରେ ତାଙ୍କର ପରଲୋକ ହୋଇଛି ବୋଲି ସୂଚନା ରହିଛି ।

ଶରୀର ଅସୁସ୍ଥତା ଥିବା ବେଳେ ରାଜୁ ମିଶ୍ରଙ୍କ ପରଲୋକ ହୃଦଘାତରେ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଏବେ ସିନେମା ଜଗତରେ ଏକ ଶୋକର ଛାୟା ଖେଳି ଯାଇଛି।

ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଭୂମିକା ଏବଂ ଅବଦାନ ବହୁତ୍ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି।ତେବେ ସେ ଜଣେ ସଫଳ ନିର୍ଦେଶକ ଭାବରେ ବେଶ୍ ଜଣା ଶୁଣା ଅଟନ୍ତି। ତାଙ୍କର ନିର୍ଦ୍ଦେଶନା ରେ ଓଡ଼ିଶାର ଦର୍ଶକ ବୃନ୍ଦ ଅନେକ ସିନେମା ଦେଖିବାର ସୁଯୋଗ ପାଇଛନ୍ତି।

ତେବେ ତାଙ୍କର ନିର୍ଦ୍ଦେଶିତ ଫିଲ୍ମ୍ ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ପୁଅ ମୋର କଳା ଠାକୁର , ଯୋର ଜାର ମୁଲକ ତାର, ଜୀବନ ମୃତ୍ୟୁ, ହରି ଭାଇ ହାରେନା ଆଦି ଦର୍ଶକ ମାନଙ୍କ ମହଲରେ ବେଶ୍ ଗ୍ରହଣୀୟ ହୋଇଛି।ଏହି ଭଳି ଓଡ଼ଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏହି ଲୋକପ୍ରିୟ ନିର୍ଦେଶକ ରାଜୁ ମିଶ୍ର । ତେବେ କେବଳ ଓଡ଼ିଆ ଭାଷା ନୁହଁ ଓଡ଼ିଆ ସହ ବିଭିନ୍ନ ଭାଷାରେ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ।

ତେବେ ଉଲକା ଫିଲ୍ଲ ଥିଲା ତାଙ୍କ ପ୍ରଥମ ନିର୍ଦ୍ଦେଶନା।ସେ ଏହାର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।ଏହାପରେ ଏହାସହିତ ୨୦୧୨ରେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆ ଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ରାଜୁ ମିଶ୍ର ପୁରସ୍କୃତ ମଧ୍ୟ ହୋଇଥିଲେ।

ସବୁଠୁ ହିଟ୍ ସାବସ୍ତ୍ୟ ହୋଇଥିବା ଚକାଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର ଭଳି ଅନେକ ସୁପରହିଟ୍‌ ଫିଲ୍ମ ଦେଇ ସାରିଥିବା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କର ସୋମବାର ପରଲୋକ ଘଟିବା ସମସ୍ତଙ୍କୁ ଦୁଃଖିତ କରି ଦେଇଛି।ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ନିଶ୍ଚିତ ଭାବରେ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିବ।

ଓଡ଼ିଶା ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ ସମ୍ମାନ ଜୟଦେବ ପୁରସ୍କାରରେ ରାଜୁ ମିଶ୍ର ପୁରସ୍କୃତ ହୋଇଥିଲେ ମଧ୍ୟ ସେ ଓଡ଼ିଶା ପାଇଁ ଅନେକ ଅବଦାନ ଦେଇଥିଲେ। ସେ ସାଗର ଗଙ୍ଗା, ରୂପା ଗାଁର ସୁନା କନିଆ, ସତ ମିଛ, ଉଲ୍‌କା, ପଥର ଖସୁଛି ବଡ଼ ଦେଉଲୁ, ମମତା ମାଗେ ମୁଲ ଭଳି ଆଦି ଫିଲ୍ମରେ ନିର୍ଦ୍ଦେଶନା ଦେଇ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣି ପାରିଥିଲେ ଏବଂ ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।