ସାମ୍ନାକୁ ଆସିଲା New Twist- ଅନୁଭବ ଆଉ ମୋର ସମ୍ପର୍କ ବହୁତ ଆଗକୁ ବଢିଯାଇଛି ,ଦୁହିଁଙ୍କ ପରିବାର ସବୁ ଜାଣିଛନ୍ତି

ଅଭିନେତା ଅନୁଭବ ମହାନ୍ତି ମୋ ପାଇଁ କେବଳ ଜଣେ ସାଙ୍ଗ ନୁହନ୍ତି ବରଂ ସାଙ୍ଗ ଠାରୁ ଅଧିକା। ଆମ ଦୁହିଁଙ୍କ ସମ୍ପର୍କ କେବଳ ବନ୍ଧୁତାରେ ସିମୀତ ନାହିଁ ଆମେ ଦୁଇ ଜଣ ବହୁତ ଆଗକୁ ବଢ଼ି ଯାଇଛୁ। ଜାଗୃତି ଶୁକ୍ଳା ଗଣମାଧ୍ୟମ ସାମ୍ନାରେ ଖୁଲାସା କରିଛନ୍ତି ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା ଙ୍କ ସମ୍ପର୍କ ବିଷୟରେ। କେତେ ଦିନର ସମ୍ପର୍କ ଆଉ କେମିତି ସମ୍ପର୍କ ବନ୍ଧୁତାରୁ ବହୁ ଆଗକୁ ବଢ଼ି ଯାଇଥିଲା।

ହଁ ଆଜ୍ଞା ଅନୁଭବ ମହାନ୍ତି ଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଏଭଳି କିଛି କହିଛନ୍ତି ଗୋଟିଏ ଗଣମାଧ୍ୟମ ସାକ୍ଷାତକାର ସମୟରେ। ତେବେ ଆପଣମାନେ ଜାଣିଥିବେ ଦୁଇ ଦିନ ତଳେ ବସନ୍ତ କୁମାର ନାୟକ ଙ୍କ ଜୟନ୍ତୀ ଅବସରରେ ଗୋଟିଏ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସିଧା ଦିଲ୍ଲୀ ରୁ ଦୌଡ଼ି ଆସିଥିଲେ ବାନ୍ଧବୀ ଜାଗୃତି ଶୁକ୍ଳା।

ଆଉ ଅନୁଭବ ମହାନ୍ତି ସମସ୍ତଙ୍କ ଆଗରେ କିଭଳି ତାଙ୍କୁ ୱେଲକମ୍ କରିଥିଲେ ହାତ ମିଶାଇଥିଲେ ସେ ଦୃଶ୍ୟ ଆପଣ ଏହି ଭିଡିଓ ରେ ଦେଖିବା ପାଇଁ ପାଇବେ। ତେବେ ବହୁ ଆଗରୁ ବି ଜାଣିଥିବେ କିଭଳି ଭାବେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଚ୍ଛେଦ ମାମଲା ଚାଲୁ ରହିଛି। ଆଉ ଅନୁଭବ ମହାନ୍ତି ନିଜର ସୋସିଆଲ ମିଡ଼ିଆରେ କିଭଳି ଚିନ୍ତିତ ଓ ବ୍ୟସ୍ତ ଥିବା ବହୁ ସମୟରେ ପୋଷ୍ଟ କରୁଥିଲେ ।

ଆଉ ଠିକ୍ ସେହି ସମୟରେ ଜାଗୃତି ଶୁକ୍ଳା ଙ୍କ କଥା ଉଠିଥିଲା। ଆଉ ସବୁଆଡ଼େ ଚର୍ଚ୍ଚା ହେଲା ଯେ, ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ତେବେ ଯାହାକୁ ନେଇ କେବେ ଅନୁଭବ ମହାନ୍ତି ବା ଜାଗୃତି ଶୁକ୍ଳା ସେହି ସମ୍ପର୍କ ବିଷୟରେ କିଛି ପ୍ରତିକ୍ରିୟା ରଖି ନଥିଲେ। ଏବେ ଦୁଇ ଦିନ ତଳେ ଆପଣ ଦେଖିଥିବେ ଅନୁଭବ ମହାନ୍ତି କିଭଳି ଡାକିଥିଲେ ଆଉ ଦିଲ୍ଲୀ ରୁ ଦୌଡ଼ି ଆସିଥିଲେ ବାନ୍ଧବୀ ଜାଗୃତି ଶୁକ୍ଳା।

ଆଉ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କିନ୍ତୁ ଜାଗୃତି ଶୁକ୍ଳା ଗୋଟିଏ ଗଣମାଧ୍ୟମ ସାକ୍ଷାତକାର ରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଏଭଳି କିଛି ଖୁଲାସା କରିଥିଲେ। ଜାଗୃତି କହିଛନ୍ତି, ଦୁହିଁଙ୍କ ସମ୍ପର୍କ ବନ୍ଧୁତାରୁ ଆରମ୍ଭ ହୋଇ ଏବେ ବହୁ ଆଗକୁ ବଢ଼ି ଯାଇଛି। ଏମିତିକି ଅନୁଭବ ମହାନ୍ତି ଙ୍କ ପରିବାର ଓ ଜାଗୃତି ଶୁକ୍ଳା ଙ୍କ ପରିବାର ମଧ୍ୟରେ ସମ୍ପର୍କ ବଢ଼ି ଯାଇଛି। ତେବେ ଏଠାରେ କହି ରଖିବା ପାଇଁ ଚାହୁଁଛୁ, ଜାଗୃତି ଶୁକ୍ଳା ସିଧାସଳଖ ପ୍ରେମ ସମ୍ପର୍କ ବିଷୟରେ କିଛି ବି କହି ନାହାନ୍ତି।

ହେଲେ ଦୁଇ ପରିବାର ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ି ଉଠିଛି ତା ହୁଏତ ଆଗକୁ ସମୟ କହିବ ଯେ ପ୍ରକୃତରେ କେଉଁ ସମ୍ପର୍କ ରହିଛି। ତେବେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା ଙ୍କ ଏହା କେବଳ ବନ୍ଧୁତ୍ୱ ନା ଆଉ କିଛି। ଯାହାକୁ ନେଇ ଏବେବି ଦ୍ୱନ୍ଦରେ ପଡ଼ିଛନ୍ତି ଫ୍ୟାନସ୍। ଜାଗୃତି ଓ ଅନୁଭବଙ୍କୁ ଫ୍ୟାନ୍ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।