ଆଣ୍ଠୁ ବିନ୍ଧା ( Knee Pain ) ସବୁଦିନ ପାଇଁ ଭଲ ହୋଇଯିବ | Home Remedy
ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ସବୁବେଳେ ଛୋଟ ହେଉ ଵା ବଡ଼ ସମସ୍ୟା ମାନ ଲାଗିକି ରହିଥାଏ । ଆଉ ଯେଉଁ ସବୁ ସମସ୍ୟା କୁ ନେଇକି ଆମେ ଅନେକ ସମୟରେ ଚିନ୍ତା ରେ ମଧ୍ୟ ରହିଥାଉ । କୁହାଯାଏ କି ବୟସ ବଢିବା ସହିତ ମଣିଷ ଶରୀରରେ ସମସ୍ୟା ମାନ ମଧ୍ୟ ବଢିବାକୁ ଲାଗିଥାଏ । ବାତ, ଶିର ବ୍ଲକେଜ, ହାର୍ଟ ପ୍ରୋବ୍ଲେମ, କଲେଷ୍ଟେରଲ ଭଳି ସମସ୍ୟା ସହିତ ଗୋଡ଼ ହାତ ଝିମ ଝିମ ହେବା ଥୋକା ପଣ ଭଳି ବିଭିନ୍ନ ସମସ୍ୟା ମାନ ଦେଖିବାକୁ ମିଳିଥାଏ ।ଏହା ବ୍ୟତୀତ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ମଧ୍ୟ ଦେଖାଯାଏ।
ତେବେ ସେହି ଭଳି ସମସ୍ୟା ଯଦି ଆପଣ ଙ୍କ ପାଖରେ ରହିଛି ତାହେଲେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ତେବେ ଏକ ଘରୋଇ ଉପଚାର ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଜନିତ ସମସ୍ୟା ଦୂର କରି ପାରିବେ।
ଆବଶ୍ୟକୀୟ ଉପକରଣ :-
ମେଥି ପାଉଡର, ଶୁଣ୍ଠି ପାଉଡର, ଆସ୍ୱଗନ୍ଧା ପାଉଡ଼ର ଓ ହଳଦୀ ଗୁଣ୍ଡ, ରାଶି ତେଲ, ରସୁଣ
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-
୧- ଆଣ୍ଠୁ ଗଣ୍ଠି ସମସ୍ୟା ରୁ ମୁକ୍ତି ପାଇବା ପାଇ ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଇଛି ମେଥି ପାଉଡର, ତେବେ ମେଥି ପାଉଡର ରେ ଆପଣ ମାନେ ଗୋଟିଏ ଚାମଚ ଶୁଣ୍ଠି ପାଉଡର ତାହା ପରେ ଅଳ୍ପ ହଳଦୀ ଗୁଣ୍ଡ ଓ ଆସ୍ୱଗନ୍ଧା ପାଉଡର ମଧ୍ୟ ସେଥିରେ ମିଶେଇ ଏକ ପାଉଡ଼ର ପ୍ରସ୍ତୁତ କରିବେ ।ତାହା ପରେ ଆପଣ ମାନେ ଗୋଟିଏ ଗ୍ଲାସ ପାଣି କିମ୍ବା ଗୋଟିଏ ଗ୍ଲାସ କ୍ଷୀର ନେବେ ଓ ସେଥିରେ ଗୋଟିଏ ଚାମଚ ଏହି ପାଉଡ଼ର କୁ ମିଶାଇ ଖାଇବା ର ଗୋଟିଏ ଘଣ୍ଟା ପୂର୍ବରୁ ଵା ପରେ ସେବନ କରିବେ ।
୨- ଦ୍ଵିତୀୟ ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ରାଶି ତେଲ ଵା ସୋରିଷ ତେଲ । ତେବେ ଆପଣ ପ୍ରଥମେ ରାଶି ତେଲ କୁ ଗଢେଇ ରେ ନେବେ ଇଁ ତାହାକୁ ଗରମ କରିବେ ଓ ସେଥିରେ 10 ପାଖୁଡା ରସୁଣ କୁ ଅଳ୍ପ ଛେଞ୍ଚି ସେହି ତେଲ ରେ ପକାଇ ଦେବେ । ଆଉ ତାହା କୁ ଭଲ ଭାବରେ ଲାଲ ହେବା ପର୍ଯ୍ୟନ୍ତ ଫୁଟାଇବେ । ଆଉ ପରେ ତାହାକୁ କାଢି ଆଣି ଅଳ୍ପ ଉଷୁମ ଥିବା ସମୟରେ ଆପଣ ଙ୍କର ଆଣ୍ଠୁ ଗଣ୍ଠି ଓ ଜୋଏଣ୍ଟ ପେନ ର ସମସ୍ୟା ଥିବା ସ୍ଥାନରେ ମାଲିସ କରିବେ ।