ସପ୍ତାହରେ ୨ଥର ପିଅନ୍ତୁ ଆଣ୍ଠୁ ଗଣ୍ଠି ବିନ୍ଧା ( Joint Pain ) ମୂଳରୁ ଶେଷ ହୋଇଯିବ.. Dr. Haritha s

ତେବେ ମନୁଷ୍ୟ ର ରୋଗ ହେଉଛି ସବୁଠୁ ବଡ଼ ଶତ୍ରୁ ଯଦି କୌଣସି ରୋଗ ରେ ସେ ପୀଡିତ ହୁଏ ତେବେ ସେ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ଅସମର୍ଥ ହୋଇ ପଡ଼େ | ବର୍ତ୍ତମାନର ସମୟରେ ପ୍ରାୟ ବ୍ୟକ୍ତି ଅନେକ ଶାରୀରିକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ଅଧିକାଂଶ ଲୋକଙ୍କ ଠାରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଧିକ ଦେଖା ଦେଉଛି | ଏହି ସମସ୍ୟା ବୟସ ବଢିଲେ ଦେଖାଯାଏ ମାତ୍ର ବର୍ତମାନ ଏହା ଅଳ୍ପ ବୟସରୁ ମଧ୍ୟ ଦେଖିବାକୁ ମିଳିଥାଏ, ଏହି ଆଣ୍ଠୁ ଗଣ୍ଠି ସମସ୍ୟା ଥିଲେ ଲୋକେ ସର୍ବଦା କଷ୍ଟ ପାଇବା ସହିତ ଚଲା ବୁଲା କରିପାରନ୍ତି ନାହିଁ |

ଏହି ସମସ୍ୟାର ସମାଧାନ ପାଇଁ ବହୁତ ଔଷଧ ମଧ୍ୟ ସେବନ କରନ୍ତି ମାତ୍ର କୌଣସି ଫଳ ମିଳିନଥାଏ | ତେବେ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣ ଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ |

ଆବଶ୍ୟକ ସାମଗ୍ରୀ :-

 


ସିଙ୍ଗହାର ପତ୍ର, ଶୁଣ୍ଠି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ :-
ତେବେ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ 10 ଟି ସିଙ୍ଗହାର ପତ୍ର ଆଣନ୍ତୁ ଆଉ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ | ଏହାପରେ ଗ୍ରାଇଣ୍ଡିଙ୍ଗ ସାହାଯ୍ୟ ରେ ଏହି ପତ୍ର ର ପେଷ୍ଟ ପ୍ରସ୍ତୁତ କରନ୍ତୁ |

ପରେ ଗ୍ୟାସ ରେ ଏକ ପ୍ୟାନ ବସାଇ ସେଥିରେ ପାଣି ନିଅନ୍ତୁ ଆଉ ଏହି ପେଷ୍ଟ କୁ ପକାଇ ଦିଅନ୍ତୁ ଏବଂ ଏହା ପରେ ସେଥିରେ ଏକ ଚାମଚ ସୁଣ୍ଠି ପାଉଡର ପକାନ୍ତୁ ଆଉ ଏହି ପାଣି କୁ 5 ରୁ 7 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ | ଫୁଟି ସାରିବା ପରେ ଏହି ପାଣିକୁ ଛାଣି ଏକ ଗ୍ଲାସ ରେ ଢାଳି ଦିଅନ୍ତୁ ଏବଂ ଏହାକୁ ହାଲକା ଉଷୁମ ହେବା ପାଇଁ ଛାଡ଼ି ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କର ଏହି ଘରୋଇ ଉପଚାର ଡ୍ରିଙ୍କ ଟି ପ୍ରସ୍ତୁତ ହୋଇଯିବ |

ବ୍ୟବହାର ପ୍ରଣାଳୀ :-
ଏହି ପ୍ରସ୍ତୁତ ହୋଇଥିବା ଡ୍ରିଙ୍କ ଆପଣ ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ଖାଆନ୍ତୁ, ଏହି ପରି ଆପଣ କିଛି ଦିନ ଲଗାତାର ଭାବରେ ଖାଆନ୍ତୁ ଦେଖିବେ ଆପଣଙ୍କ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ ଆପଣ ସୁସ୍ଥ ମଧ୍ୟ ହୋଇଯିବେ |

 

ଏହା ସହିତ ଆପଣ ଏହି ସମସ୍ୟା ଦୂର କରିବା ପାଇଁ ପ୍ରତ୍ୟେକ ନିଜର ଖାଦ୍ୟ ପେୟରେ ଧ୍ୟାନ ଦିଅନ୍ତୁ, ଆପଣ ପ୍ରତ୍ୟେକ ଦିନ କିଛି ଅକ୍ଷରୁଟ ଖାଇବା ପାଇଁ ଚେଷ୍ଟା କରନ୍ତୁ | ଏହା ସହିତ ଆପଣ ପଇଡ଼ ଓ କ୍ଷୀର ଯଦି ପିଇବେ ତେବେ ମଧ୍ୟ ସମସ୍ୟା ଦୂର ହୋଇ ଯିବ | କେବଳ ଏତିକି ନୁହେଁ ବରଂ ପ୍ରତିଦିନ ଏକ୍ସସାଇଜ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ କଅଁଳ ଖରା ରେ ବୁଲନ୍ତୁ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇ ଯିବ | ଏହାର ପ୍ରୟୋଗ କରି ଦେଖନ୍ତୁ ରେଜଲ୍ଟ ଆପଣ ନିଜେ ହିଁ ଜାଣି ପାରିବେ |