ଆକାଶ ଓ କୁନି ଏମିତି ଅଭିନୟ ଦେଖି ଦର୍ଶକ ନ କାନ୍ଦି ରହିପାରିଲେନି …. ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି.
ତେବେ ଧାରାବାହିକ ଓ ସିନେମା ମଧ୍ୟରୁ ଯାତ୍ରା ହେଉଛି ଅନ୍ୟତମ ଯେଉଁଥିରେ କେବଳ ଜୀବନ୍ତ ଅଭିନୟ ଦେଖିବା ପାଇଁ ମିଳି ଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଯାତ୍ରା ପ୍ରେମୀ ଅର୍ଥାତ ଯାତ୍ରା ଦେଖିବା ପାଇଁ ଖୁବ ଭଲ ପାଇ ଥାଆନ୍ତି | ଅନିଦ୍ରା ହୋଇ ଯାତ୍ରା ରେ ଦର୍ଶକ ମାନେ ଯେମିତି ହଜି ଯାଇ ଥାଆନ୍ତି ଏବଂ ଯାତ୍ରା ପେଣ୍ଡାଲ ରେ ମେଲୋଡି ନାଚ କୁ ଖୁବ ଉପଭୋଗ କରି ଥାଆନ୍ତି |
ତେବେ ଯାତ୍ରା ରେ ଯେ କେବଳ ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ପେଣ୍ଡାଲ ରେ ବହୁତ ଆକର୍ଷଣୀୟ ଆଙ୍କରିଂ ଏବଂ ସୁନ୍ଦର ହିଟ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳେ |
ଯାତ୍ରା ର ଆରମ୍ଭ ଆରମ୍ଭ ରେ ହିଁ ଲୋକ ମାନଙ୍କୁ ଉତ୍ସାହ କରିବା ପାଇଁ ଜବରଦସ୍ତ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ମିଳେ | ତେଣୁ ଯାତ୍ରା ର ପ୍ରତି ମାହାଲ ହିଁ ଖୁବ ଆନନ୍ଦ ପୂର୍ଣ୍ଣ ହୋଇ ଥାଏ, ଆଉ ବେଳେ ବେଳେ କିଛି ଏମିତି କମେଡି ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ କାରଣ ଆର୍ଟିଷ୍ଟ ମାନେ ସେଭଳି କିଛି ଢଙ୍ଗରେ ଅଭିନୟ କରି ଦେଖାଇ ଥାଆନ୍ତି |
ଯାତ୍ରା ମଝିରେ ମଝିରେ ମଧ୍ୟ ଅନେକ ହିରୋ ହିରୋଇନ ଙ୍କର ଡ୍ୟାନ୍ସ ଦେଖିବାକୁ ମିଳେ ଯାହାକୁ ସେଠାରେ ଗାୟକ ମାନେ ଗୀତ ପରିବେଷଣ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଯାତ୍ରା ର ଅଭିନୟ କଥା କହିବୁ ଯାହାକୁ ଦେଖିଲେ ଆପଣ ମଧ୍ୟ ଏହି ଯାତ୍ରା ର ଅଭିନୟ ରେ ହଜି ଯିବେ |
ତେବେ ଏଠାରେ ଉଭୟ ହିରୋ ହିରୋଇନ ଆକାଶ ଓ କୁନି ପିଲା ଦିନର ସାଙ୍ଗ କିନ୍ତୁ ଆକାଶ ପାଠ ପଢିବା ପାଇଁ ବାହାରକୁ ଚାଲି ଯାଇ ଥିଲେ ଆଉ କୁନି ପାଠ ନ ପଢି ଗାଁ ରେ ରହି ଥିଲେ | କିନ୍ତୁ ଭାଗ୍ୟ ର ପରିସ୍ଥିତି ରେ କୁନି ଦେହ ବ୍ୟବସାୟୀ ପାଲଟି ଯାଇ ଥିଲେ ଅର୍ଥାତ ବେଶ୍ୟା ସାଜି ଥିଲେ ଆଉ କୁନି ର ଦେହ ଉପଭୋଗ କରିବା ପାଇଁ ଆକାଶ ଏକ ଅଲଗା ଯୁବତୀ ଭାବି ପାଖକୁ ଆସି ଥାଏ | ଯେତେ ବେଳେ ଆକାଶ କୁନି ର ଶାଢ଼ୀ ଖୋଲିଲା ସେତେବେଳେ ସେ ଜାଣି ପାରିଲା ଏ ହେଉଛି ସେ ତାର ପିଲା ଦିନର ସାଙ୍ଗ କୁନି |
ତେବେ ଏହାପରେ ଡାଇଲଗ ରେ କୁନି କହିଛି କି ମୁଁ କାନ୍ଦିବିନି କି ପାଟି ବି କରିବିନି, ତୁ ଛୁଆ ବେଳେ ବହୁତ ଥର ମୋ ଲଙ୍ଗଳା ଦେହ ଦେଖିଚୁ ଆଉ ମତେ ଗାଧେଇ ଦେଇଛୁ ଆଜି ବଡ଼ ହେଇ ଯାଇଛି ଫରକ ଖାଲି ଏତିକି ତୁ ଦେହ ଉପଭୋଗ କରିବା ପାଇଁ ଆସିଛୁ | ତେବେ ଆକାଶ ଓ କୁନି ଙ୍କର ଡାଇଲଗ ଏତେ ଜବରଦସ୍ତ ଥିଲା ଯେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସି ଥିଲା | ତେବେ ବର୍ତ୍ତମାନ ସମୟରେ ଏହି ଅଭିନୟ ଟି ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଯାହାକୁ ଯିଏ ବି ଦେଖୁଛି ସେ ଖୁବ ପସନ୍ଦ କରୁଛି |