ଅଜବ ଲାଗିଲେ ବି କଥାଟି ସତ, ଲ୍ୟାବ ମାଲିକ ସ୍ୱାମୀ ଓ ଝିଅକୁ ଜୀବନରୁ ମାରିଦେବେ କହି 6 ବର୍ଷ ହେଲା ରଖୁଥିଲେ ଶାରିରୀକ ସଂପର୍କ !
ସ୍ୱାମୀ ଓ ଝିଅକୁ ଜୀବନରୁ ମାରିଦେବେ କହି 6 ବର୍ଷ ହେଲା ରଖୁଥିଲେ ଶାରିରୀକ ସଂପର୍କ । ସଇତାନ ସବାର ଥିଲା ଲ୍ୟାବ ମାଲିକଙ୍କ ମୁଣ୍ଡରେ , ତେବେ ଅଜବ ଲାଗିଲେ ବି କଥାଟି ସତ ଅଟେ । ମହିଳାଙ୍କର ସ୍ୱାମୀକୁ ଚାକିରୀ ଦେବେ କହି ମହିଳାଙ୍କର ସହିତ ରଖୁଥିଲେ ଶାରିରୀକ ସଂପର୍କ । ନିଜର ଲ୍ୟାବକୁ ନେଇ କରୁଥିଲେ ଦୁଷ୍କର୍ମ । 6 ବର୍ଷ ହେବ ଏପରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି କଟକର ଜଣେ ମହିଳା ।
କଟକର ଜଣାଶୁଣା ଲ୍ୟାବ ଆଡ ଆନିକ୍ସ ମାଲିକ ବସନ୍ତ କୁମାର ବଳଙ୍କର ବିରୋଧରେ ଅଭିଯୋଗ ଆଣିଲେ ମାଲଗୋଦାମ ଥାନାରେ ଏହି ମହିଳା । ବସନ୍ତ ବଳ ନିଜ ଇଚ୍ଛାରେ ସେହି ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ତାଙ୍କ ସହିତ ରଖୁଥିଲେ ଶାରିରୀକ ସଂପର୍କ ।
ଯଦି ସେ ମହିଳା ଏପରି କରିବାକୁ ମନା କରୁଥିଲେ ତେବେ ସେ ନିଜ ସ୍ୱାମୀ ସହିତ ତାଙ୍କର ପିଲାଙ୍କୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ । ପଇସା ବାଲା ଆଉ ବଡ ଲୋକ କାଳେ ସତରେ ତାଙ୍କର ସ୍ୱାମୀ ଏବଂ ଝିଅକୁ ମର୍ଡର କରିଦେବେ ସେ ଭୟରେ 6 ବର୍ଷ ହେଲା ବସନ୍ତ ବଳଙ୍କର ସମସ୍ତ କଥା ମାନି ନେଉଥିଲେ ବୋଲି ଗଣମାଧ୍ୟମକୁ ନିଜେ କହିଛନ୍ତି ।
ବସନ୍ତଙ୍କର ଦ୍ୱାରା ନିର୍ଯ୍ୟାତନା ଏତେ ବଢିଲା କି ମହିଳା ଶେଷରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି । 17 ତାରିଖରେ କଲେଜ ଛକ ଆଡ ଆନିକ୍ସ ଲ୍ୟାବରେ ଯାହା ଘଟିଲା ଆଉ କାହାକୁ ସହ୍ୟ କରିହେଲା ନାହିଁ । ବସନ୍ତ କୁମାର ବଳ ପୂର୍ବକୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ ଆଣିଛନ୍ତି ମହିଳା । ତେବେ ବସନ୍ତା ପାରାଦ୍ୱିପରେ ଏକ ଘଟଣାରେ ସଂପୃକ୍ତ ଥିବା ମଧ୍ୟ କହିଛନ୍ତି ଏହି ଅଭିଯୋଗରେ ।
ବସନ୍ତ କୁମାର କେବଳ ମହିଳାଙ୍କୁ କଟକରେ ନିର୍ଯ୍ୟାତନା ଦେଉଥିଲେ ତାହା ନୁହେଁ ଲୋକ ପଟେଇ ଡାକି ନେଉଥିଲେ ବିଭିନ୍ନ ଜାଗାକୁ । ଶାରିରୀକ ସଂପର୍କ ରଖି ଧମକ ଦେଇ ଛାଡି ଦେଉଥିଲେ । 6 ବର୍ଷ ଧରି ଭୟଭୀତରେ ବଞ୍ଚୁଥିଲେ ମହିଳା ଜଣକ । ନା ତାଙ୍କର ସ୍ୱାମୀକୁ ଚାକିରୀ ମିଳିଲା ନା ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଆଗଲା ।
ମହିଳା ଜଣକ କହିଛନ୍ତି କି ବସନ୍ତ ତାଙ୍କୁ ଅନେକ ଜାଗାକୁ ଡାକିଥାନ୍ତି ଏବଂ ତାଙ୍କ ସହିତ ଶାରିରୀକ ସଂପର୍କ ମଧ୍ୟ ରଖନ୍ତି । ଏହା ସହିତ ସେ ତାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରିଛନ୍ତି ଏହାପରେ ବସନ୍ତ ସେହି ମହିଳାଙ୍କୁ ବହୁତ ମାଡ ମାରିଛନ୍ତି ତାଙ୍କୁ ଗୋଇଠା ମଧ୍ୟ ମାରିଛନ୍ତି । ତେବେ ମହିଳା ଜଣକ କହିଛନ୍ତି କି ତାଙ୍କୁ ନ୍ୟାୟ ମିଳୁ ଯଦି ନ୍ୟାୟ ନମିଲିବ ତେବେ ସେ ଆତ୍ମହତ୍ୟା କରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।