ଆଶ୍ଚର୍ଯ୍ୟ ଘଟଣା ! ଷଣ୍ଢକୁ ଗୋଡାଇ ଗୋଡାଇ ହାଣିଲା ନୃଶଂସ ମଣିଷ…
ରେ ମଣିଷ ମୁଁ ତୋର କି କ୍ଷତି କରି ଥିଲି ଭୋକ ସମ୍ଭାଳି ପାରିଲିନି ସେଥିପାଇଁ ତୋ ବିଲ ରେ ପଶି ଧାନ ଗଛ ଟିକେ ଖାଇ ଦେଲି, ତୋର କ୍ଷତି ହେବ ବୋଲି ତୁ ବିଲ ଭିତରେ ମତେ ଗୋଡେଇ ଗୋଡେଇ ପିଟିଲୁ ମୁଁ ବି ପ୍ରାଣ ବଞ୍ଚାଇବା ପାଇଁ ଦୌଡୁ ଥିଲି | ଏତିକି ରେ ତୋ ମନ ଶାନ୍ତ ହେଲା ନାହିଁ ଯେ ତୁ କଟୁରୀ ଧରି ମୋ ଗୋଡ଼ ଟା କୁ ହାଣି ପକାଇଲୁ | ତୁ ସିନା ମଣିଷ ତୋ ଦେହ ଖରାପ ହେଲେ ତୁ ଡାକ୍ତରଖାନା କୁ ଯାଇ ପାରିବୁ ହେଲେ ତୁ ମତେ ଯେମିତି ହାଣିଛୁ ମତେ ଭାରି କଷ୍ଟ ହେଉଛି ମୁଁ ଚାଲି ବୁଲିବି ପାରୁନି ଗୋଟିଏ ଜାଗାରେ ପଡ଼ି କେବଳ ଛଟପଟ ହେଉଛି ତତେ ଧର୍ମ ସହିବନି ରେ |
ପାଟି ସିନା ଫିଟୁନି କିନ୍ତୁ ଯଦି ପାଟି ଫିଟିଥାନ୍ତା ତେବେ ଏହି ଷଣ୍ଢ ଟି ଏମିତି କିଛି କହି ଥାଆନ୍ତା | ବିଲ ଭିତରେ ପଶି ଧାନ ଗଛ କେତେ ଟା ଖାଇ ଦେଲା ଯେ ଏଇ ମଣିଷ ତାକୁ ହାଣି ପକାଇଲା ଆଉ ଥରେ ଚିନ୍ତା ବି କଲା ନାହିଁ ଯେ ତାକୁ କେତେ କଷ୍ଟ ହେଉ ଥିବ |
କଥାରେ ଅଛି କି ଜୀବ ହେଉଛି ଶ୍ରେଷ୍ଠ ମଣିଷ କିନ୍ତୁ ମଣିଷ ଯେଉଁ କାମ କରିଛି ତାହା ଏତେ ବର୍ବର ଯେ ସେ ଦୃଶ୍ୟ ଦେଖି ମଧ୍ୟ ହେବ ନାହିଁ | ଏହି ଷଣ୍ଢ ଟିର ଆଖି ଦୁଇଟି ଦେଖିଲେ ହିଁ ଆପଣ ଜାଣି ପାରିବେ ଯେପରି ଏହି ନିରୀହ ଆଖି ତାର ଅନେକ କଥା କହୁଛି ଆଉ ଜୀବ କହୁଛି ତୁ ସିନା ମଣିଷ ଶ୍ରେଷ୍ଠ କିନ୍ତୁ କୋଉ ରାକ୍ଷସ ରୁ ତୋ କାମ କମ ନୁହେଁ |
ଗୋଡ଼ ର ଯନ୍ତ୍ରଣା ଏତେ ହେଉଛି ଯେ ପେଟକୁ ଦାନା ଯାଉ ନାହିଁ କିନ୍ତୁ ଜୀବନ ବଞ୍ଚାଇବା ପାଇଁ କୁଣ୍ଡା ଚୋକଡ଼ ରୁ କଳେ କଳେ ଚୋବାଇ ପକାଉଛି | ଏଭଳି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାସପୀଠ ଅଞ୍ଚଳ ରେ ଘଟି ଯାଇଛି |
ଏହି ଷଣ୍ଢ ଟି ଜଣଙ୍କ ବିଲ ରେ ପଶି ଧାନ ଖାଇ ଦେବାରୁ ଉତ୍ୟକ୍ତ ହୋଇ ଜମି ମାଲିକ ଷଣ୍ଢ ର ଗୋଡ଼ କୁ କଟୁରୀ ରେ ହାଣି ଦେଇ ଥିଲା | ଏହି ଘଟଣା ସମ୍ପର୍କ ରେ ଜଣେ ଶିକ୍ଷୟତ୍ରୀ ଜାଣିବା ପରେ ସେହି ଷଣ୍ଢ କୁ ସ୍କୁଲ ପରିସରରେ ରଖି ଖାଇବା ପିଇବା ଦେଇ ଚିକିତ୍ସା କରାଇ ଥିଲେ |
ହେଲେ ଅବସ୍ଥା ରେ ଗୁରୁତର ହେବାରୁ ସେ ବାରିପଦା ପଶୁ ପ୍ରେମୀ ସଂଗଠନ କୁ ଖବର ଦେଇ ଥିଲେ | ସେପଟେ ଷଣ୍ଢ ର ଏ ଅବସ୍ଥା କରିଥିବା ମଣିଷ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର ଧରିଛି | ସତରେ ଷଣ୍ଢ ଟି ଯେ କେତେ କଷ୍ଟ ପାଉଛି ତାହା ଥରେ ଆପଣ ଅନୁଭବ କରନ୍ତୁ |