୯ ବର୍ଷର ଛୋଟ ଝିଅର ବଡ଼ ଆବିଷ୍କାର , ମାତ୍ର ଅଳ୍ପ ସମୟ ମଧ୍ୟରେ ଏବେ ପବନରୁ ସୃଷ୍ଟି ହେବ ପାଣି । ଏହି ଛୋଟ ଝିଅ ର ଆବିଷ୍କାର ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆମେ ରାମାୟଣ କିମ୍ବା ମହାଭାରତ ଅନେକଥର ଦେଖିଛୁ ଯେ ଆକାଶକୁ ଗୋଟିଏ ତୀର ମାରିଲେ ବର୍ଷା ହେଉଥିଲା । ଅନେକ ଫିଲ୍ମ ରେ ଦେଖିଛୁ ଯେ ସଙ୍ଗୀତ ଦ୍ୱାରା ମଧ୍ୟ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଯାଉଥିଲା । ତେଣୁ କଣ ଆପଣ କେବେ ଭାବିଛନ୍ତି କି ଆମେ ଏପରି ସମୟରେ ସେହିପରି କିଛି ଟେକ୍ନୋଲୋଜି ବାହାର କରି ପାରିବୁ କି ? ପବନରୁ ପାଣି ବାହାର କରି ପାରିବୁ କି ?

ତେବେ କଥା ହେଉଛି ଯେ ଏହିପରି କିଛି କରିଶ୍ମା କରି ଦେଖାଇଛନ୍ତି ମଣିପୁର ର ମାତ୍ର ୯ ବର୍ଷର କୁନି ଝିଅ ଲିସି ପ୍ରିୟା । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଲିସି ଏପରି ଏକ ଯନ୍ତ୍ର ବାହାର କରିଛନ୍ତି ଯାହାକି ଭବିଷ୍ୟତ ପାଇଁ ଏକ ଭଲ ଆଶା ବୋଲି କୁହାଯାଉଛି ।

୯ ବର୍ଷର ଏହି କୁନି ଛାତ୍ରୀ ହେଉଛନ୍ତି ଜଣେ ପରିବେଶବିଦ । ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଲିସି ପ୍ରିୟା କାଙ୍ଗୁଜମ । ସେ ବାହାର କରିଥିବା ଏହି ଯନ୍ତ୍ର ସାହାଯ୍ୟରେ ଆମକୁ ପ୍ରତିଦିନ ପିଇବା ଯୋଗ୍ୟ ପାଣି ମିଳିପାରିବ । ସେ ପୁଣି ପବନରୁ ପାଣି ।

ତେବେ ଲିସି ପ୍ରିୟା ଙ୍କ କହିବା କଥା ଯେ ତାଙ୍କର ଏହି ଯନ୍ତ୍ର ପବନକୁ ପାଣିରେ ବଦଳାଇ ଦେଇ ପାରିବ । ଲିସି ପ୍ରିୟା ଏହି ଯନ୍ତ୍ରର ନାମ ଦେଇଛନ୍ତି ସୁକି ଫୁ 2 । ଲିସି ପ୍ରିୟା କାଙ୍ଗୁଜମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଏହି ଯନ୍ତ୍ର ଆବିଷ୍କାର କରିଛନ୍ତି । ତାଙ୍କର ଏହି ଛୋଟ ଯନ୍ତ୍ର ସମ୍ପୂର୍ଣ୍ଣ ଭାବରେ ସୌର ଶକ୍ତି ଉପରେ ଆଧାରିତ ଅଟେ ।

ତେବେ ଲିସି ପ୍ରିୟା ଏହି ଯନ୍ତ୍ର ବିଷୟରେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୂଚନା ଦେବା ସହିତ ଫୋଟ ପୋଷ୍ଟ କରି ଏହାର ବିଶେଷତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଯନ୍ତ୍ରକୁ କାଙ୍ଗୁଜମ ସୁକିଫୁ2 ନାମ ଦେଇଛନ୍ତି । ତେବେ ତାହାକୁ ଭାବିଷ୍ୟର ସରଭାଇବଲ କୀଟ ବୋଲି କୁହାଯାଉଛି ।

ଏହି ଯନ୍ତ୍ର ଦେଖିବାକୁ ଏକ ଛୋଟ ପଙ୍ଖା ଭଳି । ଯାହାକୁ ସ୍କୁଲ ପିଲାମାନେ ନିଜ ବ୍ୟାଗରେ ବେଇ ପାରିବେ । ଲିସି ପ୍ରିୟା ସୋସିଆଲ ମିଡିଆରେ ଏହା ସମ୍ବନ୍ଧରେ କ୍ୟାପସନ ଲେଖିଛନ୍ତି ଯେ , ‘ ଲୋକେ ସବୁବେଳେ ବିଜ୍ଞାନ କୁ ବହୁତ କଠିନ କହିଥାନ୍ତି , କିନ୍ତୁ ମୁଁ ବିଜ୍ଞାନକୁ ଏକ ସରଳ ଜୀବନଶୈଳୀ ରେ ବଦଳାଇବାକୁ ଚାହୁଁଛି ।

ବିଜ୍ଞାନରେ ମାନବତା ପାଇଁ ଅନେକ ସମସ୍ୟାର ସମାଧାନ ରହିଛି । ଆମେ କେବଳ ଏହା ଉପରେ ଖୋଜ କରିବାର ଅବଶ୍ୟକତା ରହିଛି । ମୁଁ ମୋ ଯନ୍ତ୍ରକୁ ସୁକିଫୁ2 କହୁଛି । ‘ ଲିସି ପ୍ରିୟା ସୋସିଆଲ ମିଡିଆରେ ଏହିଭଳି କିଛି କ୍ୟାପସନ ଲେଖିଛନ୍ତି । ସୁକିଫୁ2 ଗୋଟିଏ ଦିନରେ ଏକ ଗ୍ୟାଲନ ପାଣି ବାହାର କରିଥାଏ । ଏକ ଗ୍ୟାଲନ ଅର୍ଥାତ ପାଖାପାଖି ୧୬ କପ ଶୁଦ୍ଧ ଜଳ ଉତ୍ପନ୍ନ କରି ପରୁଛି ଏହି ଛୋଟ ଯନ୍ତ୍ର । ଅର୍ଥାତ ସୁକିଫୁ2 ପବନରୁ ବିଶୁଦ୍ଧ ଜଳ ବାହାର କରି ପାରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।