ଦେଖନ୍ତୁ ଭିଡ଼ିଓ । ୮୦ ବର୍ଷିୟା ଶାଶୂଙ୍କୁ ମାଡ଼ ମାରି ଘରୁ ଫିଙ୍ଗିଦେଲା ବୋହୁ । ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ, ଆପଣଙ୍କ ମତରେ କଣ କରିବା ଦରକାର…

ଆମେ ବାରମ୍ବାର ଖବର ମାଧ୍ୟମରେ ଅନେକ ଘଟଣା ସମ୍ପର୍କରେ ଆପଣଙ୍କୁ ଅବଗତ କରାଉଛୁ। ଯେଉଁଠି ସମ୍ପର୍କ ର ମୂଲ୍ୟବୋଧ ର ଗୁରୁତ୍ଵ ରହି ନଥିବାର ଦେଖାଯାଇଛି। ସେସବୁ ଘଟଣା କୁ ଅନୁଧ୍ୟାନ କଲେ ଆପଣ ଆପାତତଃ ଏତିକି ନିଶ୍ଚିତ ହୋଇ ଜାଉଥିବେ ଯେ ସମ୍ପର୍କ ର ଗୁରୁତ୍ଵ ଆଜିର ମଣିଷ ପାଖରେ ପ୍ରାୟତଃ କିଛି ରହୁନାହିଁ। ଶାଶୁ ବୋହୁ, ଶଶୁର ବୋହୂ,ଭାଇ ଭଉଣୀ,ବାପା ପୁଅ ଆଦି ଅନେକ ସମ୍ପର୍କ କଳୁଷିତ ହେବାରେ ଲାଗିଛି।

ଯେଉଁଠି କେହି କାହାକୁ ସମ୍ମାନ ଦେଉନାହାନ୍ତି କି ସମ୍ମାନ ଜନାଉ ନାହାନ୍ତି । ସେହିଭଳି ଏକ ନିଷ୍ଠୁର ଘଟଣା ଏବେ ସାମ୍ନା କୁ ଆସିଛି ଯାହା ଘଟିଛି ହରିୟାଣା ରେ।

ତେବେ ଯାହା ସୂଚନା ରହିଛି ଏହି ଘଟଣା ଟି ହେଉଛି ହରିୟାଣା ହିସାର ଜିଲ୍ଲାର ଆଜାଦ ନଗରରେ ବୋଲି।ଏଠାରେ ଘଟିଥିବା ଏକ ଅମାନବୀୟ ଏବଂ ନିଷ୍ଠୁର ଘଟଣାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଜଣା ପଡିଛି ସେହି ଅନୁସାରେ ଏହି ଅଞ୍ଚଳରେ ଜଣେ ବୋହୂ ତାଙ୍କର ୮୦ ବର୍ଷିୟା ଶାଶୁଙ୍କୁ ମାରପିଟ୍ କରି ତାଙ୍କର ଜିନିଷ ପତ୍ର ସହିତ ତାଙ୍କୁ ଘରୁ ବାହରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଅତି ଦୟନୀୟ ଭାବରେ ସେ ତାଙ୍କ ଶାଶୁଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଯାହା ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରିଛି। ସାଧାରଣରେ ଏହି ଘଟଣାକୁ ସ୍ଥାନୀୟ ଲୋକେ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି।ତେବେ ଏହି ଘଟଣାରେ କୌଣସି କାରଣରୁ ବୋହୂଜଣକ ନିଜ ଶାଶୁଙ୍କୁ ଯେଉଁ ଭଳି ଭାବରେ ଅତ୍ୟାଚାର କରୁଛନ୍ତି ।

ମାଡ଼ ମାରି ତାଙ୍କୁ ଘରୁ ଧକ୍କା ମାରି ଘରୁ ବାହାରକୁ ବାହାର କରି ଦେଉଛନ୍ତି ଏବଂ ଏହା ସହିତ ତାଙ୍କ ଶାଶୁ ବ୍ୟବହାର କରୁଥିବା ସାମଗ୍ରୀକୁ ମଧ୍ୟ ବାହାରକୁ ଫିଙ୍ଗି ଦେଇଛନ୍ତି ତାହା ବାସ୍ତବିକ ଭାବରେ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।ଏହି ଘଟଣା ପରେ ଏହାକୁ ରେକର୍ଡ କରି କେହିଜଣେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।ପରେ ସେହି ବୃଦ୍ଧଙ୍କର ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ବୋହୂକୁ ଗିରଫ କରିଛି ସ୍ଥାନୀୟ ପୋଲିସ।

ଅଭିଯୋଗ କ୍ରମେ ଏହି ଉଦ୍ଧତ ବୋହୁଙ୍କ ଏହିଭଳି ଅମାନବୀୟ କାର୍ଯ୍ୟ ପାଇଁ ପୋଲିସ୍ ତାଙ୍କ ଉପରେ ଆଇପିସି ର ଧାରା ୩୨୩, ୫୦୬ ଏବଂ ୫୦୯ ରୁଜୁ କରିଛି।ଏବଂ ଏହି ଧାରା ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଶେଷରେ ଅଭିଯୁକ୍ତ ବୋହୂ କୁ ଗିରଫ କରିଛି।ସେ ଯାହା ବି ହେଉ ଆଜିର ଶିକ୍ଷିତ ସମାଜରେ ବୃଦ୍ଧ ବୃଦ୍ଧା ପ୍ରତି ଏହି ଭଳି ନିନ୍ଦନୀୟ ଘଟଣା ପ୍ରଦର୍ଶନ କରିବା କୁ କିପରି ଉଚ୍ଚ ଶିକ୍ଷିତ ବ୍ୟକ୍ତି ମାନେ ସଚେତନ ହେଉ ନାହାନ୍ତି ତାହା ପରିତାପ ର ବିଷୟ ନିଶ୍ଚୟ ଭାବରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।