ବିଶ୍ବାସ ନହେଲେ ବି ସତ ! 8 ବର୍ଷ ବୟସରେ ମେୟର ହେଲେ ଏହି ଝିଅ, ତା ପରେ ଏମିତି କିଛି କରାଇ ଦେଖାଇଲେ ଜାଣିଲେ ଆପଣ ମଧ୍ୟ କହିବେ ବାସ୍ତବରେ ଝିଅ ଜନ୍ମ ପୂର୍ଣ୍ଣ୍ୟ କାମ …..

ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହିବୁ ତାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଏମିତି ଏକ ଘଟଣା ବିଷୟରେ ହୁଏତ ଆଗରୁ କେବେବି କେଉଁଠି ଶୁଣିନଥିବେ କି ଦେଖିନଥିବେ ମଧ୍ୟ । କାରଣ ଜଣେ ଛୋଟ ପିଲା ହୋଇ ଏତେ ବଡ ଶାସନ ଭାର ନିଜ ମୁଣ୍ଡରେ ମୁଣ୍ଠାଇଛି ଜାଣି ସମସ୍ତେ ଆସ୍ଚର୍ଯ୍ୟ ଚକିତ ହେବାର କଥା ।

ଆପଣ ମାନେ ତ ଜାଣିଛନ୍ତି କି ଜଣେ 8 ବର୍ଷର ଝିଅ ଏପରି ଏକ ପଦବୀରେ ନିଯୁକ୍ତ ରହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଲା ଭଳି କଥା ଅଟେ । କାରଣ 8 ବର୍ଷ ବୟସରେ ପିଲା ମାନେ ଖେଳନା ଖେଳନ୍ତି ଏପରିକି ସେମାନେ ଭଲ କରି ସାଇକେଲଟିଏ ମଧ୍ୟ ଚଢିପାରନ୍ତି ନାହିଁ ।

ମାତ୍ର ଏହିଠାରେ ଦେଖିବାକୁ ମିଳିଛି କି ଜଣେ 8 ବର୍ଷର ପିଲା ହୋଇ ସେ ମେୟର ଭାର ଗ୍ରହଣ କରିଛନ୍ତି ଏବଂ କେବଳ ଗୋଟିଏ ଘଣ୍ଟା ପାଇଁ ନୁହେଁ ବରଂ ଗୋଟିଏ ଦିନ ପାଇଁ ସେ ସେହି ପଦବୀରେ ଅର୍ଥାତ ମେୟର ଭାବରେ ରହିଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହୁଛୁ ତାହା 8 ମାର୍ଚ୍ଚରେ ଆନ୍ତର୍ଜାତୀୟ ମହିଳା ଦିବସ ଦିନ ଜୟପୁରରେ ହୋଇଥିଲା , ଯେଉଁଠାରେ ଇଶିତା ଜାଜୋରିଆ ନାମକ ଜଣେ 8 ବର୍ଷର ଝିଅକୁ ଜୟପୁର ସହରର ମେୟର ମୁନେଶ ଗୁରୁଜାର ଇଶିତାଙ୍କୁ ଜୟପୁର ସହରର ମ୍ୟୁନିସିପାଲିଟି କର୍ପୋରେସନ ହେରିଟେଜ ର ଏକ ଦିନିଆ ମେୟର କରିଥିଲେ । ଇଶିତା ହେଉଛି ଜଣେ ସ୍ୱତନ୍ତ୍ର ପିଲା ଯିଏ କି କଥା କହିପାରନ୍ତି ନାହିଁ ତାଙ୍କର ବାପାଙ୍କର ନାମ ହେଉଛି ଓମପ୍ରକାଶ ଜାଜୋରିଆ ସେ ଜୟପୁରର ରାମରାଜ ପୁର କଲୋନୀରେ ରୁହନ୍ତି ।

ଆନ୍ତଜାର୍ତିକ ସ୍ୱତନ୍ତ୍ର ମହିଳା ଦିବସ ପାଳନ ଦିନ ମୁନେଶ ରାଜଗୁରୁ ଇଶିତାଙ୍କର ବିଷୟରେ ଶୁଣିବା ପରେ ସେ ତାଙ୍କର ପାଠପଢାର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ଏପରିକି ତାଙ୍କର ପିତା ଗରିବ ହେତୁ ପିଲାର ଚିକିତ୍ସା କରିପାରୁନଥିଲେ ତେଣୁ ମୁନେଶ ଇଶିତାଙ୍କର ଚିକିତ୍ସା କରିବେ ବୋଲି ମଧ୍ୟ କହିଛନ୍ତି । ତେଣୁ ମୁନେଶଙ୍କର ଇଚ୍ଛା ଅନୁସାରେ ଇଶିତା ଗୋଟିଏ ଦିନ ପାଇଁ ଜୟପୁରର ମେୟର ହୋଇଥିଲେ ।

ଇସିତା ମେୟର ହେବା ପରେ ଏକ ନୋଟ ଜାରି କରିଥିଲେ ଯାହା ସମସ୍ତ ସହରବାସୀଙ୍କୁ ବହୁତ ଭଲ ଲାଗିଥିଲା ସେହି ନୋଟଟି ଥିଲା ସହରକୁ ପରିଷ୍କାର କରିବା । ତେବେ ଇଶିତାଙ୍କର ଏପରି ଏକ ଚିନ୍ତାଧାରା ଦେଖି ସମସ୍ତେ ବହୁତ ଖୁସି ଅଛନ୍ତି ।ଇଶିତା କେବଳ ସହରକୁ ପରିଷ୍କାର ରଖିବା କଥା କହିନଥିଲେ ବରଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ କି ସହରର ସମସ୍ତ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ ପ୍ରଦାନ କରିବା ପାଇଁ । ତେବ ଇଶିତାଙ୍କର ଏପରି ଏକ ଚିନ୍ତାଧାରା ତାଙ୍କୁ ଭବିଷ୍ୟତ ଜୀବନରେ ଅଧିକ ପରିଶ୍ରମ ଏବଂ ଅଧ୍ୟୟନ ଦ୍ୱାରା ପ୍ରକୃତ ମେୟର ହେବାରେ ସାହାଯ୍ୟ କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।