୭ ବର୍ଷ ପରେ ଦୀପାବଳି ପୂର୍ବରୁ ବହୁତ କମିଲା ସୁନା ଦର, ନୂଆ ରେଟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଅଳଙ୍କାର ପ୍ରେମୀ ମାନଙ୍କ ପାଇଁ ଆସିଲା ପୁଣି ଖୁସି ଖବର। କମିଲା ସୁନା ଦର। କରନା ମହାମାରୀ ସମୟରେ ଏହାର ଟୀକା କୁ ନେଇ ଖୁସି ଖବର ସାମ୍ନା କୁ ଆସିଥିବା ବେଳେ ପୁଣି ଏହି ସମୟରେ ସୁନା ଦରରେ ହ୍ରାସ ଘଟିବା ସମସ୍ତଙ୍କୁ ଖୁସି ଦେଇଛି। କାରଣ ଆଗକୁ ଧନତେରସ ଆସୁଥିବା ବେଳେ ଏହା ଗ୍ରାହକ ମାନଙ୍କ ମନରେ ଏକ ଉତ୍ସାହ ଭରି ଦେଇଛି।

ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ୫ ପ୍ରତିଶତ ଅଧିକ ହ୍ରାସ ପାଇଛି ବୋଲି ରାଇଟର୍ସର ଏକ ଖବରରୁ ସୂଚନା ମିଳିଛି। ବିଗତ ୭ ବର୍ଷ ଭିତରେ ଗୋଟିଏ ଦିନରେ ପ୍ରଥମ ଥର ପାଇଁ ଏତେ ମାତ୍ରାରେ ହ୍ରାସ ପାଇଛି ସୁନା ଦର।

ଆଗକୁ ଧନତେରସ ଏବଂ ପରେ ଦୀପାବଳୀ ଆସୁ ଥିବାରୁ ସୁନା ଆଉ ରୂପାର ଏହିଭଳି ଦରଦାମ୍ ରେ ହ୍ରାସ ସମସ୍ତଙ୍କୁ ଏକ ଉତ୍ସାହର ବାର୍ତ୍ତା ପ୍ରଦାନ କରିଛି।ତେବେ (MCX) ଏମସିଏକ୍ସ ରେ ସୁନାର ଡିସେମ୍ବର ବାଏଦା ଦାମ୍ ୨୫୦୦ ଟଙ୍କାରୁ ଆହୁରି ଅଧିକ ହ୍ରାସ ପାଇ ୪୯୬୬୫ ଟଙ୍କା ପ୍ରତି ୧୦ ଗ୍ରାମ ପାଇଁ ହୋଇ ଯାଇଛି ।

ଯାହା ଏହି ନିକଟରେ ନଥିଲା।ତେବେ ଏହା ପୂର୍ବରୁ ସୁନା ଦାମ୍ ଶୁକ୍ରବାର ୫୨୧୬୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ତେବେ ସେହିଭଳି ସୁନାପରି ରୂପାର ଦାମ୍ ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି।ରିପୋର୍ଟ୍ ଅନୁସାରେ ଏଥିରେ ମଧ୍ୟ ଦର ଖସିଛି ଏବେ ଏମସିଏକ୍ସ ରେ ରୂପାର ବାଏଦା ୪୬୦୦ ଟଙ୍କାରୁ ଅଧିକ ଖସି ୬୦୭୨୫ ଟଙ୍କା ପ୍ରତି କିଲୋଗ୍ରାମ ପିଛା ହୋଇଛି। ଯାହାକୁ ନେଇ ଏକ ପ୍ରକାର ବଜାର ଦରରେ ପ୍ରଭେଦ ଦେଖିବାକୁ ମିଳିଛି।

ତେବେ ବଜାରରେ ଏହିଭଳି ଭାବରେ ଦରରେ ହ୍ରାସତା ହେବାର କାରଣ ମଧ୍ୟ ରହିଛି।ଯାହାର କାରଣ ରହିଛି କରୋନା ଭ୍ୟାକସିନ।ଯେଉଁ କାରଣ ପାଇଁ ଖସିଲା ଏହି ଅଳଙ୍କାର ର ଦାମ୍। ତେବେ ଜାଣନ୍ତୁ କରନା ପାଇଁ ଏହିଭଳି ଅଳଙ୍କାରରେ ହ୍ରାସତା ହେବାର କାରଣ କଣ ଅଟେ।

ତେବେ ସୂଚନା ଅନୁସାରେ ଫାର୍ମା କମ୍ପାନୀ ଫାଇଜର କରୋନା ଭ୍ୟାକସିନ୍ ନେଇ ଘୋଷଣା କରିବା ପରେ ଏହା ସହିତ ଯୁକ୍ତି ମଧ୍ୟ ବାଢିଲା କି ଏହି ମେଡିସିନ୍ ୯୦ ପ୍ରତିଶତ ପର୍ଯ୍ୟନ୍ତ କରୋନାରେ ପ୍ରଭାବୀ ରହିବ।ଏହାପରେ ଅର୍ଥନୀତି ର ପ୍ରଭାବ ରେ ସୁଧାର ଆସିବା କୁ କଳ୍ପନା କରି ଆନ୍ତର୍ଜାତିକ ବଜାରରେ ହଠାତ୍ ପ୍ରଭାବ ପଡ଼ିବାକୁ ଲାଗିଲା।

ଫାଇଜର ଓ ତାର ଜର୍ମାନ ପାର୍ଟନର BioNTech SE  ନିଜ ସଫଳ କ୍ଲିନିକାଲ୍ ଟ୍ରାଏଲ୍ ପରେ ଏଭଳି ଯୁକ୍ତି ବାଢିଲେ ଯେ ଏହା ଅନେକ ମାତ୍ରାରେ ଫଳପ୍ରଦ ହୋଇ ପାରିବ। ଏହା ପରେ ଉପରୋକ୍ତ କାରଣ ଅନୁଯାୟୀ ସାରା ବିଶ୍ୱରେ ସୁନା ରୂପାର ରାସ୍ତା ବଦଳିବାରେ ଲାଗିଲା । ଅନ୍ୟ ଦେଶ ମାନଙ୍କରେ ଏହାର ପ୍ରଭାବ ଅନେକ ମାତ୍ରାରେ ମଧ୍ୟ ପରିଲକ୍ଷିତ ହେଲା।ଏହି କ୍ରମରେ ଭାରତରେ ମଧ୍ୟ ସୁନା ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଲାଗିଲା।

ଯାହାକୁ କଳନା କରି ଦେଖାଗଲା ଯେ ବିଗତ ୭ ବର୍ଷ ଭିତରେ ପ୍ରଥମଥର ପାଇଁ ଏମିତି ସମ୍ଭବ ହୋଇଛି ସୁନା, ରୂପା ଦରରେ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।