ବାଃ ବାଃ ରେ ସ୍ୱାମୀ ! ୬ ଜଣ ଗର୍ଭବତୀ ପତ୍ନୀ ଙ୍କ ସହ ବିବାହ ପାର୍ଟି ରେ ଯୋଗଦେଲେ ସ୍ୱାମୀ । ଫଟୋ ହେଲା ସୋସିଆଲ ମିଡିଆରେ ଭାଇରାଲ….
ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଏକ ଫଟୋ।ଯେଉଁ ଫଟୋ ହେଉଛି ନାଇଜେରିଆର ଏକ ବ୍ୟକ୍ତିଙ୍କର। ତେବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଏହି ଫଟୋ ର ମୁଖ୍ୟ ଆକର୍ଷଣ ଭାବରେ ଥିବା ବ୍ୟକ୍ତିଙ୍କର ନାମ ହେଉଛି ପ୍ରୀଟୀ।ସେ ଏଥିପାଇଁ ଚର୍ଚ୍ଚାରେ ରହିଛନ୍ତି କାରଣ ସେ ବିବାହ ଉତ୍ସବରେ ନିଜ ୬ ଗର୍ଭବତୀ ପତ୍ନୀଙ୍କୁ ନେଇ ପହଞ୍ଚି ଥିଲେ।
ପ୍ରକୃତରେ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ।ଏବଂ ସତରେ ମଧ୍ୟ ତାଙ୍କର ୬ ଜଣ ଗର୍ଭବତୀ ସ୍ତ୍ରୀ ଅଛନ୍ତି।ତେବେ ଏଭଳି କୌତୁହଳ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ନାଇଜେରିଆରେ।
ତେବେ ସେଠାକାର ଲୋକଙ୍କ ଯାହା କହିବା କଥା ରହିଛି ସେହି ଅନୁସାରେ, ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ପ୍ରୀଟୀ ନିଜ ସହ ୬ ପତ୍ନୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ପହଞ୍ଚି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲେ।ତେବେ ଏଠାକାର ପ୍ରୀଟୀ ମାଇକ ନାମକ ଏହି ବ୍ୟକ୍ତି ନିଜ ୬ ପତ୍ନୀଙ୍କ ସହ ସାଙ୍ଗର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ତେବେ ସବୁଠୁ ମଜା କଥା ହେଉଛି ୬ ଜଣ ଯାକ ପତ୍ନୀ ସେହି ସମୟରେ ଗର୍ଭବତୀ ଥିଲେ ଯେତେବେଳେ ସେ ଏହି ବିବାହ ପାର୍ଟି କୁ ଆସିଥିଲେ।ତେବେ ବିବାହ ଉତ୍ସବରେ ପହଞ୍ଚିବା ପରେ ପ୍ରୀଟୀ ସେଠାରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ। ସେହି ସ୍ଥାନରେ ସମସ୍ତେ ଉପସ୍ଥିତ ଥିବା ବେଳେ ଉକ୍ତ ବିବାହରେ ବର କନ୍ୟାଙ୍କ ଠାରୁ ଅଧିକ ଚର୍ଚ୍ଚାରେ ଏହି ଏହି ବ୍ୟକ୍ତି ପ୍ରୀଟୀ ଓ ତାଙ୍କର ୬ ଜଣ ସୁନ୍ଦରୀ ଗର୍ଭବତୀ ଥିବା ସ୍ତ୍ରୀ।
ଏହାପରେ ପ୍ରୀଟୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ତେବେ ପ୍ରୀଟୀ ନିଜକୁ ସବୁ ଗର୍ଭବତୀ ମହିଳାଙ୍କ ପେଟରେ ବଢୁଥିବା ପିଲାର ବାପା ବୋଲି ସମସ୍ତଙ୍କୁ ପରିଚୟ ଦେଇଛନ୍ତି। ତେବେ ଆଉ ଏକ ସୁନ୍ଦର କଥା ଏହା ଯେ ପ୍ରୀଟୀ ଏହି ପାର୍ଟିର ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ସେୟାର କରିଛନ୍ତି। ଫଟୋରେ ସେ ବହୁତ୍ ଆକର୍ଷଣୀୟ ଦେଖା ଯାଉଛନ୍ତି। କାରଣ ସେ ନିଜେ ପିଙ୍କ୍ କଲରର ସୁଟ୍ ପିନ୍ଧିଥିବା ବେଳେ ତାଙ୍କର ୬ ଜଣ ପତ୍ନୀ ସିଲଭର ରଙ୍ଗର ଡ୍ରେସ୍ ପିନ୍ଧି ଛନ୍ତି। ସେମାନେ ମଧ୍ୟ ବହୁତ ଆକର୍ଷଣୀୟ ଦେଖା ଯାଉଛନ୍ତି।
ତେବେ ନିଜେ ପ୍ରିଟୀ ସୋସିଆଲ ମିଡିଆରେ ତାଙ୍କର ଏହି ସବୁ ଫଟୋ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି ଯେ ଆମେ ସବୁ ଆମ ସୁନ୍ଦର ଜୀବନ ଜୀଉଁଛୁ। ଏହା କୌଣସି ଫିଲ୍ମ ଟ୍ରାକ୍ ନୁହେଁ।ଏହାପରେ କିଛି ଲୋକ ପ୍ରୀଟୀଙ୍କ ଏହି ପୋଷ୍ଟରେ ବିଭିନ୍ନ ପ୍ରକାର କମେଣ୍ଟ କରି ଭିନ୍ନ ଭିନ୍ନ କଥା ଲେଖିଛନ୍ତି ଏବଂ ସେମାନଙ୍କର ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।