୫୦ ବର୍ଷ ପୂର୍ବ ୧୯୭୧ ମସିହା ସହିତ ମିଶି ଯାଉଛି ୨୦୨୧ର କ୍ୟାଲେଣ୍ଡର, ଜାଣନ୍ତୁ ଏହି ବର୍ଷର ଅଦ୍ଭୁତ ରହସ୍ୟ ବିଷୟରେ….

ପ୍ରତ୍ୟେକ ବର୍ଷର ଦିନଗୁଡିକୁ ସମସ୍ତେ ଆନନ୍ଦ ଉଲ୍ଲାସର କଟେଇବାକୁ ଚାହିଁଥାନ୍ତି। ସମସ୍ତେ ଚାହିଁଥାନ୍ତି ବିନା କଷ୍ଟରେ ଆଗକୁ ବଢ଼ିବା। ସେହିପରି ୨୦୨୦ ବର୍ଷକୁ ସମସ୍ତେ ମଉଜ ମଜଲିସରେ ରହିବ ପାଇଁ ଭାବିଥିଲେ, ହେଲେ ଏହି ବର୍ଷ ସାରା ବିଶ୍ୱବାସୀଙ୍କୁ ମୁହଁରୁ ଖୁସି ନେଇଗଲା। ଆଉ ସମସ୍ତଙ୍କ ଆର୍ଥିକ ବ୍ୟବସ୍ଥା ଅତି ଶୋଚନୀୟ ହୋଇଯାଇଥିଲା ଏବଂ ସମସ୍ତଙ୍କୁ ଅଭାବରେ ପକାଇଦେଇଥିଲା। ଏହି ବର୍ଷ କରୋନା ନାମକ ଏକ ମହାମାରୀ ଆସିଥିଲା। ଏହି ମହାମାରୀରେ ବହୁତ ଲୋକଙ୍କ ମଧ୍ୟ ଜୀବନ ଗଲା। ବିଶ୍ୱରେ ଏହା ଏକ ଐତିହାସିକ ସୃଷ୍ଟି କଲା। ଯାହାକୁ କେହି ବି ଭୁଲି ପାରିବେନାହିଁ।

ଆଉ ଏହିବର୍ଷ ସାରା ବିଶ୍ୱରେ ଅର୍ଥନୀତିକୁ ଦୋହଲାଇ ଦେଇଥିଲା, ଯାହା ଏମିତି କେବେ ହୋଇନଥିଲା। ଆମ ଦେଶ ଏକ ଅଧ୍ୟାତ୍ମିକ, ସାଂସ୍କୃତିକ ରେ ପରିପୂର୍ଣ୍ଣ। ଏଠାରେ ବିଭିନ୍ନ ପ୍ରକାର ଧର୍ମ ଏବଂ ଆଉ ତାଙ୍କର ଦେବାଦେବୀ ଅଛନ୍ତି। ଆଉ ମଧ୍ୟ ସବୁପ୍ରକାର ପୂଜା, ପର୍ବପର୍ବାଣି ଧୁମଧାମରେ ପାଳନ କରାଯାଇଥାଏ କିନ୍ତୁ ଏହି ବର୍ଷ ହୋଇପାରିନଥିଲା।

ଏହିବର୍ଷ ସମସ୍ତ ପାଇଁ କିଛି ନୂତନ ମୋଡ ଆଣିଥିଲା। ଏହି ମହାମାରୀ କବଳରୁ କେହି ବି ମୁକ୍ତି ପାଇପାରିନାହାନ୍ତି। ସବୁ ବର୍ଷକୁ ଥରେ ନୂଆ ବର୍ଷ ଅର୍ଥାତ ଇଂରାଜୀ ବର୍ଷର ପ୍ରଥମ ଦିନ ଆସିଥାଏ।ସେହିପରି ଏଥରକ ୨୦୨୧ ବର୍ଷ ଆସିଅଛି। ଏହି ଦିନରେ ସମସ୍ତେ ଭୋଜି ଭାତ ଏବଂ ବୁଲିବାକୁ ଭଲ ପଇଥାନ୍ତି। କରୋନା ପାଇଁ ଏହିବର୍ଷ ସରକାର କଟକଣା କିମ୍ବା ନିୟମ ଲାଗୁକରିଛନ୍ତି ତେଣୁ ସବୁବର୍ଷ ପରି ୨୦୨୧ବର୍ଷର ନୂଆ ବର୍ଷ ମଉଜ ମଜଲିସ ହୋଇପାରିଲନାହିଁ।

ପ୍ରତ୍ୟେକ ବର୍ଷକୁ ଥରେ ନୂଆ କ୍ୟାଲେଣ୍ଡର ଆସିଥାଏ। ଯାହା ଗୋଟିଏ ବର୍ଷର ପୂଜା, ବାହାଘର, ପର୍ବପର୍ବାଣି,ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ ରହିଥାଏ। କିନ୍ତୁ ଏହି ବର୍ଷ କିଛି ନୂଆ ଆସିଛି ଯାହା ସମସ୍ତଙ୍କୁ ଆଚଙ୍କିତ କରିଦେଇଛି। ଯାହାକୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ସମ୍ପୂର୍ଣ ଖବର ଜାଣିବା।

ଏହି ବର୍ଷ କ୍ୟାଲେଣ୍ଡରରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ସବୁ ବର୍ଷ କ୍ୟାଲେଣ୍ଡର ଠାରୁ ଭିନ୍ନ। ଏହି ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ୨୦୨୧ ର କ୍ୟାଲେଣ୍ଡର ୧୯୭୧ ମସିହାର କ୍ୟାଲେଣ୍ଡର ସହ ପ୍ରାୟତଃ ମିଶି ଯାଉଛି।

ଆଉ ଏହି ନୂଆ ବର୍ଷ ଶୁକ୍ରବାର ପଡିଥିବାବେଳେ ୧୯୭୧ ରେ ମଧ୍ୟ ଏହିଦିନ ପଡିଥିଲା ଯାହା କିଛି ମାତ୍ରାରେ ସାମଞ୍ଜସ୍ୟ ରହିଛି ବୋଲି ଜଣାପଡିଛି। ୨୦୨୧ ବର୍ଷର ଶେଷ ଦିନ ବି ସମାନ ଦିନ ପଡୁଛି ଏବଂ ବର୍ଷର ସବୁ ତିଥି ପ୍ରାୟତଃ ସମାନ ଦିନ ଆସୁଛି କିନ୍ତୁ ସ୍ଵତନ୍ତ୍ର ଦିନ ଗୁଡିକୁ ତର୍ଜମା କରାଯାଇନାହିଁ। ଏହିପରି ମଧ୍ୟ ଆଗରୁ କେତେଥର ହୋଇଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।