ଦେଖନ୍ତୁ ଭିଡିଓ – ୫ ବର୍ଷର ପ୍ରେମ ପରେ ମନ୍ଦିରରେ ଯୁବକଙ୍କୁ ବାହା ହେଲେ ଜଣେ କିନ୍ନର, ବିବାହ ପରେ କଲେ କିଛି ଏମିତି କାମ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେନି…

ଦୁନିଆରେ ବେଳେବେଳେ ଏମିତି କିଛି ପ୍ରେମ କାହାଣୀ ଦେଖିବାକୁ ମିଳେ ଯାହା ସମସ୍ତଙ୍କ ଠାରୁ ଭିନ୍ନ ଏବଂ ନିଆରା ହୋଇଥାଏ।ଆଉ ସେହିଭଳି ପ୍ରେମ ପ୍ରମାଣ କରିଦେଇ ଥାଏ ଯେ ପ୍ରେମ କୌଣସି ସାମାଜିକ କଟକଣା କିମ୍ବା ପ୍ରତିବନ୍ଧକ କୁ ମାନି ନଥାଏ। ଯେଉଁଠି ଦୁଇଟି ହୃଦୟ ଏବଂ ମନର ମିଳନ ଘଟେ ସେଠାରେ କେବଳ ଏହିଭଳି ଶାଶ୍ଵତ ପ୍ରେମ ଦେଖିବାକୁ ମିଲି ଥାଏ।ସେଥିପାଇଁ କୁହାଯାଏ ପ୍ରେମ କେତେବେଳେ କାହା ସହ ହୋଇଯାଏ ତାହା କହିବା ମୁସ୍କିଲ।

କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି। ଆଉ ସେଭଳି ଏକ ପ୍ରେମକାହାଣୀ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ।

ଏଠାରେ ଜଣେ ଯୁବକ ଜଣେ କିନ୍ନର ଙ୍କୁ ବିବାହ କରିଛନ୍ତି।ସେମାନେ ପ୍ରଥମେ ପରସ୍ପରକୁ ଦେଖାଚାଁହା ପରେ ପ୍ରେମ କରି ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ଫଳରେ କିନ୍ନର ଚିନ୍ମୟୀ ସାଜିଲେ ବବ୍‌ଲୁ ନାମକ ଯୁବକଙ୍କ କନ୍ୟା।ଏଠାରେ ଏହା ପ୍ରମାଣ ହୋଇଛି ଯେ ପ୍ରେମ କୌଣସି ପରିସୀମା ମାନେନାହିଁ। ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର ଅଟେ।

ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ। ଥରେ ମନ ସହିତ ମନ ମିଳିଗଲେ ଦୁନିଆଁର ସବୁ ପ୍ରତିବନ୍ଧକ ପାର କରିଥାନ୍ତି ପ୍ରେମୀ ଯୁଗଳ।ତେବେ ଅନୁଗୁଳରେ ଦେଖିବାକୁ ମିଳିଥିବା ଏହି ପ୍ରେମ କାହାଣୀ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ଏବଂ ଚର୍ଚ୍ଚାରେ ରହିଛି।କିନ୍ନରଙ୍କୁ ବିବାହ କରି ଯୁବକ ଜଣଙ୍କ ଚର୍ଚ୍ଚାରେ ଅଛନ୍ତି।

ପ୍ରଥମେ ଏକ ଷ୍ଟେଜ ସୋରେ ଉଭୟେ ଉଭୟଙ୍କୁ ଦେଖିବା ପରେ ମିଳାମିଶା ହୋଇ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା।ଆଉ ଏବେ ଏହି ସମ୍ପର୍କ ନିବିଡ଼ ପ୍ରେମରେ ପରିଣତ ହୋଇ ଦୀର୍ଘ ୫ ବର୍ଷ ପରେ ସେମାନେ ସାରା ଜୀବନ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଣେ ସେମାନେ ଅନଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପରସ୍ପରକୁ ବିବାହ କରିଛନ୍ତି।ଆଉ ମା ବୁଢ଼ୀ ଠାକୁରାଣୀକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ଜୀବନର ସାଥୀ ରୂପରେ ଗ୍ରହଣ କରିଛନ୍ତି।

ତେବେ ତାଙ୍କର ଏହି ମନ୍ଦିର ବିବାହରେ ସାଙ୍ଗ ସାଥି ଏବଂ କିନ୍ନର ସଂଗଠନ ଉପସ୍ଥିତ ଥିବା ବେଳେ ପୁଅ ବବଲୁ ଏବଂ କିନ୍ନର ଚିନ୍ମୟୀ ଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇ ଛନ୍ତି।ତେବେ ଯୁବକ ଜଣଙ୍କ କଣିହାଁ ଅଞ୍ଚଳର ହୋଇଥିବା ବେଳେ କିନ୍ନର ଜଣକ ବଅଁରପାଳ ଅଞ୍ଚଳର ବୋଲି ଜଣା ପଡ଼ିଛି।ତେବେ ଭଲପାଇବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଏହି ପ୍ରେମୀ ଯୁଗଳ।ତେବେ ସେମାନଙ୍କ ଏହି ବିବାହ ସମସ୍ତଙ୍କ ଜାଣତରେ ହୋଇଥିଲେ ମଧ୍ୟ ଉଭୟ ପକ୍ଷରୁ ପରିବାର ଲୋକେ ଏଥିରେ ଯୋଗ ଦେଇ ନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।