ଭେଣ୍ଡିଆ ପୁଅକୁ ଧକ୍କା ଦେଲା ବସ, ଶେଷ ସମୟରେ ମା କୁ ଖୋଜୁଥିଲା ପୁଅ..ମା’ କୁ ଦେଖିବା ପୂର୍ବରୁ ଉଡ଼ିଗଲା ପ୍ରାଣବାୟୁ…

5 ବର୍ଷ ତଳେ ସ୍ୱାମୀ ଆରପାରିକୁ ଚାଲି ଗଲେ ଗୋଟିଏ ବୋଲି ଭେଣ୍ଡିଆ ପୁଅର ମୁହଁ କୁ ଅନେଇ ଦିନ କାଟୁ ଥିଲା, ହେଲେ ଦୈବ ଏତିକି ବି ସହିଲା ନାହିଁ ଆଜି ସେହି ବିଧବା ମା ଠାରୁ ତା ପୁଅକୁ ବି ଛଡେଇ ନେଲା | ପୁଅ ସକାଳୁ ସକାଳୁ ଜଳଖିଆ ଖାଇବା ପାଇଁ ବାହାରି ଥିଲା ଆଉ ଦୋକାନୀ କୁ ଜଳଖିଆ ମଧ୍ୟ ଆଣିବା ପାଇଁ କହି ଥିଲା | କିନ୍ତୁ ଦୋକାନୀ ଜଳଖିବା ଆଣିବା ବେଳେ ରାସ୍ତା ତାକୁ କାଳ ମୃତ୍ୟୁ ଜଗି ବସି ଥିଲା | ଆଉ ପଛ ପଟୁ ଆସି ଏକ ଗାଡ଼ି ଧକ୍କା ଦେଇ ଥିଲା ଯାହା ଫଳରେ 100 ମିଟର ଦୂରରେ ଯୁବକ ଜଣଙ୍କ ଘୋଷାଡ଼ି ହୋଇ ପଡ଼ି ଥିଲେ |

ଆଉ ସେଠାରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା ଆଉ ଏହି ଖବର ପାଇବା ପରେ ଯୁବକ ର ପରିବାର ଲୋକ ଦୌଡ଼ି ଆସି ଥିଲେ | ଆଉ ଆସି ଦେଖି ଥିଲେ କି ରାସ୍ତା ରେ ପୁଅର ବାଇକ ପଡ଼ିଛି ଯାହାକି ଛିଟକି ହୋଇ ପଡ଼ିଛି ଆଉ କିଛି ଦୂର ରେ ପୁଅର ଶବ ପଡ଼ିଛି |

ଉପରେ ପଡ଼ିଛି ପ୍ଲେଟ ଆଉ ତା ପାଖରେ ଜଳଖିଆ ପଡ଼ିଛି ଆଉ ଏହି ଦୃଶ୍ୟ ଦେଖିବା ପରେ ପରିବାର ଲୋକ ଙ୍କର ଛାତି ଫାଟି ଯାଉଛି | ତା ଭାଇ କୁ ଡାକ୍ତରଖାନା ନେଇ ଯିବା ପାଇଁ ନେହୁରା ହେଉଛି ହେଲେ ତା ଭାଇ କଣ ଆଉ ଅଛି ତା ଭାଇ ପା ସବୁଦିନ ପାଇଁ ଆଖି ବୁଜି ଦେଇଛି ଛଟପଟ ହୋଇ ଭାଇର ମୃତ୍ୟୁ ହୋଇଛି |

ଜଗତସିଂହପୁର ଜିଲ୍ଲା ନାଉକା ଥାନା ଅନ୍ତର୍ଗତ ଗୁଣ୍ଡାଳ ସ୍ଥିତ ପଲିଟେକ୍ନିକ ଛକ ନିକଟରେ ମର୍ମତ ସଡ଼କ ଦୁର୍ଘଟଣା ଘଟି ଯାଇଛି | ଦୁର୍ଘଟଣା ରେ ଜଣେ 25 ବର୍ଷୀୟ ଯୁବକ ଙ୍କର ମୃତ୍ୟୁ ହୋଇ ଯାଇଛି, ମୃତକ ଜଣଙ୍କ ହେଲେ ସ୍ଥାନୀୟ ଖଇରା ଗାଁ ର ବ୍ରିଜେଶ ନାମକ ଜଣେ ଯୁବକ ଅଟନ୍ତି |

ସୂଚନା ମୁତାବକ ସକାଳ ପ୍ରାୟ ସାଢେ 9ଟା ସମୟରେ ନିଜ ମଟରସାଇକେଲ ଯୋଗେ ଫେରୁ ଥିବା ସମୟରେ ଅଭିରାମ ନାମକ ଏକ ଘରୋଇ ଯାତ୍ରୀ ବାହିନୀ ବସ ତାଙ୍କୁ ଧକ୍କା ଦେଇ ଥିଲା |

ତେବେ ଘଟଣା ସ୍ଥଳରେ ବ୍ରିଜେଶ ଙ୍କ ମୃତ୍ୟୁ ଘଟି ଥିବା ବେଳେ ବସ ଟି ଘଟଣା ସ୍ଥଳରୁ ଜୈ ନାଉକା ଥାନାରେ ହାଜର ହୋଇଛି | ଘଟଣା ସ୍ଥଳରେ ନାଉକା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରି ଥିଲେ ମଧ୍ୟ ମୃତକ ଙ୍କ ପରିବାର କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବି କରି ରାସ୍ତା ଅବରୋଧ କୁ ସ୍ଥାନୀୟ ଲୋକ ଜାରି ରଖିଛନ୍ତି | ତେବେ 2015 ମସିହା ରେ ବ୍ରିଜେଶ ଙ୍କର ବାପା ମଧ୍ୟ ଏଭଳି ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇ ଥିଲେ |