ପୁଣି ଆସୁଛି ଦୁଇଟି ବଡ ବାତ୍ୟା ! ୪୮ ଘଣ୍ଟାରେ ନେବ ଅବପାତର ରୂପ । ଓଡ଼ିଶାର ଏହି ୫ଟି ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ । କେଉଁଠି ଛୁଇଁବ ସ୍ଥଳ ଭାଗ ଜାଣନ୍ତୁ…..

ଆସୁଛି ଦୁଇଟି ଘୂର୍ଣୀ ଝଡ଼ । ଗୋଟିଏ ଆରବ ସାଗର ରେ ତ ଆଉ ଗୋଟିଏ ବଙ୍ଗୋପ ସାଗରରେ । ଆରବ ସାଗର ରେ ଆସୁଥିବା ଝଡ ର ଗତି ସିଭିଅର୍ ସାଇକ୍ଲୋନିକ୍ ଷ୍ଟ୍ରମ ରେ ପରିଣତ ହୋଇପାରେ । ଏହା ସୋମାଲିଆ ରେ ହିଟ୍ କରିବ ।ଏହା ୪୫ କିମି ରେ ଗତି କରୁଛି ।

ସାଇକ୍ଲୋନିକ୍ ଷ୍ଟ୍ରମ ୧୨ ଘଣ୍ଟା ମଧ୍ୟରେ ସିଭିଅର୍ ସାଇକ୍ଲୋନିକ୍ ଷ୍ଟ୍ରମ ରେ ପରିଣତ ହୋଇପାରେ । ଏହି ସମୟ ରେ ପବନ ର ବେଗ ୧୦୦-୧୧୦ କିମି ରହିବ ।

ପବନ ର ବେଗ ବଢ଼ି ୧୨୦ କିମି ହୋଇ ପାରେ।ସନ୍ଧ୍ୟା ପରେ ଏହା ସୋମାଲିଆ ଅତିକ୍ରମ କରିବ । ସେହିପରି ବଙ୍ଗୋପ ସାଗରରେ ଆଉ ଏକ ଝଡ଼ ସୃଷ୍ଟି ହୋଇଛି ଏହା ତାମିଲନାଡୁ ରେ ହିଟ୍ କରିବ । ଡିପ୍ରେଶନ ର ୨୪ ଘଣ୍ଟା ପରେ ସାଇକ୍ଲୋନିକ୍ ଷ୍ଟ୍ରମ ରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗ ରେ ଗତି କରି ୨୪ ତାରିଖ ମଧ୍ୟାହ୍ନ ବା ୨୫ ତାରିଖ ବେଳକୁ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ।

ତେବେ ଆରବ ସାଗର ରେ ସୃଷ୍ଟି ହୋଇ ଥିବା ଘୁର୍ଣି ଝଡ଼ ବାତ୍ୟା ରେ ପରିଣତ ହେବା ପରେ ଏହାର ବିଶେଷ ଭାବେ ଓଡ଼ିଶା ଉପରେ କୌଣସି ପ୍ରକାର ପ୍ରଭାବ ରହିବ ନାହିଁ। କିନ୍ତୁ ଯେଉଁ ବାତ୍ୟା ଟି ବଙ୍ଗୋପ ସାଗରରେ ଅନୁଭୂତ ହେବା ପାଇଁ ଯାଉଛି ଯାହା ଡିପ୍ରେଷନ ହେବା ପରେ ସ୍ଥଳ ଭାଗ ଛୁଇଁବ ଏହାର ପ୍ରଭାବ ଓଡ଼ିଶା ଉପରେ ନିହାତି ଭାବେ ରହିଛି।

ତେବେ ଓଡ଼ିଶା ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୁଳ ଅଞ୍ଚଳ ଭୁବନେଶ୍ୱର ରେ ହାଲୁକା ବର୍ଷା ହୋଇ ପାରେ କିମ୍ବା ହୋଇ ନପାରେ । ମୁଖ୍ୟତଃ ୨୫,୨୬,୨୭ ତାରିଖ ରେ ପ୍ରଭାବ ପଡ଼ିବ ଓଡ଼ିଶା ରେ ।

ନବରଙ୍ଗପୁର , କଳାହାଣ୍ଡି , କୋରାପୁଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪୮ ଘଣ୍ଟା ଧରି ପ୍ରଭାବ ପଡ଼ିବ ଓଡ଼ିଶା ରେ। ପବନ ହେବାର ବିଶେଷ କିଛି ସମ୍ଭାବନା ନାହିଁ । ଉପକୁଳ ରେ ମଧ୍ୟ ବର୍ଷା ରେ ଏତେ ସମ୍ଭାବନା ନାହିଁ । କିନ୍ତୁ ପୁରୀ ଯଦି କହିବା ପୁରୀ ଗଂଜାମ ଜିଲ୍ଲା ଉପକୂଳ ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ଓଡ଼ିଶା ରେ ପ୍ରଭାବ ପଡ଼ିବାର ବିଶେଷ ସମ୍ଭାବନା ନାହିଁ କିନ୍ତୁ ସ୍ଥାନେ ସ୍ଥାନେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।