ଦେଖନ୍ତୁ ଭିଡିଓ – ୩୫ ବର୍ଷ ହେଲା ଗୋଡ଼ାଇ ଗୋଡ଼ାଇ ଚୋଟ ମାରୁଛି ସାପ, ନେଉଛି କି ପ୍ରତିଶୋଧ : ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ସାପ ସାଧାରଣତଃ ଏକ ମନରେ ଏକ ଭୟ ସୃଷ୍ଟି କରୁଥିବା ଭୟାନକ ଜୀବ। ଯାହାକୁ ଦେଖିଲେ ସମସ୍ତେ ଡରି ଥାଆନ୍ତି।ଆପଣ ଦୈନନ୍ଦିନ ଜୀବନରେ ନିଶ୍ଚୟ ସାପ କାମୁଡ଼ିବା ସମ୍ବନ୍ଧୀୟ ଅନେକ ଖବର ଶୁଣିଥିବେ।ଭାରତରେ ପ୍ରତିବର୍ଷ ହଜାର ହଜାର ଲୋକ ସାପ କାମୁଡିବାରେ ମରି ଥାଆନ୍ତି। ସମଗ୍ର ବିଶ୍ବରେ ପ୍ରତିବର୍ଷ ଲକ୍ଷେ ଲୋକ ସାପ କାମୁଡାରେ ମରନ୍ତି। ହଁ ଏହା ସତ ଯେ କିଛି ସାପର ବିଷ ରହିଥିବା ବେଳେ ଆଉ କିଛି ସାପର ବିଷ ନଥାଏ।

ତଥାପି ଲୋକେ ସବୁ ସାପକୁ ଭୟ କରିଥାନ୍ତି।କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।ଆମ ଦେଶରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ୩୨ ବର୍ଷ ଭିତରେ ୭୨ ଥର କାମୁଡ଼ିଛି ତଥାପି ସେ ଏବେବି ବଞ୍ଚିଛନ୍ତି।

ତେବେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର କୁମାର ଗୁଣ୍ଟା ଗାଁରେ ରହୁଥିବା ସୁବ୍ରମଣ୍ୟମ୍। ତାଙ୍କ କହିବା ଅନୁସାରେ ସାପ ତାଙ୍କ ଉପରେ ପ୍ରତିଶୋଧ ନେଉଛି। ଏହାଛଡା ଅନେକ ଲୋକ ମଧ୍ୟ ବିଶ୍ୱାସ କରନ୍ତି ଯେ ସାପମାନେ ତାଙ୍କର ପ୍ରତିଶୋଧ ନିଅନ୍ତି।ଏହାର କାରଣ ଉକ୍ତ ବ୍ୟକ୍ତି ଜଣଙ୍କ ଜାଣିନଥିବା ବେଳେ ଏହା ତାଙ୍କୁ ବହୁତ ବ୍ୟସ୍ତ କରିଥାଏ।ଆଉ ଏହି ଘଟଣା ସେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରୁ ତାଙ୍କ ସହ ଘଟି ଆସୁଛି। ଆଉ ଏହାପରେ ଏମିତି କୌଣସି ବର୍ଷ ନାହିଁ ଯେଉଁ ବର୍ଷ ସେ ସାପ କାମୁଡାରୁ ବର୍ତ୍ତି ଯାଇଛନ୍ତି ଅର୍ଥାତ୍ ସାପ ତାଙ୍କୁ କାମୁଡି ନାହିଁ।

ତେବେ ସୁବ୍ରମଣ୍ୟମ୍ ପେଶାରେ ଜଣେ କୃଷକ ହୋଇ ଥିବାରୁ ସାପ କାମୁଡ଼ିବା ପରେ ପ୍ରତିଥର ସେ ଏଥିପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଥିବାରୁ ଏହା ତାଙ୍କ ପାଇଁ କଷ୍ଟକର ହୋଇ ପଡୁଛି ବୋଲି ତାଙ୍କ କହିବା କଥା। ତେଣୁ ଏହି ଅସାଧାରଣ ପରିସ୍ଥିତିରୁ ତାଙ୍କୁ ବାହାର କରିବା ପାଇଁ ସେ ପ୍ରତିଦିନ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି।ସେ କହିଛନ୍ତି ଯେ, ପ୍ରତିବର୍ଷ ଅମାବାସ୍ୟାରେ ସାପ ନିଶ୍ଚିତ ଭାବରେ ତାଙ୍କ ଦ୍ୱାର ସାମ୍ନାରେ ଦେଖାଯାଏ।

ଏହି ଦିନ ସେମାନେ ଭୟଭୀତ ହୋଇ ନିଜ ଘରୁ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ।ଆଉ ଗତ ୩୨ ବର୍ଷ ଧରି ସୁବ୍ରମଣ୍ୟମ୍ ସହିତ ଏହି ଘଟଣା କ୍ରମାଗତ ଭାବରେ ଘଟି ଚାଲିଛି। ଏହାକୁ ନେଇ ସେ ଅତ୍ୟନ୍ତ ଦୁଖ ଅନୁଭବ କରନ୍ତି ସୁବ୍ରମଣ୍ୟମ୍ ଏବଂ ସାପମାନେ ତାଙ୍କଠାରୁ କାହିଁକି ପ୍ରତିଶୋଧ ନେଉଛନ୍ତି ବୋଲି ସେ ଜାଣି ପାରୁ ନାହାନ୍ତି।ସାପର ଭୟ ହେତୁ ସେ ନିଜ କାମ ପାଇଁ ମଧ୍ୟ ବାହାରକୁ ଯାଇ ପାରୁନଥିବା କହିଛନ୍ତି।

ତେବେ ତାଙ୍କୁ କାମୁଡୁଥିବା ସାପ ଏକ ପ୍ରକାର ନା ଭିନ୍ନ ଭିନ୍ନ ତାହା ସେ ସ୍ପଷ୍ଟ ଭାବରେ ଜାଣି ନାହାନ୍ତି।ଏଥିପାଇଁ ବହୁତ୍ ଭୟଭୀତ ସୁବ୍ରମଣ୍ୟମ୍। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।