3000 ଭଉଣୀଙ୍କର ଭାଇ ଅଟନ୍ତି ଏହି ପୋଲିସ ଅଧିକାରୀ ତେବେ କେମିତି ହେଲେ ଏତେ ଭଉଣୀ , ପୁରା ଘଟଣା ଜାଣିଲେ ଆପଣ ମଧ୍ୟ ଏହି ଅଧିକାରୀ ଙ୍କୁ ସେଲୁଟ୍ ମାରିବେ…
ଆପଣ ମାନେ କେବେବି ପୋଲିସ ଷ୍ଟେସନ ଯାଇଛନ୍ତି , ତେବେ କୌଣସି କେସ ବା କୌଣସି କାମ ପଡିଲେ ଆପଣ ମାନେ ପୋଲିସ ଷ୍ଟେସନ ଯାଆନ୍ତି ନହେଲେ କାହିଁକି ଯିବେ । ଏହା ବ୍ୟତୀତ ପୋଲିସ ଷ୍ଟେସନ ଯିବାକୁ ଭୟ ମଧ୍ୟ ଲାଗିଥାଏ , କାରଣ ସେଠାରେ ଦୋଷୀ ମାନଙ୍କୁ ଦଣ୍ଡ ମିଳିଥାଏ ତ ଯିଏ କିଛି ଦୋଷ କରିନଥିବ ସେ କାହିଁକି ପୋଲିସ ଷ୍ଟେସନ ଯିବ । ତେବେ ଆପଣ ମାନେ କେବେ କାହାକୁ ବା କୌଣସି ପୋଲିସ ଅଧିକାରୀ ମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଛନ୍ତି କି , ଏହି କଥା ଶୁଣି କରି ଆଶ୍ଚର୍ଯ୍ୟ ଲାଗିବ କି ପୋଲିସ ଅଧିକାରୀ ମାନଙ୍କୁ ଦେଖିଲେ ତ ଡରେ ଲାଗେ ତେବେ ରାକ୍ଷୀ ବାନ୍ଧିବା ପାଇଁ କାହିଁକି ଯିବୁ ।
ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ କଥା ବିଷୟରେ ଯେଉଁଥିରେ ଜଣେ ପୋଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ସେହି ଅଞ୍ଚଳର ପ୍ରାୟତଃ 3000 ଝିଅ ମାନେ ଆସିଥିଲେ ରାକ୍ଷୀ ବାନ୍ଧିବା ପାଇଁ । ତେବେ ଏମିତି କଣ ଘଟିଥିଲା କି ଯେଉଁଥିପାଇଁ ଏତେ ଝିଅ ମାନେ ରାକ୍ଷୀ ବାନ୍ଧିବା ପାଇଁ ଆସିଲେ , ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା ସେହି ଘଟଣାଟି ।
ସୂଚନା ଅନୁସାରେ ୱିଣ୍ଡୋର ରେ ଲୋକାଯୁକ୍ତ ଇନ୍ସପେକ୍ଟର ସତୀଶ ପଟେଲ ଯିଏ କି ଖରଗନ ରେ ଜନ୍ମ ଗ୍ରହଣ କରିଥିଲେ I ତେବେ ସତୀଶ 2015 ରେ ଦିନ ଏକ ରାକ୍ଷୀ ଅବସର ରେ ଛପରା ଥାନା ରେ ତାଙ୍କ ର ପୋଷ୍ଟିଙ୍ଗ ହେଇଥିଲା , ଯେତେବେଲେ ସେ ସେହି ଥାନାକୁ ଆସିଲେ ତ ଦେଖିଲେ କି ସେଠାରେ ଥିବା ସମସ୍ତ ପୋଲିସ ଅଧିକାରୀ ମାନେ ହାତରେ ରାକ୍ଷୀ ବାନ୍ଧିଛନ୍ତି ମାତ୍ର ସତୀଶଙ୍କର ହାତରେ ରାକ୍ଷୀ ନାହିଁ ।
ଏହା ପରେ ସତୀଶ ନିଜ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଏକ ବୁଦ୍ଧି କରିଥିଲେ ଯେଉଁଥିରେ ସେ ନିଜର ହ୍ୱାର୍ଟସଅପ ଗ୍ରୁପରେ ସତୀଶ ତୁମ ଭାଇ ଓ ଏହି ଅଂଚଳ ର ସବୁ ମହିଳା ଙ୍କ ର ସୁରକ୍ଷା ଦେବା ମୋ କାର୍ତ୍ୟବ୍ୟ ଅଟେ | ତେଣୁ ଏଠାକାର ଯେଉଁ ଭଉଣୀମାନେ ମୋତେ ରାକ୍ଷୀ ବାନ୍ଧିବାକୁ ଇଛୁକ ଥାନା ରେ ଆସି ମୋତେ ରାକ୍ଷୀ ବାନ୍ଧିପରିବେ |
ତାଙ୍କର ଏହି ମ୍ୟାସେଜ ଧୀରେ ଧୀରେ ଭାଇରାଲ ହେବାରେ ଲାଗିଲା , ସେହି ଥାନାର ଜଣେ ମହିଳା ଇନପେକ୍ଟର ତାଙ୍କୁ କହିଥିଲେ କି ସାର କଣ ମୁଁ ଆପଣଙ୍କୁ ରାକ୍ଷୀ ବାନ୍ଧି ପାରିବି , ସତୀଶ ଉତ୍ତରରେ ନିଜର ହାତ ଦେଖାଇଦେଇଥିଲେ ।
ଏହା ପରେ ସେହି ରାକ୍ଷୀ ପୂର୍ଣ୍ଣମିର ସନ୍ଧ୍ୟା ସମୟରେ ସେହି ଅଞ୍ଚଳର ଅନେକ ଝିଅ ମାନେ ସତୀଶଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଆସିଥିଲେ ଏବଂ ରାକ୍ଷୀ ମଧ୍ୟ ବାନ୍ଧିଥିଲେ । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ 70 ଜଣ ମହିଳା ଆସି ତାଙ୍କୁ ରାକ୍ଷୀ ବାନ୍ଧିଥିଲେ । ସେହିପର ଠାରୁ ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣମୀ ଦିନ ଅନେକ ମହିଳା ମାନେ ତାଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଥାନାକୁ ଆସିଥାନ୍ତି । ତେବେ ସତୀଶ ମଧ୍ୟ ନିଜର ଭାଇର କର୍ତ୍ତବ୍ୟ କର ସେଠାକାର ମହିଳା ଏବଂ ଭଉଣୀ ମାନଙ୍କୁ ସର୍ବଦା ସୁରକ୍ଷା ପ୍ରଦାନ କରିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।