3 ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ ! ପୁରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଦୟାକରି ପୋଷ୍ଟଟି ପଢନ୍ତୁ..

ପ୍ରେମ ପାଇଁ ମା’ ଭୂଲିଗଲା ମମତାର ମୂଲ । ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି , ସାଧାରଣତଃ ଦେଖିବାକୁ ଗଲେ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି, ଆଉ ଯାହାର ଫଳ ଦୁନିଆକୁ ଭଲସେ ବୁଝିନଥିବା ସେମାନଙ୍କର କଅଁଳ ନିରୀହ ପିଲାଙ୍କୁ ଭୋଗିବାକୁ ପଡିଥାଏ ।
କୁହାଯାଏ ଭଗବାନ ନିଜେ ସମସ୍ତଙ୍କ ଯତ୍ନ ନେଇ ପାରିବେ ନାହିଁ ବୋଲି ସମସ୍ତଙ୍କୁ ତାଙ୍କ ରୂପରେ ଜଣେ ଜଣେ ମାଁଙ୍କୁ ଦେଇଛନ୍ତି ।

ଆଉ ଦୁନିଆରେ ସମସ୍ତେ ଆପଣଙ୍କ ହାତ ଛାଡିଦେଲେ ମଧ୍ୟ ମାଁ କେବେ ଛାଡେନା ଏବଂ ଆମର ସମସ୍ତ ଭୁଲକୁ ସେ ହସିହସି କ୍ଷମା କରିଦିଏ । କିନ୍ତୁ କଣ କେବେ ଏପରି ମାଁ ବିଷୟରେ ଶୁଣିଛନ୍ତି ଯିଏକି ନିଜର ପ୍ରେମ ପାଇଁ 3ବର୍ଷର ପିଲାକୁ ଭୋକ ଉପାସରେ ଛାଡି ପଳାଇବା ଏବଂ ଶେଷରେ ଯାହା ଘଟିଛି ଚାଲନ୍ତୁ ଜାଣିବା,

ତେବେ 3 ବର୍ଷର ଶିଶୁକନ୍ୟାକୁ ଛାଡ଼ି ପଳାଇଲା ମାଁ । ଆଉ ମା’କୁ ଚାହିଁ ଚାହିଁ ଭୋକ ଉପାସରେ ଶେଷରେ ଆଖି ବୁଜିଦେଲା କୁନି ଝିଅଟି । ଜାପାନରେ ଘଟିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ମା’ ନାମରେ କଳଙ୍କ ସେହି 24 ବର୍ଷର ମହିଳା ସାକି କାକେହାଶୀ 8 ଦିନ ତଳେ ନିଜର 3 ବର୍ଷର ଶିଶୁକୁ ଏକ ଆପାର୍ଟମେଣ୍ଟରେ ଏକୁଟିଆ ଛାଡି ନିଜ ବଏଫ୍ରେଣ୍ଡ ସହ ଦେଖା କରିବାକୁ ଦୀର୍ଘ 600 କିମି ଡ୍ରାଇଭ କରି ଯାଇଥିଲେ । ସେଠାରୁ ଫେରିବା ପାଇଁ ତାଙ୍କୁ 8 ଦିନ ଲାଗିଥିଲା ଏବଂ 8ଦିନ କାଳ ଶିଶୁଟି ନଖାଇ ନପିଇ ଘରେ ପଡ଼ି ରହିଥିଲା ଏବଂ ଶେଷରେ ପିଲାଟି ଆଖି ବୁଜି ଦେଇଥିଲା ।

ମହିଳାଜଣକ ପୋଲିସକୁ କହିଥିଲେ, ସେ ଯେତେବେଳେ ଘରେ ପହଞ୍ଚିଲେ, ଦେଖିଲେ ଚଟାଣ ଉପରେ ପିଲାଟି ଶୋଇଛି ,ତେଣୁ ତୁରନ୍ତ ସେ ଡାକ୍ତରଙ୍କୁ ଫୋନ କରିଥିଲେ ।ଆଉ ଡାକ୍ତର ପହଞ୍ଚି ପରୀକ୍ଷା କରିବା ପରେ କହିଥିଲେ, 2ଦିନ ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଛି ।

ମହିଳାଜଣକ ପୋଲିସକୁ ଆହୁରି କହିଛନ୍ତି ଯେ, ପିଲାଟି ପାଇଁ ଯଥେଷ୍ଟ ଖାଦ୍ୟ ରଖି ଯାଇଥିଲେ। ପିଲାଟିର ମୃତ୍ୟୁ ଅନ୍ୟ କିଛି ରୋଗରୁ ହୋଇଥାଇ ପାରେ, କାରଣ ସେ ଅଧିକାଂଶ ସମୟ ରୋଗରେ ପଡ଼ୁଥିଲା ।ସୂଚନାଯୋଗ୍ୟ, ଗତବର୍ଷ ମହିଳାଜଣକ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ ।

ପୋଲିସ ଉକ୍ତ ମହିଳାଙ୍କୁ ଶିଶୁ ହତ୍ୟା ଅପରାଧରେ ଗିରଫ କରିଛି । ପୋଲିସ ତଦନ୍ତ ପରେ କହିଛି, ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା । ଏପରିକି ଦୀର୍ଘ ଦିନ ଧରି ତା’ର ନାପକିନ୍‌ ବଦଳା ଯାଇ ନ ଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ,ପିଲାଟିର ମୃତ୍ୟୁ ଡିହାଇଡ୍ରେସନ ଏବଂ ଅନାହାର ଯୋଗୁ ହୋଇଛି । ମହିଳାଙ୍କ ଆପର୍ଟମେଣ୍ଟ ଅବସ୍ଥା ମଧ୍ୟ ବହୁତ ଖରାପ ଥିଲା। ଏଠାରେ ଖାଇବା, ପିଇବା ପାଇଁ କିଛି ନ ଥିଲା। ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।