26 ବର୍ଷ ବୟସରେ ଝିଅ ବିଦେଶ ଯାଇ ନିଜର ପରିଚୟ ସୃଷ୍ଟି କଲେ ! ଏପରି ପରିଶ୍ରମୀ ଝିଅ ପାଇଁ ଦୟାକରି ଗୋଟିଏ ସେୟାର ନିଶ୍ଚିତ କରନ୍ତୁ …..
ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ଆମ ସମାଜରେ ପ୍ରତ୍ୟେକ ଦିନ କିଛିନା କିଛି ବିଚିତ୍ର ଘଟଣା ସବୁ ଘଟୁଛି। ବାସ୍ତବରେ ଆମ ସମାଜ ଯେତେ ପ୍ରଗତି ଆଡ଼କୁ ଗତି କରୁଛି ଜଟିଳତାର ଦ୍ୱାର ଖୋଲି ହୋଇ ଯାଉଛି। ବର୍ତ୍ତମାନ ସମୟରେ ସମସ୍ତେ ସଫଳତା ପଛରେ ଦୌଡୁଛେ। ଆମ ସମାଜରେ ଉଭୟ ପୁଅ ଏବଂ ଝିଅ ଆତ୍ମନିର୍ଭରଶୀଳ ହେବାପାଇଁ ଚାହାନ୍ତି।
ତେବେ ସଫଳତା ପାଇବା ପାଇଁ ଅନେକ ପରିଶ୍ରମ ଏବଂ ତ୍ୟାଗ କରିବାକୁ କରିବାକୁ ପଡିଥାଏ।ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ପରିଶ୍ରମି ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣମାନେ ନିଶ୍ଚିତଭାବେ ଅଭିପ୍ରେରିତ ହେବେ ଏବଂ ଆଶ୍ଚର୍ଯ୍ୟ ଲାଗିବ।
ଅତୀତରୁ ଆଜି ପର୍ଯ୍ୟନ୍ତ ଆମ ସମାଜରେ ନାରୀମାନଙ୍କର ଏକ ସ୍ୱତନ୍ତ୍ର ସମ୍ମାନର ସ୍ଥାନ ରହିଛି। ଆଜିର ନାରୀ କୌଣସି ଗୁଣରେ ପୁରୁଷଙ୍କ ଠାରୁ ବି କମ ନୁହଁନ୍ତି। ସେମାନେ ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ମେରୁଦଣ୍ଡ ସଦୃଶ। ତେବେ ଘଟଣାଟି ହେଉଛି, ଗାଁର ଗୋଟିଏ ଝିଅ ବାହାରେ ରହି ପାଠପଢି, ବିଦେଶରେ ଚାକିରୀ କରି ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ସଫଳତାର ଯାତ୍ରା କିପରି ଥିଲା।
ରାଜସ୍ଥାନର ଝୁଝୁନ ଜିଲ୍ଲାର ପରସରାମ ଗାଁ’ରେ 1994 ମସିହା ଜୁଲାଇ ୨୩ ତାରିଖରେ ଜ୍ୟୋତି ନାମରେ ଜଣେ ଝିଅ ଜନ୍ମ ହୋଇଥିଲେ। ଜ୍ୟୋତିଙ୍କର ବାପା ରୀୟଲ ଷ୍ଟେଟ ରେ କାର୍ଯ୍ୟ କରନ୍ତି ଏବଂ ମାଆ ଜଣେ ଗୃହିଣୀ ଅଟନ୍ତି। ଜ୍ୟୋତି ଯେତେବେଳେ ଦଶମ କଲେ, ନବଗଡର ପୋଦାର କଲେଜରେ ପଢିଲେ।
ବିସୀଏ କରିବା ପରେ, ଜୟପୁରରେ ଆଇଆଇଆଇଏମ କଲେଜରେ ଏମ୍ ସିଏ କରିଥିଲେ। ଏମ୍ ସିଏ କରିବା ସମୟରେ ମୋବାଇଲ ମାଧ୍ୟମରେ ସେ ଛୋଟ ଛୋଟ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଥିଲେ। ଏମ ସିସିଏର ଚତୁର୍ଥ ସେମିଷ୍ଟରରେ ବୀଆର ଷ୍ଟାଫ ଟେକରେ ଜ୍ୟୋତି ଚାକିରି କରୁଥିଲେ ଏବଂ ୮୦୦୦ ଟଙ୍କା ଦରମା ଥିଲା।
ଜୟପୁରରେ କଣ୍ଟେଣ୍ଟ ଏନ୍ଫୋ ସଲିଉସନ ଏଜେନ୍ସିରେ ଚାକିରୀ କଲେ ଏବଂ ୪୦ ହଜାର ମାସକୁ ଦରମା ଥିଲା। ଜ୍ୟୋତି ତାଙ୍କର ଟିମ ସହ ମିଶି ଆମେରିକା ଇଂଲିଶ ମୋବାଇଲ ଆପରେ କାମ କରୁଥିଲେ। ତାଙ୍କ କାମକୁ ଦେଖି ଦୁବାଇର ଏକ ଇଣ୍ଟରନେସନଲ କମ୍ପାନୀରେ ୨୨ ଲକ୍ଷ ଟଙ୍କାର ଚାକିରୀ ଆସିଥିଲା।
ତାପରେ ଜୟପୁରରୁ ଦୁବାଇ ଚାଲି ଯାଇଥିଲେ। ସେ ବର୍ତ୍ତମାନ ଦୁବାଇ ରେ କାମ କରୁଛନ୍ତି। ଏହିସବୁ ସଫଳତା ପାଇଁ ସେ ତାର ବାପା ମାଆଙ୍କୁ ଶ୍ରେୟ ଦେଇଛନ୍ତି ଏବଂ ସେ କହିଥିଲେ ତାଙ୍କ ବାପା ମାଆଙ୍କ ହାତ ନଥିଲେ ସେ ଏତେ ବାଟ ଯାଏ ପହଁଚି ପରିନଥାନ୍ତେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।