25 ଡିସେମ୍ବର 2020, ଶୁକ୍ରବାର :- ମଙ୍ଗଳ ଗ୍ରହ, ମେଷ ରାଶିରେ କରିବା ଗୋଚର ! ୭ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କ ଭାଗ୍ୟ

ବନ୍ଧୁଗଣ ଆଜି ପୌଷ ୪ ଦିନ, ଧନୁ ୧୧ ଦିନ, ଶୁକ୍ଳପକ୍ଷ ଏକାଦଶୀ। ଇଂରାଜୀ ବର୍ଷ ୨୦୨୦ ଏବଂ ମାସ ଡିସେମ୍ବର ୨୫ ତାରିଖ ଶୁକ୍ରବାର। ତେବେ ଆଜି କେମିତି କଟିବାକୁ ଯାଉଛି ଆପଣଙ୍କ ଦିନ।ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟଫଳ ବିଷୟରେ ଆମେ ବର୍ଣ୍ଣନା କରିବା।ତେବେ ପଢନ୍ତୁ ଆମର ଏହି ଦୈନିକ ରାଶିଫଳ ଏବଂ ଜାଣନ୍ତୁ ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ।

ମେଷ- ଆଜି ଆପଣ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ହେବେ।କିନ୍ତୁ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ସଭାସମିତି, ଅଧ୍ୟାପନା, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟାଲୋଚନା ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।

ବୃଷ- ଅପରିଚିତାଙ୍କ ସହ ମିତ୍ରତା କରିବା ସକାଶେ ମନ ବଳାଇବେ। ଦିନଟିରେ ଅନେକ କାମ ହାତକୁ ନେଇ ବ୍ୟସ୍ତ ହେବେ, କିନ୍ତୁ ସମୟାନୁକ୍ରମେ ସବୁ ଠିକ୍‌ ହୋଇଯିବ।

ମିଥୁନ- କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।

କର୍କଟ- ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି କ୍ଷେତ୍ରରୁ ଆମତ୍ସନ୍ତୋଷ ମିଳିବ। ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।

ସିଂହ- ଆଜି ଆପଣ ଆର୍ଥିକ ଦୁରବସ୍ଥା କାରଣରୁ ଇଚ୍ଛା କଲେ ମଧ୍ୟ ଆଜି ସ୍ବର୍ଣ୍ଣାଳଙ୍କାର କିଣି ନ ପାରି ମନ ଦୁଃଖ କରିପାରନ୍ତି। କିନ୍ତୁ କୌଣସି ଏକ ଭିନ୍ନ ପରିବେଶରେ ଶତ୍ରୁମାନେ ମିତ୍ର ଭଳି ଆଚରଣ କରିପାରନ୍ତି।

କନ୍ୟା- ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାମ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଧାରଣ କଥାକୁ ଜଟିଳ କରି ଦ୍ୱନ୍ଦ୍ୱରେ ପଡି ପାରନ୍ତି।

ତୁଳା- ଆଜି ଆପଣଙ୍କ କର୍ମକ୍ଷେତ୍ର, ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା, ଚୁକ୍ତିପତ୍ର, ଜମିଜମା କାରବାର ସକାଶେ ରାସ୍ତା ସୁଗମ ହୋଇପାରିବ। ସ୍ବାସ୍ଥ୍ୟ ପ୍ରତି ସଜାଗ ନ ହେଲେ ଅନୁତାପ କରିବେ।

ବିଛା- ଆଜି ଆପଣ ସତର୍କ ନ ହେଲେ ଠକାମିର ଶିକାର ହେବାର ସମ୍ଭାବନା ରହିଛି। ସାମାଜିକ, ରାଜନୈତିକ, ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।

ଧନୁ- ଆଧ୍ୟତ୍ମିକତା, ସାହିତ୍ୟଚର୍ଚ୍ଚା, କଳା, ସଙ୍ଗୀତ ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ଦୂରେଇ ଯାଇଥିବା ବନ୍ଧୁଙ୍କଠାରୁ ସହାନୁଭୂତି ମନକୁ ଆଶ୍ୱସ୍ତି ପ୍ରଦାନ କରିବ।

ମକର- ପ୍ରତ୍ୟେକ କାମରେ ଆଶାବାଦୀ ହେବେ ଓ ବକେୟା ଅର୍ଥ ଆଦାୟ ହେବ। ବନ୍ଧୁଙ୍କଠାରୁ ସହାନୁଭୂତି ପାଇ ଭାବ ପ୍ରବଣ ହୋଇ ପାରନ୍ତି। ସୁସ୍ୱାଦୁ ଭୋଜନ ମିଳିବ।

କୁମ୍ଭ- ପାରିବାରିକ ଆଲୋଚନା କ୍ଷେତ୍ରରେ ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।

ମୀନ- ଆନୁଷ୍ଠାନିକ କାମରେ କାର୍ଯ୍ୟ ବ୍ୟସ୍ତତା ବଢିଯିବ କିନ୍ତୁ ଶତ୍ରୁମାନେ ଆପଣଙ୍କ କାମର ପ୍ରଶଂସା କରିପାରନ୍ତି। ପୁତ୍ରକନ୍ୟା କୁ ନେଇ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।