ବଡ ଖବର ! ୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି….
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ସୂଚନା ପ୍ରଦାନ କରିବୁ ଯାହା ଶୁଣିଲେ ଆପଣ ମାନେ ଜାଣିରଖିବା ନିତାନ୍ତ ଜରୁରୀଅଟେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଏହି କିଛି ଦିନ ହେବ ଗ୍ରୀଷ୍ମର ପ୍ରଭାବ କେତେ ମାତ୍ରାରେ ବଢିବାରେ ଲାଗିଛି ଅର୍ଥାତ ବହୁତ ମାତ୍ରାରେ ସୂର୍ଯ୍ୟଙ୍କର କିରଣ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ପ୍ରାୟତଃ କହିବାକୁ ଗଲେ ଦିନ 11 ଟା ପରେ ଯଦି କେହି ଘରୁ ବାହାରକୁ ବାହାରୁଛି ତେବେ ତାହା ସେହି ଲୋକପାଇଁ ବହୁତ କଷ୍ଟର କାମ । କାରଣ ଖରାର ପ୍ରଭାବ ଏତେ ମାତ୍ରାରେ ବଢିଯାଇଛି କି ଲୋକମାନେ ତାହାକୁ ଆଦୌ ସହ୍ୟ କରିପାରୁନାହାନ୍ତି । ତେବେ ଏହା ପରେ ପୁଣି ଏତେ ଖରାରେ ଟିକେ ବର୍ଷା ମଧ୍ୟ ହେଉନାହିଁ , ଯେଉଁଥିପାଇଁ ଲୋକମାନେ ହାହାକାର ହୋଇପଡିଛନ୍ତି ।
ବର୍ଷା ନହେବା ଫଳରେ ଲୋକମାନଙ୍କର ଚାଷ ଜମି ମଧ୍ୟ ଫାଡିଗଲାଣି ପାଣି ପାଇଁ ସମସ୍ତେ ବିକଳ ହେଉଛନ୍ତି ଏବଂ ବର୍ଷାକୁ ଅନେଇ ବଶିଛନ୍ତି କି କେବେ ତାଙ୍କର ଚାଶ ଜମିରେ ବୁନ୍ଦାଏ ବର୍ଷା ଟୋପା ପଡିବ ବୋଲି ।
ତେବେ ଏହି ସମସ୍ତ ଅପେକ୍ଷାର ଅନ୍ତ ଘଟିଛି କାରଣ ଆସନ୍ତା 48 ଘଣ୍ଟା ମଧ୍ୟ ବର୍ଷା ସହିତ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଏହା ଲୋକମନଙ୍କ ପାଇଁ ଯେତେ ଭଲ ହୋଇଥିଲେ ମଧ୍ୟ ସେତ ଖରାପ ତେଣୁ ଆପଣ ମାନେ ଏହି ବର୍ଷା ବା କାଳବୈଶଖୀ ସମୟରେ ଘରୁ ବାହାରକୁ ବାହାରିବେ ନାହିଁ ।
ଆଞ୍ଚଳିକ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବହୁ ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ କି କେତେକ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ ଏବଂ ସୋନପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ୟଲୋ ୟାର୍ଣ୍ଣିଂ ଜାରି କରିଛି ।
ଏହା ସହିତ ମଧ୍ୟ ଶନିବାର ସକାଳ 8 ଟା 30 ରୁ ଉତ୍ତର ଆଉ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲା ଯଥା ବାଲେଶ୍ୱର, ଯାଜପୁର, ଭଦ୍ରକ, ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲାର କତେକ କେତେକ ସ୍ଥାନରେ ବର୍ସା ସହିତ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ସେହିପରି ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ ରେ 20 ତାରିଖରୁ କୌଣସି କୌଣସି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ତେଣୁ ଆପଣ ମାନେ ବହୁତ ସତର୍କତାର ସହ ଘରୁ ବାହାରକୁ ବାହାରନ୍ତୁ ନହଲେଲେ କୌଣସି ବିଶେଷ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କାରଣ ଏବେ ମଧ୍ୟ କରୋନା ଭଲି ମାରାତ୍ମକ ରୋଗ ଆମ ମଧ୍ୟରୁ ଯାଇନାହିଁ ତେବେ ଏହି ବର୍ଷାରେ ବେସି ବାହାରେ ଘୂରିବା ଉଚିତ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।