ଅଭାବ ଓ ଅସୁବିଧାରେ ପଡିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇଯାଏ । ଏଥିପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଂ ମଧ୍ୟ ପଛାନ୍ତି ନାହିଁ , ତ ଆଉ କେହି କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି । ସହଜ ହୁଏନି ସମାଧାନର ବାଟ ଖୋଜି ପାଇବା । ହେଲେ ଆମେ ଏମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଯାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡିଏ ଚିନ୍ତା କରିବା ପାଇଂ ବାଧ୍ୟ ହେବ ।
ଗୋଟେ ନାରୀ ଭିତରେ ଭଗବାନ ଏତେ ଶକ୍ତି ଦେଇଛନ୍ତି ଯେ ସେମାନେ ଚାହିଁଲେ ସବୁକିଛି କରିପାରିବେ । ନାରୀ ପାଇଂ ହିଁ ଏ ସଂସାର ଚାଲିଛି । ଜଣେ ନାରୀ ଯାହା କରିପାରେ ତାହା ଗୋଟେ ପୁରୁଷ ମଧ୍ୟ ଚାହିଁଲେ କରିପାରିବନି । ତେଣୁ ନାରୀର ଅବଦାନ ଏ ସଂସାରକୁ ଏବଂ ଆମ ସମାଜକୁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ ।
ଜଣେ ନାରୀ ଜଣେ ପୁରୁଷ ଠାରୁ କୌଣସି ଗୁଣରେ କି କାମରେ ବି କମ୍ ନୁହେଁ । ପୁରୁଷମାନେ ଯାହା କରିପାରିବେ ତାହା ଜଣେ ନାରୀ ବି କରିପାରିବ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଁ ଏବଂ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛି । ସେହି ନାରୀ ଜଣଙ୍କ ହେଉଛନ୍ତି ତେଲେଙ୍ଗାନାର ଆଦିଲକ୍ଷ୍ମୀ ।
ସେ ନିଜ ସ୍ବାମୀଙ୍କ ସହିତ ସ୍ବାମୀଙ୍କ ଗ୍ୟାରେଜରେ ପ୍ରତିଦିନ କାମ କରନ୍ତି । ଆଦିଲକ୍ଷ୍ମୀ ତେଲେଙ୍ଗାନାର କୋଥାଗୁଡାମ୍ ଜିଲ୍ଲାର ସୁଜତାନଗର ରେ ରୁହନ୍ତି । ସେ ବଡବଡ଼ ଗାଡି ଟ୍ରକ ଆଦି ଚକାରେ ପମ୍ପଚର ଠାରୁ ଆରମ୍ଭ କରି ବୋଲ୍ଡିଂ ହେଉ କିମ୍ବା କୌଣସି ପ୍ରକାର ମରାମତି ହେଉ ସବୁ କତାମ ନିଜ ସ୍ବାମୀଙ୍କ ସହିତ ଗ୍ୟାରେଜ୍ ରେ ନିଜେ କରନ୍ତି ।
ଆଦିଲକ୍ଷ୍ମୀ 2ଝିଅର ମାଁ ଅଟନ୍ତି , ଟାୟାର ଫିକ୍ସିଂ କରିବା ସହିତ ଜଣେ ଦକ୍ଷ ୱେଲଡର୍ ମଧ୍ୟ ଅଟନ୍ତି । ଏକରୁ ଅଧିକ ଏକ୍ସିଏଲ ସଂଯୋଗ ଭାରି ଚକ ଖୋଲିବା ଏବଂ ଫିଟ୍ କରିବା ଆଦିଲକ୍ଷ୍ମୀଙ୍କ ପାଇଁ ଅତି ସାମାନ୍ୟ କଥା ।
ଆଦିଲକ୍ଷ୍ମୀଙ୍କ କହିବା ଅନୁସାରେ , ସେମାନଙ୍କ ଉପରେ ଋଣର ଭାର ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିଲା, ତେଣୁ ଏଭଳି ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହିତ କାମ କରିବାକୁ ନିଷ୍ପତି ନେଇଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି ତେଣୁ ସେ ପରିଶ୍ରମ କରି ସେମାନଙ୍କର ଭରଣପୋଷଣ କରୁଛନ୍ତି । ତେବେ ଯଦି ସରକାରଙ୍କ ଠାରୁ କିଛି ସହାୟତା ମିଳନ୍ତା ତାହେଲେ ଏହା ତାଙ୍କ ଝିଅଙ୍କ ପାଇଁ ବହୁତ ଭଲ ହୋଇଥାନ୍ତା ।
ସୂଚନାଯୋଗ୍ୟ, ଆଦିଲକ୍ଷ୍ମୀ 3ବର୍ଷ ପୂର୍ବେ ସ୍ବାମୀଙ୍କ ସହ ଏହି ମରାମତି ଦୋକାନ ଖୋଲିଥିଲେ । ସେହି ସମୟରେ ତାଙ୍କର ଅର୍ଥ ଅଭାବ ଥିବାରୁ ଦୋକାନ ଖେଲିବା ପାଇଁ ନିଜର ଘକୁ ବନ୍ଧକ ରଖିବାକୁ ପଡିଲା ।
ଆଉ ଯେତେବେଳେ ପ୍ରଥମେ କାମ ଆରମ୍ଭ ହେଲା ଗ୍ରାହକମାନେ ଆଦିଲକ୍ଷ୍ମୀଙ୍କ ଦୋକାନ ଆସିବା ପୂର୍ବରୁ ବହୁତ କଥା ଚିନ୍ତା କରୁଥିଲେ କି ସେମାନେ ଟାୟାରକୁ ଠିକ୍ ଭାବରେ ଲଗେଇ ପାରିବେ କି ନାହିଁ । କିନ୍ତୁ ଏହାପରେ ମଧ୍ୟ ସେମାନେ ତାଙ୍କର ମନୋବଳକୁ ଦୃଢ କରି ଠିଆ ହେଲେ ଏବଂ ଧିରେଧିରେ ଲୋକମାନେ ତାଙ୍କର ଦକ୍ଷତା ବିଷୟରେ ଜାଣିବାକୁ ପାଇଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।