24 ଡିସେମ୍ବର 2020, ଗୁରୁବାର :- ଆଜି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମତ ଲକ୍ଷ୍ମୀ ଙ୍କ ଅପାର କୃପା…

ଆଜି ଇଂରାଜୀ ବର୍ଷ ୨୦୨୦ ମସିହା ଡିସେମ୍ବର ୨୪ ତାରିଖ ଗୁରୁବାର। ପୌଷ ୩ ଦିନ। ଧନୁ ୧୦ ଦିନ, ଶୁକ୍ଳପକ୍ଷ ଦଶମୀ।ଆସନ୍ତୁ ଜାଣିବା ଏହି ଦିନରେ ଆପଣଙ୍କ ଜୀବନରେ ଏବଂ କର୍ମ କ୍ଷେତ୍ରରେ , ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କିଭଳି ଫଳ ପଡ଼ିବାକୁ ଯାଉଛି। ଆଜିର ଦୈନିକ ରାଶିଫଳ ର ବର୍ଣ୍ଣନା ରେ ଆମେ ଆଜି ଦିନର ସମସ୍ତ କ୍ଷେତ୍ରରେ ଆପଣଙ୍କ ରାଶିର ଫଳାଫଳ କୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ।ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକର ଭବିଷ୍ୟତ ଜାଣନ୍ତୁ।

ମେଷ- ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବା ସହ ଅର୍ଥନୈତିକ ଅବରୋଧ ହଟିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଶେୟାର୍‌ ବଜାର କ୍ଷେତ୍ରରୁ ସୁଫଳ ମିଳିବ।

ବୃଷ- ଆଜି ଯାନ୍ତ୍ରିକ ଜିନିଷ କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଳହର ସମ୍ମୁଖୀନ ହୋଇ ପାରନ୍ତି।

ମିଥୁନ- ଆଜି ଉତେଜନା ପୂର୍ଣ୍ଣ ବାତାବରଣ ମଧ୍ୟରେ ଆଜିର କାମଟି ସମ୍ପୂର୍ଣ୍ଣ ହେବାର ସୂଚନା ରହିଛି। ମାଲି ମକଦ୍ଦମା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।

କର୍କଟ- ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ଅପଦସ୍ଥ ହେବାକୁ ପଡିପାରେ। ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହି ପାରନ୍ତି।

ସିଂହ- ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ, ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।

କନ୍ୟା- ଆଜି ମନରେ ଭୟ ଓ ଆଶଙ୍କା ଥିଲେ ମଧ୍ୟ ଦୃଢତା ଓ ମୁହଁଜୋର ହେତୁ ବହୁ ବିପଦରୁ ରକ୍ଷା ପାଇବେ।ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ହେବେ।

ତୁଳା- ଆଜି ଆପଣ ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ।ପୁରାତନ ଗାଡି, ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରି ପାରନ୍ତି।

ବିଛା- ନୂତନ ସ୍ଥାନରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ। ପୁରୁଣା କଥା ମନେ ପଡିପରେ। ଚିନ୍ତିତ ରହିବେ। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।

ଧନୁ- ସାମୟିକ ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ମଧ୍ୟ ଏହି ଦିଗରେ ପ୍ରତିବନ୍ଧକ ସାଜିବ। ଆକସ୍ମିକ ଭାବରେ ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ।

ମକର- ବନ୍ଧୁମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁଗୃହକୁ ଯାତ୍ରାଯୋଗ ରହିଛି। ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ।

କୁମ୍ଭ- କୌଣସି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ଼ ଉଠିପାରେ। ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯତ୍ନ କରିବେ।

ମୀନ- ଆଜି ଆପଣଙ୍କର ଶିକ୍ଷା, ସନ୍ତାନ, ଆଲୋଚନା କ୍ଷେତ୍ର, ସଂଗଠନ ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ। କ୍ରୀଡା, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ଘଟିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।