୨୧ ଜାନୁୟାରୀ ବଡ଼ ଶନିବାର (ତ୍ରିବେଣୀ ଅମାବାସ୍ୟା) ଚୁପଚାପ୍ ୩ଟି ଜାଗାରେ ଲୁଣ ରଖନ୍ତୁ,ମା ଲକ୍ଷ୍ମୀ ଧନର ବର୍ଷା କରିବେ

ର୍ଷ 2023 ସବୁଠୁ ବଡ ତ୍ରିବେଣୀ ଅମାବାସ୍ୟା । ବର୍ଷର ପ୍ରଥମ ଅମାବାସ୍ୟା ଅଦ୍ଭୁତ ତ୍ରିବେଣୀ ଅମାବାସ୍ୟା କୁ ସବୁଠୁ ବଡ ଅମାବାସ୍ୟା ମାନାଯାଉଛି । 21 ଜାନୁୟାରୀକୁ ପଡିବାକୁ ଥିବା ଅମାବାସ୍ୟାରେ କେତେ ସବୁ ଦୁର୍ଲଭ ମହାସଂଯୋଗ ବନୁଅଛି । ଏମିତିରି ଏହି ତିନୋଟି ଜାଗାରେ ଚୁପଚାପ୍ ରଖି ଦିଅନ୍ତୁ ଲୁଣ ମୃତ୍ୟୁଦଣ୍ଡ, ପିତୃ ଦୋଷ ସବୁ କିଛି ଦୂର ହୋଇ ଯିବ । ଭାଗ୍ୟ ଆପଣଙ୍କର ଚମକିବାକୁ ଲାଗିବ ମାଁ ଲକ୍ଷ୍ମୀ ଟାଣି ହୋଇ ଆସିବେ ଆପଣଙ୍କ ଘରକୁ କାଙ୍ଗାଳ ବି ହୋଇ ଯିବେ ଧନୀ ।

ପ୍ରଥମ ଉପାୟ-


ଶହେ ଗ୍ରାମ ମୁଗଡାଲି, 50ଗ୍ରାମ ଚାଉଳ , 50 ଗ୍ରାମ ନାଲି ଲଙ୍କା ଗୋଟିଏ ପ୍ୟାକେଟ୍ ଲୁଣ , ଶହେ ଗ୍ରାମ ସୋରିଷ ତେଲ େବଂ ଗୋଟିଏ ପାଣି ବୋଟଲ୍ । ଏହି ସମସ୍ତ ସାମଗ୍ରୀକୁ ଏକତ୍ରିତ କରି ଦିଅନ୍ତୁ । ଏହାକୁ ଆପଣ ନେଇ କୋଣସି ମହିିଳା କିମ୍ବା କାହାକୁ ବି ଦାନରେ ଦେଇ ଦିଅନ୍ତୁ ଏବଂ ଚୁପଚାପ୍ ଘରକୁ ଚାଲି ଆସନ୍ତୁ । ଆଉ ଦେଖନ୍ତୁ ଚମତ୍କାର କିପରି ହେଉଛି । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ, ଚାକିରି ବ୍ୟାପାରରେ ଉନ୍ନତି ହୋଇଯିବ । ମାଁ ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିବେ ଏବଂ ପରିବାରରେ ଖୁସି ଆସିଯିବ । ଭଗବାନ ଶନି ଆପଣଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରିବେ । ଆପଣ ଯେତେ ବି ଗରିବ ହୋଇ ଥାଆନ୍ତୁ ନାଁ କାହିଁକି ମାତ୍ର ଏହି ଉପାୟକୁ କରିବା ଦ୍ବାରା ସବୁ ସମସ୍ୟା ଦୂର ହୋଇଯାଏ ।

2.ଲୁଣ ପାଣିରେ ଘରକୁ ସଫା କରନ୍ତୁ :-

 


ସପ୍ତାହରେ ଆପଣ ଥରେ ମାତ୍ର ଲୁଣ ପାଣିରେ ଘରକୁ ସଫା କରନ୍ତୁ । ଘରକୁ ସଫା ରଖିବା ପାଇଁ ପ୍ରସ୍ତୁତ କରିଥିବା ପାଣିରେ କିଛି ଲୁଣ ମିଶାଇ କପଡା ସାହାର୍ଯ୍ୟରେ ପୋଛନ୍ତି , ତେବେ ଆପଣଙ୍କ ଘରେ କଳିଝଗଡା କମ ହୋଇଥାଏ । ଏହାଛଡା ଗୃହରେ କୌଣସି ପ୍ରକାର ନକରାତ୍ମକ ଉର୍ଜା ପ୍ରବେଶ କରି ପାରି ନଥାଏ । ଏହା ସପ୍ତାହକୁ ମାତ୍ର ଥରେ କରିବେ , ଯେ ପର୍ଯ୍ୟନ୍ତ ଆପଣଙ୍କ ଅସୁବିଧା ଠିକ୍ ନହେଇ ଯାଇଛି । ସେ ପର୍ଯ୍ୟନ୍ତ ଏହାକୁ ପ୍ରୟୋଗ କରିବେ , ଦେଖିବେ ନିଶ୍ଚିତ ରୂପେ କାମ କରିବ , ଏହାଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆପଣଙ୍କ ଘରେ କେବେହେଲେ ଧନର ଅଭାବ ରହିବ ନାହିଁ ।

3. ଶୁଖିଯାଇଥିବା ଗୋବର ସହ ଲବନଗୁଣ୍ଡ ମିଶାଇ ଧୂଆଁ ଘରେ ପ୍ରୟୋଗ କରନ୍ତୁ :-ଏହି ଉପାୟଟିକୁ ପ୍ରତି ମାସରେ ଦୁଇଥର କରନ୍ତୁ । ଗାଈର ଗୋବରକୁ ଶୁଖାଇ ତା ସହ ଲୋବନ ଗୁଣ଼଼୍ଡ ଯାହାକି ପୂଜା ସାମଗ୍ରୀ ଦୋକାନରେ ମିଳିଥାଏ । ତାହାକୁ ଆଣି ଶୁଖିଯାଇଥିବା ଗୋବର ଉପରେ ପକାଇ ତା ଦେହ ରେ ନିଆଁ ଲଗାଇବେ । ଯେପରିକି ସେଥିରୁ ଧୂଆଁ ହେବ , ଯେପରିକି ଆପଣମାନେ ଘରେ ଝୁଣା ଧୂଆଁ ଦେଇଥାନ୍ତି । ସେହିପରି ଆପଣ ଗୋବର ଓ ଲବଣ ଗୁଣ୍ଡ ପକାଇ ଧୂଆଁ କରିବେ । ସେହି ଧୂଆଁକୁ ଆପଣ ସନ୍ଧ୍ୟା ସମୟରେ ଉପଯୋଗ କରିବେ , ଏହା ଅତ୍ୟନ୍ତ ଛୋଟ ଉପାୟ ଅଟେ କିନ୍ତୁ ବହୁତ ଭଲ କାମ କରିଥାଏ ।