ଦେଖନ୍ତୁ EXCLUSIVE – ଆସିଲା ଖୁସି ଖବର। ଜଣେ ମହିଳା ଏକାଥରକେ ଜନ୍ମ କରିଛନ୍ତି ୪ଟି ସନ୍ତାନ ।

ସୋସିଆଲ ମିଡ଼ିଆ ରେ ଏମିତି ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବେସ ଖୁସି ମଧ୍ୟ ଅନୁଭବ କରିବେ | ତେବେ ଆସିଛି ଏକ ଖୁସି ଖବର ଯାହାକି ଜଣେ ମହିଳା ଏକା ଥରକେ 4ଟି ସନ୍ତାନ କୁ ଜନ୍ମ କରିଛନ୍ତି | ସୂଚନା ଅନୁଯାଇ ସୋନପୁର ଜଣେ ମହିଳା ବୁର୍ଲା ସ୍ଥିତ ଭୀମସାର ରେ ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ମେଡିକାଲ ରେ 4 ଗୋଟି ଶିଶୁ ଜନ୍ମ ଦେଇଛନ୍ତି | ନବ ଜାତ ଶିଶୁ ମଧ୍ୟରୁ 3 ଜଣ କନ୍ୟା ଥିବା ବେଳେ ଜଣେ ପୁଅ ରହିଛି |

ସମସ୍ତ ସନ୍ତାନ ଓ ମା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ରହିଛି ବୋଲି ସୂଚନା ମିଳିଛି | ସୋନପୁର ବାଞ୍ଜିପାଲି ଗାଁ ର କୁନି ସାନମା ନାମକ ଜଣେ ଗର୍ଭବତୀ ମହିଳା ଗତ ସୋମବାର ଦିନ ହସ୍ପିଟାଲ ରେ ଭର୍ତ୍ତି ହୋଇ ଥିଲେ |

ଆଉ ଗତ କାଲି ଅପରାହ୍ନ 2 ଟା ସମୟରେ ଗୋଟିଏ ପରେ ଗୋଟିଏ 4ଟି ସନ୍ତାନ ପ୍ରସଭ କରିଛନ୍ତି | ତେବେ ଏହି 4 ସନ୍ତାନ ର ଓଜନ ସାଧାରଣ ସନ୍ତାନ ଓଜନ ଠାରୁ କମ ରହିଛି ବୋଲି ସୂଚନା ମିଳିଛି | ତେବେ 4 ଛୁଆ ଙ୍କୁ ଜନ୍ମ କରିବା ଡାକ୍ତର ଙ୍କ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ ଥିଲା ଯାହା ସେ ଏହି ଚ୍ୟାଲେଞ୍ଜ ମଧ୍ୟ ପୂରଣ କରିଛନ୍ତି | ତେବେ ବର୍ତ୍ତମାନ ସୁଦ୍ଧା ମା ଓ ଚାରି ସନ୍ତାନ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ବୋଲି ଜଣା ପଡ଼ିଛି |

ତେବେ ମହିଳା ଙ୍କୁ ପ୍ରଥମେ ସୋନପୁର ରୁ ବୁର୍ଲା କୁ ସ୍ଥାନାନ୍ତରିତ କରା ଯାଇ ଥିଲା ଆଉ ଡାକ୍ତର ମଧ୍ୟ ଦେଖିକି ପ୍ରଥମେ କହି ଥିଲେ କି 3 ରୁ ଅଧିକ ସନ୍ତାନ ଜନ୍ମ ହେବ ବୋଲି ଯାହାକି ପରେ ପରେ ସୁସ୍ଥ ର ସହିତ 4 ଟି ସନ୍ତାନ ଜନ୍ମ ନେଇ ଥିଲେ |

 ଡାକ୍ତର ଟିମ ମଧ୍ୟ ଏହା କହି ଥିଲେ କି ଯଦି ଏଠାରେ ହୋଇ ପାରିବ ନାହିଁ ତେବେ ଅପରେସନ ପାଇଁ ମହିଳା ଙ୍କୁ କଟକ ନିଆ ଯିବ | ତେବେ ଖୁସି ର କଥା ଏହା କି ଅତି କମ ସମୟରେ ଅର୍ଥାତ 3 ଘଣ୍ଟା ମଧ୍ୟରେ ସଫଳତା ର ସହିତ 4 ଗୋଟି ସନ୍ତାନ ସୁସ୍ଥ ର ସହିତ ଜନ୍ମ ନେଲେ | ତେବେ ଏହି ଖବର ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ବିଷୟ ପାଲଟିଛି କାରଣ ଏହା ଯେତେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ସେତେ ଖୁସି ମଧ୍ୟ ଲାଗୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।