ଛାତି, ନାକ, ଗଳାରେ ଜମା କଫ ( Cold and cough ) ଥରକରେ ତରଳି ବାହାରି ଯିବ । Home Remedy

ହଁ ଦର୍ଶକ ଵା ବନ୍ଧୁ ସ୍ୱାସ୍ଥ୍ୟ ହି ସମ୍ପଦ , ତେଣୁ ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତେବେ ଆମ ଶରୀରରେ ସବୁବେଳେ କିଛି ନା କିଛି ଅସୁବିଧା ଲାଗି ରହିଥାଉ , ଆଉ ତାହାର ସମାଧାନ ପାଇଁ ଆଉ ସ୍ୱାସ୍ଥ୍ୟ କୁ ଠିକ କରିବା ପାଇଁ ଆମେ ସାଧାରଣତଃ ଡକ୍ଟର ଙ୍କ ପାଖକୁ ଯାଇଥାଉ | ଆଉ ବେଳେ ବେଳେ ଥଣ୍ଡା , କାଶ ଓ କଫ ଏତେ ବଢିଯାଏ କି ଯାହା ଆମକୁ ବହୁତ କଷ୍ଟ ମଧ୍ୟ ଦେଇଥାଏ | ତାହେଲେ ଆସନ୍ତୁ ଆମ ଶରୀରରେ ଘଟୁଥିବା ଏହି ଭଳି ଥଣ୍ଡା, କାଶ, ଓକଫ ଆମ ଛାତିରେ, ଗୋଳାରେ ଜମିଥିଲେ ସେଥିରୁ ରକ୍ଷା ପାଇବା ପାଇଁ କେତେକ ଘରେଇ ଉପଚାର ବିଷୟରେ ଅଧିକ ଜାଣିବା |

ତେବେ ଏହିଭଳି କଫ କୁ ନିଜର ଗଳା ଆଉ ଛାତିରେ ଜମିବାରୁ ରକ୍ଷା କରିବା ପାଇଁ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଘରେଇ ଉପଚାର ବିଷୟରେ ଜଣେଇବି, ଯାହା କୁ ପିଲା ଠାରୁ ଆରମ୍ଭ କରିକି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ | ତାହା ପୁଣି କମ ମୂଲ୍ୟରେ ଘରେଇ ଉପକରଣ ରେ | ଆସନ୍ତୁ ତାହେଲେ ସେ ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଅଧିକ କିଛି ଆଲୋଚନା କରିବା |

ଆବଶ୍ୟକୀୟ ଉପକରଣ :-

ଡାଲଚିନି ଗୁଣ୍ଡ,

ମହୁ, ସୈଦ୍ଧବ୍ୟ ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଆମେ ଏହିଭଳି ଥଣ୍ଡା, କାଶ ଆଉ ଗୋଳାରେ ଓ ଛାତିରେ ଜମିଥିବା କଫ ରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଗୋଟିଏ ଘରେଇ ଉପକରଣ ପ୍ରସ୍ତୁତ କରିବା | ଯାହା ପାଇଁ ଆମକୁ ଲାଗିବ ପ୍ରଥମେ ଡାଲଚିନି, ତେବେ ଆମେ ପ୍ରଥମେ କିଛି ଡାଲଚିନି ନେଵା ଆଉ ସେହି ଡାଲଚିନି କୁ ଗୁଣ୍ଡ କରିଦେବା | କାରଣ ଆମେ ଜାଣିଛୁ କି ଡାଲଚିନି ଆମର କଫ ଭଳି ସମସ୍ୟାକୁ ଦୂର କରିବାରେ ଓ ଥଣ୍ଡା ରୁ ମଧ୍ୟ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ |

ତେବେ ସେହି ଡାଲଚିନି କୁ ଗୁଣ୍ଡ କରିବା ପରେ ଗୋଟିଏ ଚାମଚ ନେବା, ଆଉ ସେଥିରେ ଗୋଟିଏ ଚାମଚ ଦେଶି ମହୁ ମିଶାଇବା | ତାପରେ ତାହାକୁ ଭଲ ଭାବରେ ମିଶାଇଦେବ ଓ ଶେଷରେ ଚିମୁଟାଏ ସୈଦ୍ଧବ୍ୟ ଲୁଣ ମିଶାଇବା ଓ ତାହାକୁ ଭଲ ଭାବରେ ମିଶାଇ ନେବା | ତେବେ ବର୍ତ୍ତମାନ ଆମର ମିଶ୍ରଣ ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ବ୍ୟବହାର ପାଇଁ ଆମେ ଏହି ପ୍ରସ୍ତୁତ ପେଷ୍ଟ କୁ ଛୋଟ ପିଲା ମାନଙ୍କୁ ଟିକିଏ ଟିକିଏ ଜିଭ ରେ ଚୋଟେଇବା ପାଇଁ ଦେଇ ପାରିବା | ତାହା ବ୍ୟତୀତ ଏହାକୁ ଆମେ ବଡ଼ ମାନଙ୍କୁ ସମ୍ପୂର୍ଣ୍ଣ ଖାଇବାକୁ କହିବା | ତେବେ ଏହି ପେଷ୍ଟ କୁ ଆମେ ରାତିରେ ଖାଇବା ଆଗରୁ ଓ ସକାଳେ ଖାଇବା ପରେ ଖାଇପାରିବା |

ତେବେ ଏହିପରି ଘରେଇ ଉପକରଣ ରୁ ପ୍ରସ୍ତୁତ ପେଷ୍ଟ କୁ ବ୍ୟବହାର କରି ଆମେ ଥଣ୍ଡା, କାଶ ଆଉ କଫ ବୋଲି ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।