ଦେଖନ୍ତୁ EXCLUSIVE :ଭିଡିଓ ..ବାତ୍ୟା.ତୋଫାନ୍ କିମ୍ବା ବନ୍ୟା ଆସିଲେ ଆଜି ବି ମନେ ପଡନ୍ତି OTV ରିପୋର୍ଟର ଅରିନ୍ଦମ୍…ଦେଖନ୍ତୁ କିଛି ଅଭୁଲା ସ୍ଜୃତି ର VIDEO…

ୱ ସାମ କୁଚ ଅଜୀବ ଥି ୟେ ସାମ ଭି କୁଚ ଅଜୀବ ହେ, ୱ କାଲ ଭି ମେରେ ଆସ ପାସ ଥା ୱ ଆଜ ଭି ମେରେ ପାସ ହେ | ଫରକ କେବଳ ଏତିକି ଯେ ସେ କାଲି ମୋ ସାଥିରେ ଥିଲା ଆଉ ଆଜି ସେ ମୋ ସ୍ମୁତି ରେ ଅଛି | ସବୁ ସମସ୍ତଙ୍କୁ ଜଣା ଥିଲା ଖବର ପ୍ରଥମ ପୃଷ୍ଠା ରୁ ଚତୁର୍ଥ ପୃଷ୍ଠା କୁ ଆଉ ଚତୁର୍ଥ ପୃଷ୍ଠା ରୁ ସିଧା ସ୍ମୁତି କୁ ହେଲେ କେମିତି ବା ଆମେ ମନକୁ ବୁଝେଇବା ଯେ ସବୁ ଘଟି ଯାଇଥିବା ଘଟଣା ଆଉ ଥରେ ଫେରେ ନାହିଁ |

ସେଦିନର ଯନ୍ତ୍ରଣା ଆଜି ବି ଛାତି ଭିତରେ ସେଦିନ ର କୋହ ଆଜି ବି ମନ ଭିତରେ ନା ତତେ ଭୁଲି ହେବ ନା ତୋ ଜାଗା ଆଉ କେହି ନେଇ ପାରିବ | ସବୁ ସ୍ମୁତି ଅନୁଭୂତି ତୋ ସହିତ ସାଥିରେ ଚାଲି ଗଲା ରାଗିବାକୁ ଇଚ୍ଛା ହେଉ ଥିଲେ ବି ସେ ରାଗ କାହିଁ ମୋ ଲୁହରେ ବୋହି ଗଲା |

ତୋ ହସ ହସ ମୁହଁ ତୋ ଚଞ୍ଚଳ ଆଖି ଆଉ ମତେ ପ୍ରତି କଥାରେ ହସାଉ ଥିବା ଓଠ ବହୁତ ମନେ ପଡୁଛି ରେ ଅରିନ୍ଦମ | ପ୍ରତି ବର୍ଷ ପରି ଏଥର ବି ଅଫିସ ରେ ଗଣେଶ ପୂଜା ହେଲା ଆଉ ଵିଧି ରେ ଗଣେଶ ଙ୍କୁ ପୂଜା କରାଗଲା ବିସର୍ଜନ ମଧ୍ୟ କରାଗଲା | ହେଲେ ନା ତୁ ଥିଲୁ ନା ସେ ଗଣେଶ ପୂଜା ର ମଜା ଥିଲା ସବୁ ଯେମିତି ଫିକା ଫିକା ଲାଗୁ ଥିଲା |

ସମସ୍ତ ଙ୍କ ଆଖି ତତେ ହିଁ ଖୋଜୁ ଥାଏ ଏକଥା ଜାଣିବି ଯେ ଅରିନ୍ଦମ ଏ ଦୁନିଆଁ ରେ ଆଉ ନାହାଁନ୍ତି | ଅନେକ ବାଟ ଚାଲିବାର ପ୍ରତିଶୃତି ତୁ ବି ନେଇ ଥିଲୁ, ଭୁଲ କିଏ ସମୟ କୁ ଦେଲା ତ ଆଉ କେହି ଘଟଣା କୁ ଦେଲେ କିନ୍ତୁ ବୋଧ ହୁଏ ସମ୍ପର୍କ ସେତିକି ଦିନର ହୋଇ ଥିଲା |

ଆଜିବି ତୋ ଗାଁ ରେ ତୋ ଜାଗା ଖାଲି ପଡ଼ିଛି ଆଉ ଆଜିବି ତୋ ଘରେ ଲୁହ ଝରୁଛି ଆଜି ବି ଅରିନ୍ଦମ ସେହି ଚା କପେ ରେ ତିନି ଚାମଚ ଚିନି ଫିକା ଲାଗୁଛି | ଏହି ବନ୍ୟା ପାଣି ତ ତତେ ମନେ ପକା ଯାଉଛି କାରଣ ବନ୍ୟା ପାଣି ମାଡ଼ି ଆସୁ ଥିଲା ଆଉ ବନ୍ୟା ପାଖକୁ ଗଲେ ସମସ୍ତ ଙ୍କର ଅରିନ୍ଦମ କଥା ମନେ ପଡୁଛି | ତେବେ ଅରିନ୍ଦମ ସିନା ଚାଲି ଗଲେ କିନ୍ତୁ ଆଜି ମଧ୍ୟ ସେ ଓଡ଼ିଶା ବାସୀ ଙ୍କ ସ୍ମୁତି ରେ ରହିଛନ୍ତି ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।