ଦେଖନ୍ତୁ viral vedio–OTV ର ଖ୍ୟାତିନାମା ରିପୋର୍ଟର ଅରିନ୍ଦମ ଭାଈ ଙ୍କର ମୃତ୍ୟୁର ଏ ହେଉଛି ଶେଷ ଡାକ.. ବଞ୍ଚିବାର ବିକଳ ଡାକ, ମୃତ୍ୟୁର ମହାନଦୀରେ ଅରିନ୍ଦମ

ଜୀବନ ମରଣ ସହ ଲଢ଼ି ଲଢ଼ି ଆଖି ବୁଜି ଦେଲେ ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସ | ଖବର ପରିବେଷଣ ରେ ସେ ଯେମିତି ପ୍ରବୀଣ ସେମିତି ଦକ୍ଷ, ଏମିତି କୌଣସି ଖବର ନାହିଁ ଯାହା ଅରିନ୍ଦମ ଙ୍କ ହାତରୁ ଖସି ଯାଏ | ଖବର କୁ ଅତିରଞ୍ଜିତ କରିବା ଏବଂ ମିଥ୍ୟା ଖବର ପଛରେ ଦୌଡିବାର ସେ ସଉକ ରଖୁ ନଥିଲେ | ସବୁବେଳେ କ୍ରାଉନ ଜିରୋ ରୁ ଦର୍ଶକ ଙ୍କୁ ଦେଖାଉ ଥିଲେ ବାସ୍ତବ ଚିତ୍ର, ଯେଉଁ ବାତ୍ୟା ଆସିଲେ ସମସ୍ତ କଥା ଅରିନ୍ଦମ ଖବର ଦେଉ ଥିଲେ | ଆଜି ସେହି ପ୍ରବୀଣ ସାମ୍ବାଦିକ ଅରିନ୍ଦମ ଦାସ ଆଉ ଆମ ଗହଣ ରେ ନାହାଁନ୍ତି |

ତେବେ ଗତ କାଲି ସକାଳୁ ମହାନଦୀ ରେ ହାତୀ ଫସି ରହି ଥିଲା, ସେ କେମିତି ଉଦ୍ଧାର ହେବ ତାକୁ ନେଇ ବହୁତ କସରତ ଚାଲି ଥିଲା | ଘଟଣା ସ୍ଥଳ ରେ ପୋଲିସ, ଜିଲ୍ଲା ପ୍ରଶାସନ, ବନ ବିଭାଗ ଅଧିକାରୀ ସମସ୍ତେ ନାକେଦମ ହୋଇ ଯାଇ ଥିଲେ |

ଦୀର୍ଘ 7 ଘଣ୍ଟା ର ସଂଘର୍ଷ ପରେ ହାତୀ ଟି କୁଳାମୁହାଁ ହୋଇ ଥିଲା, କିନ୍ତୁ ଅତ୍ୟଧିକ ଲୋକ ଗହଳି ଦେଖି ହାତୀ ଟି ପୁଣି ମଝି ନଦୀ କୁ ଚାଲି ଯାଇ ଥିଲା | ଯାହାର ଉଦ୍ଧାର ପାଇଁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖି ଥିବା ବେଳେ ଏକ ବର୍ଟ ମଧ୍ୟ ଥିଲା ଏବଂ ସେଥିରେ ଓଟିଭି ର ଦୁଇ ପ୍ରତିନିଧି ଥିଲେ |


ତେବେ ଓଟିଭି ର କର୍ମଚାରୀ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ମ୍ୟାନ ପ୍ରଭାତ ସିନା ଉଭୟ ସିଧା ପ୍ରସାରଣ କରୁ ଥାଆନ୍ତି ଏବଂ ପ୍ରତି କ୍ଷଣ ର ଖବର ମଧ୍ୟ ଦେଉ ଥାଆନ୍ତି, ଠିକ ସେତିକି ବେଳେ ପ୍ରଖର ସୁଅ ରେ ବର୍ଟ ଟି ଓଲଟି ପଡ଼ି ଥିଲା | ଜୀବନ ବଞ୍ଚାଇବାକୁ ସମସ୍ତେ ଚେଷ୍ଟା କରୁ ଥାଆନ୍ତି, ସେହି ବର୍ଟ ଭିତରେ ଥିବା ୬ ଜଣ ଙ୍କୁ ମଧ୍ୟ ରୁ ପାଞ୍ଚ ଜଣ ଙ୍କୁ ଉଦ୍ଧାର କରାଯାଇ ଥିଲା | ତେବେ ଅରିନ୍ଦମ ଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରା ଯାଇ ଥିଲା କିନ୍ତୁ ଶେଷରେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇ ନଥିଲା |

ଏହାପରେ ସେଥି ମଧ୍ୟରୁ ଓଟିଭି ର ଦୁଇ କର୍ମଚାରୀ ଙ୍କୁ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇ ଥିଲା, ଆଉ କିଛି ସମୟ ପରେ ଆସିଲା ବହୁତ ଦୁଃଖ ର ଖବର | କିଛି ସମୟ ଭିତରେ ହଉ ମଧ୍ୟ ପାଣି ଭିତରେ ଜୀବନ ମରଣ ସହ ଲଢ଼େଇ କରୁ ଥିଲେ ଅରିନ୍ଦମ | ପାଣି ଭିତରେ ହାତୀ ର ବାସ୍ତବ ଚିତ୍ର ଦେଖାଉ ଦେଖାଉ ଏଭଳି ଏକ ଅଘଟଣ ଘଟି ଯାଇ ଥିଲା, ସେ ସବୁ ଦିନ ପାଇଁ ଆମ ଗହଣ ରୁ ଚାଲି ଗଲେ | ତେବେ ତାଙ୍କ ଆତ୍ମ ର ସଦଗତି ପାଇଁ ଆମେ ଭଗବାନ ଙ୍କ ନିକଟରେ ପାର୍ଥନା କରିବା |