ମଣିଷର ପ୍ରକୃତ ବନ୍ଧୁ କୁକୁର, ମାଲିକ ବିପଦରେ ଥିବା ଦେଖି ଉଦ୍ଧାର ପାଇଁ ପାଣିକୁ ଡେଇଁ ପଡ଼ିଲା କୁକୁର; ଦେଖନ୍ତୁ ଭିଡିଓ

ବୁଡ଼ି ଯାଉଥିଲେ ମାଲିକ। ମାଲିକକୁ ବଞ୍ଚାଇବା ପାଇଁ ପାଣିକୁ ଡେଁଇଲା କୁକୁର। ମାଲିକ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଲା କୁକୁର। ମାଲିକ ଜୀବନ ବଞ୍ଚାଇବା ପାଇଁ କୁକୁରର ଏ ଚେଷ୍ଟା ଦେଖି ସମସ୍ତେ ଅବାକ୍। ଭାଇରାଲ ହେଲା ଏହି ଭିଡିଓ।କୁହା ଯାଇଥାଏ କି କୁକୁରକୁ ସବୁ ଠୁ ବିଶ୍ବସ୍ଥ ପ୍ରାଣୀ। ଏମାନେ ମଣିଷ ମାନଙ୍କର ଅତି ଘନିଷ୍ଟ ମଧ୍ୟ ହୋଇଥାନ୍ତି। ମାଲିକର ସୁରକ୍ଷା ପାଇଁ ସେ ଯେ କୌଣସି ସମସ୍ୟା ମଧ୍ୟ ସାମ୍ନା କରି ପାରେ। ଏମିତିକି ଏହି ଜୀବ ମାଲିକର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ପାରେ।

ମଣିଷ ଧୋକ୍କା ଦେଇପାରେ କିନ୍ତୁ ଉପକାର ପାଇଥିବା କୁକୁର କେବେ ଧୋକ୍କା ଦିଏନି ବୋଲି କୁହାଯାଏ। ଏହାର ଝଲକ ଅନେକ ଥର ସୋସିଆଲ ମିଡ଼ିଆରେ ଆମେ ଦେଖି ବାକୁ ପାଇଥାଉ। ଠିକ୍ ସେହପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ମାଲିକକୁ ବଞ୍ଚାଇବା ପାଇଁ କୁକୁର ପାଣି ଭିତରକୁ ଡେଇଁ ପଡିଛି। ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି।ନିଜ ଜୀବନ ବିଷୟରେ ଚିନ୍ତା ନକରି ମାଲିକ ପାଇଁ ପୋଖରୀକୁ ଡେଇଁ ପଡିଛି।ଟ୍ବିଟରରେ ଏହି ଭିଡିଓକୁ ସେୟାର କରା ଯାଇଛି।

ଭିଡିଓରେ ଦେଖିବାକୁ ମିଳୁଛି ପୋଷା କୁକୁରଟି ତା ମାଲିକର ଜୀବନ ବଞ୍ଚଉଚି। ଜଡ଼ିଓ ତା ମାଲିକଟି ବିପଦରେ ନାହାଁନ୍ତି ତଥାପି ସେ ନିଜ କୁକୁରର ପ୍ରତିକ୍ରିୟା ଦେଖିବା ପାଇଁ ମାଲିକ ଜଣଙ୍କ ପାଣି ଭିତରକୁ ଡେଇଁ ପଡ଼ି ବୁଡିଯିବାର ଅଭିନୟ କରୁଛନ୍ତି ଆଉ ଖୁବ୍ ଜୋର୍ ଚିତ୍କାର ମଧ୍ୟ କରୁଛନ୍ତି। ଯାହାକୁ ଦେଖି କୁକୁରଟି ଭାବେ ଯେ ତା ମାଲିକ ବିପଦରେ ପଡ଼ି ଯାଇଛନ୍ତି ଆଉ ପାଣିରେ ବୁଡ଼ି ଯାଉଛନ୍ତି।

ତେଣୁ କୁକୁରଟି ଭାବେ ତା ମାଲିକକୁ ଉଦ୍ଧାର କରାଯିବା ଦରକାର ଆଉ ସେ ଆଗ ପଛ କିଛି ନ ଭାବି ପାଣି ଭିତରକୁ ଡେଇଁ ପଡେ। ଆଉ ତା ମାଲିକକୁ କୂଳକୁ ଆଣିବାକୁ ଚେଷ୍ଟା କରେ। ତେବେ ଏ ଭିଡିଓ ଟି ଲୋକାଙ୍କୁ ବେଶ୍ ପସନ୍ଦ ଆସିଛି।ଟ୍ବିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ୪ଲକ୍ଷକୁ ଅଧିକ ଲୋକ ଦେଖି ସାରିଲେଣି।ଏ ଭିଡିଓ ଦେଖିବା ପରେ ସୋସିଆଲ ମିଡ଼ିଆରେ ଅନେକ କମେଣ୍ଟ୍ କରିଛନ୍ତି। ଜଣେ ଏହା ଉପରେ କମେଣ୍ଟ ଦେଇ ଲେଖିଛନ୍ତି ପ୍ରକୃତରେ କୁକୁର ବହୁତ୍ ବିଶ୍ଵସ୍ଥ ଏହା ତାର ଜ୍ୱଳନ୍ତ ଉଦାହରଣ ଆଉ ଜଣେ ଲେଖିଛନ୍ତି କୁକୁର ଓ ମାଲିକର ସମ୍ପର୍କ ବେଶ ସୁନ୍ଦର ରହିଛି। ସତରେ କୁକୁରର ତା ମାଲିକ ପ୍ରତି ଏ ଭଳି ଭଲ ପାଇବା ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।