jatra sayari -ଝିଅଗୁଡା ସବୁ ମେଣ୍ଢାବାଳ ଟୋକାମାନେ ସବୁ ଜାପାନୀ ତେଲ….ମାତ୍ର 4 ଘଣ୍ଟାରେ 03 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ମନେ ସମସ୍ତେ ଜାଣିଥିବେ କି ଆମ ଦେଶ କଳା ଓ ସଂସ୍କୃତିର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ ।ଆଉ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ । ଆଉ ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁକି ରହିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ, ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରିଦେବା ପାଇଁ । ତେଣୁ ସେଭଳି କଳାକାର ମାନେ ଯିଏ କି ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନ ଜିତି ପାରିଛନ୍ତି।

ସାଧାରଣତଃ ଗାଁ ଗହଳିର ଲୋକ ଏବଂ ସହରର ମଧ୍ୟ ସମସ୍ତେ କାମରୁ ଫୁରସତ ମିଳିଲେ ଟିଭି ହେଉ ବା ମୋବାଇଲ୍ ରେ ଓଡ଼ିଆ ଧାରାବାହିକ ପାଖରୁ ଆରମ୍ଭ କରି ଫିଲ୍ମ ଏବଂ ଯାତ୍ରା ମଧ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି । ଆଉ ଯାତ୍ରା ଜଗତର କଳାକାର ମାନଙ୍କ ର ପ୍ରତ୍ୟେକ ଟି ଡାଇଲଗ୍ ତାଙ୍କର ମୁହଁରେ ଥିବ ,ଆଉ ପଚାରିଲା ମାତ୍ରକେ ବାହାରି ଆସିବ।

ତେବେ ସେ ଯାହା ହେଉ ନା କାହିଁକି ଯଦି ଆପଣଙ୍କ ମନରେ କଳା ପ୍ରତି ଭକ୍ତି ଭାବ ଥିବ ଆଉ ଆପଣ କଳାକୁ ଭଲ ପାଉଥିବେ , ତାହେଲେ ସେ ଯାତ୍ରା ହେଉ କି ଫିଲ୍ମ ବା ଧାରାବାହିକ ଆପଣଙ୍କୁ ଭଲ ଲାଗିବ । ତେବେ ସେହି ପରି ଯାତ୍ରା ଜଗତ ସହିତ କାମ କରୁଥିବା ଦୁଇ ଜଣ କଳାକାର ଙ୍କ ବିଷୟରେ କହିବୁ। ତେବେ ସେ ସେମାନେ ଦୁହେଁ ମଲ୍ଲିକେଶ୍ୱର ଯାତ୍ରା ସଂସ୍ଥା ରେ କାମ କରନ୍ତି। ଆଉ ସେ ଦୁହେଁ ଏଠାରେ ଏକ ଯାତ୍ରା ସାଏରି କୁ ବଖାଣିଛନ୍ତି। ଯାହାକୁ ଦର୍ଶକ ବହୁତ ଅଧିକ ପସନ୍ଦ କରିଛନ୍ତି। ଆଉ ସେହି ସାଏରି ପୁଣି ଆଜିକାଲି ର ପୁଅ ଓ ଝିଅ ମାନଙ୍କୁ ନେଇ କହିଛନ୍ତି। ତେବେ ଜାଣିବା ସେହି ସାଏରି ଟି କଣ ରହିଛି। ତେବେ ସାଏରିଟି ହେଉଛି,

ମୁଁ ନୁହେଁ କି କେଉଁ ଗାଁ ଗହଳିର ଟଗର କି ଗେଣ୍ଡୁ ଫୁଲ ,ସ୍ମାର୍ଟ ସିଟି ର ସଜ ଗୋଲାପ ମୁଁ ଅତୁଲ ଫୁଲର ମୂଲ। ଗୋଲାପ ଫୁଲର ଜନ୍ମ ତ କେବଳ ଉପହାର ଦେବା ପାଇଁ ,ଆମ ପରି ଦେବତା ପୂଜାରେ ଲାଗିବା ପାଇଁ ଯୋଗ୍ୟତା ଏ ଫୁଲର ନାହିଁ। ମୁଁ ଗୋଟିଏ ରସ ମଲେଇ, ଆଉ ସେହି ରସ ମଲେଇକୁ ଚାଟିବା ପାଇଁ ସାଜିବି ମୁ ଅଣ୍ଡିରା ବିଲେଇ। ଝିଅଙ୍କୁ ଦେଖି ଘେରି ଯାଉଥିବା ଟୋକା ସବୁ ନାଳୁଆ, ଏ ଝିଅଗୁଡ଼ା ସବୁ ସଜନା ପତ୍ର ଆମେ ଟୋକା ସବୁ ସାଁବାଳୁଆ। ଝିଅ ଙ୍କୁ ଦେଖିଲେ ତମ ଟୋକାମାନେ ଖାଲି କଲବଲ। ଇଏ ଝିଅଗୁଡ଼ା ସବୁ ମେଣ୍ଢାବାଳ ଆମେ ଟୋକା ସବୁ ଜାପାନୀ ତେଲ। ଆଉ ଏଠାରେ ପୁଅ ଓ ଝିଅ ପ୍ରେମରେ କିପରି ଫସୁଛନ୍ତି ଏହି ଯାତ୍ରା କଳାକାର ଦୁଇ ଜଣ ତାହା କହିଛନ୍ତି।