Special Tips – ପ୍ରାକୃତିକ ଉପାୟରେ ଜାଣନ୍ତୁ ପତଳାରୁ କେମିତି ମୋଟା ହେବାର ସହଜ ଉପାୟ । Jaya Kishori

ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଚାହାନ୍ତି। ଆଉ ତାପାଇଁ ହେଲେ ଅନେକ ପ୍ରକାର ଟ୍ରିଟମେଣ୍ଟରେ ରହିବାକୁ ପଡିଥାଏ । ତେବେ ଯାଇ ଶରୀରର ସୁସ୍ଥ ରହେ । ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ ଅନେକ ବ୍ୟକ୍ତିମାନେ ବହୁତ ପତଳା ହୋଇଥାନ୍ତି , ତାହା ସେମାନଙ୍କ ଫିଟନେସ୍ କୁ ଆଦୌ ଭଲ ଦେଖାଯାଇ ନଥାଏ । ସେଥିପାଇଁ ସେମାନେ ମାର୍କେଟ ରେ ବିକ୍ରି ହେଉଥିବା ମେଡିସିନ ସେବନ କରିଥାନ୍ତି । ତାହା ଆମକୁ ଶୀଘ୍ର ପତଳାରୁ ମୋଟା କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନୀକାରକ ହୋଇଥାଏ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହ ପ୍ରାକୃତିକ ଉପାୟ ବିଷୟରେ ଜଣେଇବୁ , ଯାହାର ସେବନ କରି ଆପଣ ମାନେ ପତଳାରୁ ମୋଟା ହୋଇପାରିବେ । ଏଥିପାଇଁ ଆପଣଙ୍କୁ ଟିକିଏ ସମୟ ଲାଗିବ , କିନ୍ତୁ ଏହା ଆପଣଙ୍କୁ ପ୍ରାକୃତିକ ଉପାୟରେ ମୋଟା କରିବାରେ ସାହାଯ୍ୟ କରିବ ।

କଣ ସବୁ ଖାଇବା ଆବଶ୍ୟକ –

1. ଯେତେବେଳେ ଆପଣ ମାନେ ସକାଳେ ଉଠୁଛନ୍ତି ଗୋଟିଏ ଲିଟର ପାଣି ପିଅନ୍ତୁ , କିନ୍ତୁ ମନେ ରଖିବେ ସକାଳେ ଉଠିବା ପରେ ପାଟିକୁ ଭଲ ଭାବରେ କୁୁଳି ନକରି ସେହି ଏକ ଲିଟର ପାଣିକୁ ପିଇ ନେବା । କାରଣ ସେହି ଲାଳ ଗୁଡିକ ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।ତେଣୁ ସେହି ସାହାଯ୍ୟରେ ଲାଳ ଗୁଡିକ ପେଟ ଭିତରକୁ ଗଲେ ତାହା ଆମ ଶରୀରକୁ ସୁସ୍ଥ ରଖିଥାଏ ।

 

2. ପ୍ରଥମେ ପାଣି ସେବନ କରିବା ର ଟାଇମିଙ୍ଗ ଜଣିବା ଅତ୍ୟନ୍ତ ଜରୁରୀ ଅଟେ । ମନେ ରଖିବେ ଯେତେବେଳେ ଆପଣ ପାଣି ପିଇବେ ଖାଇବାର 1 ଘଣ୍ଟା ପୂର୍ବରୁ ବା ଖାଇବାର 1 ଘଣ୍ଟା ପରେ ପାଣି ପିଅନ୍ତୁ । ଯେତେବେଳେ ପାଣି ପିଇବେ ବସିକରି ପିଅନ୍ତୁ , ଛିଡା ହୋଇ ପାଣି ପିଅନ୍ତୁ ନାହିଁ । ଏଥିସହିତ ଆପଣ ମାନେ ଯେତେବେଳେ ପାଣି ପିଉଛନ୍ତି ଧୀରେ ସୁସ୍ଥେ ପିଅନ୍ତୁ , ଅସ୍ଥିର ହୋଇ ପାଣି ସେବନ କରନ୍ତୁ ନାହିଁ ।

3. ବ୍ରେକଫାଷ୍ଟ ନେବା ପୂର୍ବରୁ କିଛି ଡ୍ରାଏ ଫୁଡ୍ ଖାଆନ୍ତୁ , ଯାହା ଆପଣଙ୍କ ଶରୀରର ଓଜନ ବଢାଇବା ସହ ଷ୍ଟେମିନା ମଧ୍ୟ ହେବ । ସେହି ଡ୍ରାଏ ଫୁଡ୍ ଗୁଡିକ ହେଉଛି ମୁଗ ,ବୁଟ , ବାଦାମ , କାଜୁ । ଆପଣ ମାନେ ଯେତେବେଳେ ରାତିରେ ଶୋଉଛନ୍ତି ସେଗୁଡିକୁ ଭିଜେଇ ରଖନ୍ତୁ ଏବଂ ସକାଳେ ତାହାକୁ ଖାଆନ୍ତୁ ।

4. ଲଞ୍ଚରେ ଆପଣ ମାନେ ଅଧିକ ମାତ୍ରାରେ ସବୁଜ ପନିପରିବା ନିଅନ୍ତୁ , ଡେଲି ଶାଗ ଖାଆନ୍ତୁ , ସାଲାଡ୍ ଖାଆନ୍ତୁ । ଏସବୁ ଖାଇବା ଦ୍ୱାରା ଅଧିକ ମାତ୍ରାରେ ଫାଇବର ଓ ପ୍ରୋଟିନ ମିଳିଥାଏ ।ଯାହା ୱେଟ ବଢାଇବାରେ ସାହାଯ୍ୟ କରିଥାଏ ।


5. ରାତିରେ ଆପଣ ମାନେ ରୁଟି ଖାଆନ୍ତୁ ନଚେତ୍ ଡ୍ରାଏ ଫୁଡ୍ ମଧ୍ୟ ଖାଇପାରିବେ କିନ୍ତୁ ଭାତ ଆଦି ଖାଆନ୍ତୁ ନାହିଁ । ରାତିରେ ଅଳ୍ପ ପରିମାଣରେ ଖାଦ୍ୟ ଖାଇବା ଭଲ ହୋଇଥାଏ ।

6. ପ୍ରତିଦିନ 2 କପ ଦହି ସାଙ୍ଗକୁ ଗୋଟିଏ କଦଳୀ ନିଶ୍ଚୟ ଖାଆନ୍ତୁ , ଏହା ସହିତ ପ୍ରତିଦିନ ଗୋଟିଏ ଗ୍ରାମ ଖାଇବା ଚୂନ କୌଣସି ଖାଦ୍ୟ ପଦାର୍ଥରେ ମିଶେଇ ଖାଇପାରିବେ ।

7. ପ୍ରତିଦିନ ଆପଣ ମାନେ ବ୍ୟାୟାମ କରନ୍ତୁ ବା ପ୍ରାଣାୟାମ କରନ୍ତୁ ଏହା ଆମ ଶରୀରକୁ ଫିଟ୍ ରଖିବା ପାଇଁ ହେଲେ 45 ମିନିଟ ପ୍ରାଣାୟାମ କରିବା ଅତ୍ୟନ୍ତ ଜରୁରୀ ଅଟେ ।