ଏମିତି ବି ମୃତ୍ୟୁ ଆସେ ! ଗାଁ ଠାକୁରଙ୍କୁ ମୁଣ୍ଡିଆ ମାରିଲେ, ପୁଷ୍ପାଞ୍ଜଳୀ ଦେଲେ ନଦୀକୁ ଗାଧୋଇବାକୁ ଗଲେ 5 ସାଙ୍ଗ 2ଜଣ ବୁଡିଗଲେ…ଦେଖନ୍ତୁ Viral ଭିଡ଼ିଓ-

କିଏ କାହାକୁ ସମ୍ଭାଳିବ ଏଠି, ପୁଅକୁ ହରାଇଥିବା ମାଁ ବାରମ୍ବାର ବେହୋସ ହେଉଛି ଏଠି ,ଅନ୍ୟ ପରିବାର ଲୋକେ ଛାତି ଫଟାଇ କାନ୍ଦୁଛନ୍ତି । ଗାଁସାରା ଲୋକ ଜମା ହୋଇଛନ୍ତି ଭାସିଯାଇଥିବା ଦୁଇ ପିଲାଙ୍କ ଖବର ଜାଣିବା ପାଇଁ । ତେବେ କୁଆଖାଇ ନଦୀରେ ବୁଡିଗଲେ 5ଜଣ ସାଙ୍ଗ । 2ଟି ସ୍କୁଟିରେ ଯାଇଥିଲେ 5ଜଣ ପିଲା ନଦୀକୁ ଗାଧୋଇବା ପାଇଁ ହେଲେ ଜାଣିନଥିଲେ ଗଣେଷ ପୂଜାରେ ଘଟିଯିବ ଏତେବଡ ଅଘଟଣ । 3ଜଣଙ୍କୁ ସ୍ଥାନୀୟ ଲୋକେ ବୁଡି ଯିବା ଦେଖି ଉଦ୍ଧାର କରିନେଲେ ଆଉ 2ଜଣଙ୍କର କିନ୍ତୁ ପତ୍ତା ମିଳିଲାନି ।

ଘଟଣା ଅନୁସାରେ ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱର ପଟିଆ ଅଞ୍ଚଳର 5 ଜଣ ସାଙ୍ଗ କଟକ ପ୍ରତାପନଗରୀ ନିକଟରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା । ସେଲ୍‌ଫି ନେଉଥିବା ସମୟରେ ସେମାନେ ନଦୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକ 3ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ 2ଜଣ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି ପରେ ଆଶୁତୋଷ ପାଲ ନାମକ ବାଳକଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବାବେଳେ ଆଜି ସକାଳେ ଋତୁ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍‌ ।


ତେବେ ଏ ଘଟଣା ବିଷୟରେ ଆପଣ ମାନେ ନିଶ୍ଚିୟ ଆପଣଙ୍କ ପିଲାମାନଙ୍କୁ ଜଣାନ୍ତୁ । ପିଲାଙ୍କର କିଛି ହୋଇଗଲେ ବାପା-ମାଙ୍କ ଅବସ୍ଥା କଣ ହୁଏ ଆଜି ସେମାନଙ୍କୁ ନିରୋଳାରେ ବୁଝାଇ ଦିଇନ୍ତୁ । ତେବେ ଏ ଘଟଣା ବିଷୟରେ ବାପା-ମା କେମିତି ଜାଣିବେ କୁହନ୍ତୁ ତ ଥରେ, ଘର ଲୋକ ଗାଁଲୋକ ଜାଣିଥିଲେ ଆମ ପିଲା ଗଣେଷ ପୂଜା ଦେଖିବାକୁ ଯାଇଛନ୍ତି ହେଲେ ପିଲା ମରଣ ମୁହଁରେ ସେଲଫି ନେଇ ପରିବାରକୁ ଜିଅନ୍ତା ମାରିଦେଲେ କିଏ ବୁଝେଇବ ।

ପଟିଆ ରଘୁନାଥପୁର ଅଞ୍ଚଳରୁ 5ଜଣ ପିଲା ଗଣେଷପୂଜା ପାଇଁ ନୂଆ ଡ୍ରେସ ପିନ୍ଧି ବଡ ଖୁସିରେ ଘରୁ ବାହାରିଥିଲେ ପୂଜା ପାଇଁ ମନ ଭାରି ଆନନ୍ଦ ଥିଲା, ସାଙ୍ଗମାନେ ମିଶି ପ୍ଲାନ କଲେ ବୁଲାବୁଲି କରିବା । ସମସ୍ତେ ନଦୀରେ ସେଲଫି ବି ଉଠାଇଛନ୍ତି ହୁଏତ ନଦୀରୁ ବାହାରି ଆସି ଘରେ ଜଣେଇଥାନ୍ତେ ଯେ ମରଣ ମୁହଁରୁ ଆମେ ଲଢି ଫେରୁଛୁ ବୋଲି ।

କିନ୍ତୁ ସବୁକିଛି ମଣିଷ ହାତରେ ନଥାଏ ,ଏ ନଦୀ ହୁଏତ ପିଲାଙ୍କ ପାଇଁ ନୂଆ ନଥିଲା କି ନଦୀ ଗାଧୋଆ ପ୍ରଥମ ନଥିବ କିନ୍ତୁ ଦୁର୍ଘଟଣା କେବେ କହି କି ଆସେନି ,ଯେମିତି ଏହି ଘଟଣାରେ ହଠାତ୍ ଜଣଙ୍କ ପରେ ଜଣେ ନଦୀରେ ଖସି ଗଲେ । ଖୁସିରେ ଖେଳୁଥିଲେ କିନ୍ତୁ କେମିତି କେଜାଣି ଖସି ଗଲେ ନଦୀଗଣ୍ଡରେ । ନିଜେ ବାହାରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବାହାରିବା ମୁସକିଲ୍ ଥିଲା ।

ତାପରେ ବିକଳରେ ପାଟିକଲେ, ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦେଖିଲେ ନଦୀରେ ଉବୁଡୁବୁ ହେଉଛନ୍ତି ପିଲା । ଦିନ ପାଖାପାଖି 12-1ଟା ସଙ୍ଗେସଙ୍ଗେ ନଦୀକୁ ଡେଇ 3ଜଣଙ୍କୁ ଉଦ୍ଧାର କରିନେଲେ ସ୍ଥାନୀୟ ଲୋକେ ହେଲେ ସେତେବେଳେକୁ ବୁଡିଯାଇଥିଲେ 15ବର୍ଷର ଆଉ 2ଜଣ ବାଳକ । ଖବର ପାଇ ଘଟଣା ସ୍ଥାଳରେ ଅଗ୍ନିଶମର 3ଟି ଏବଂ ଉଡ୍ରାଫର ଗୋଟିଏ ଟିମ୍ ସର୍ଚ ଅପରେସନ ପାଇଁ ଲାଗି ପଡିଲେ । ଆଉ ଗତକାଲି ସଂନ୍ଧ୍ୟାରେ ବହୁ ଖୋଜାଖୋଜି ପରେ ଆଶୁତୋଷ ପାଲ ଏବଂ ଆଜି ସକାଳେ ଋତୁ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍‌ ।