ସ୍ୱାମୀ ତ ମରିଗଲା….ଚାଲ ଜେଲରେ ପ୍ରେମ କରିବା….

ଗତ 24 ତାରିଖ ଦିନ ଭାମଣ୍ଡା ଗାଁର ଗଙ୍ଗାଧର ଦାସଙ୍କ ବାପା ଏକ ଅଭିଯୋଗ କରିଥିଲେ ଯେ, ତାଙ୍କର ଯେଉଁ ଭାଇ ଅଛି ରଙ୍ଗାଧର ଦାସଙ୍କୁ ତାଙ୍କ ନିଜ ସ୍ତ୍ରୀ ରତ୍ନମଣି ଦାସ ଆଉ ସ୍ତ୍ରୀଙ୍କ ପ୍ରେମିକ ଅସିତ କୁମାର ଶତପଥି ମିଶି ତାଙ୍କର ହତ୍ୟା କରିଛନ୍ତି । ସ୍ତ୍ରୀ ରତ୍ନମଣି ଦାସ ଆଉ ତାଙ୍କ ପ୍ରେମିକ ଅସିତ କୁମାର ଶତପଥିଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା ଆଉ ଏ ସମ୍ପର୍କକୁ ବିରୋଧ କରୁଥିଲେ ରଙ୍ଗାଧର ଦାସ ।

ତେଣୁ ନିଜ ସ୍ଵାମୀକୁ ରାସ୍ତାରୁ ହଟେଇବା ପାଇଁ ପତ୍ନୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ତାଙ୍କର ହତୟଆ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ତ୍ରୀ ରତ୍ନମଣି ଦାସ ଆଉ ପ୍ରେମିକ ଅସିତ କୁମାର ଶତପଥି ରଙ୍ଗାଧରକୁ ମାରି ନଦୀରେ ଫିଙ୍ଗି ଦେଇଥିଲେ । ଗତ 21 ତାରିଖ ଦିନ ଶିମିଳି ମାହାଳ ନଦୀରେ ରଙ୍ଗାଧରଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା । ସେହି ମୃତ ଶରୀର ରଙ୍ଗାଧରଙ୍କର ବୋଲି ତାଙ୍କ ପରିବାର ଲୋକ କହିଥିଲେ ।

ତେବେ ଶେଷରେ ପ୍ରେମୀକ ସହ ଜେଲ ଗଲା ପତ୍ନୀ । ସ୍ବାମୀର ଚିତା ଲିଭିନଥିବା ବେଳେ ପ୍ରେମିକର ହାତ ଧରି 4ପିଲାଙ୍କୁ ଅନାଥ କରି ଘର ଛାଡି ଚାଲି ଯାଇଥିଲା ପତ୍ନୀ । ଆଉ ଏବେ ପ୍ରେମିକ ସହ ଜେଲ ଯାଇଛି ପତ୍ୱୀ ।

ଯେତେବେଳେ ସ୍ତ୍ରୀର ସ୍ବାମୀ ନିଖୋଜ ହୋଇଯାଇଛି, ତାଙ୍କର ମୃତ ଦେହ ମିଳୁଛି ଏବଂ ଗାଁ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସଂମ୍ପର୍ଣ୍ଣ ହେଉଛି ଆଉ ତାଙ୍କ ବଡ ପୁଅ ମୁଖାଗ୍ନୀ ଦେଉଛି । ଠିକ୍ ସେତିକି ବେଳେ ସ୍ତ୍ରୀ ଜଣଙ୍କ ଭଲପାଉଥିବା ତାଙ୍କ ପ୍ରେମୀକର ହାତ ଧରି ଗାଁ ଦାଣ୍ଡରେ ଫେରାର ହୋଇଯାଉଛନ୍ତି । ଆଉ ତାପରେ ଗତକାଲି ପ୍ରେମୀକ ସହ ପତ୍ନୀ ମଧ୍ୟ ଜେଲ୍ ଯାଇଛନ୍ତି ।

ତେବେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥଙ୍କ ପୂଜକ ରଙ୍ଗାଧର ଦାସଙ୍କ ମୃତ୍ୟୁ ସପ୍ତାହକ ପରେ ପୋଲିସ ମୃତକଙ୍କ ପତ୍ନୀ ରତ୍ନମଣୀ ଦାସ ଓ ତାର ପ୍ରେମୀକ ଅଶୀସ ଶତପଥିଙ୍କୁ ଗିରଫ କରିଛି ।

ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ ଯେଉଁଦିନ ରଙ୍ଗାଧରଙ୍କ ମୃତଦେହ ମିଳିଥିଲା ସେଦିନ ପ୍ରେମୀକ ଅଶୀସ ଶତପଥି ଓ ପତ୍ନୀ ରତ୍ନମଣୀ ଦାସ ଗାଁଛାଡି ଫେରାର ହୋଇ ଯାଇଥିଲେ ।ଆଉ ଗତ କାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣା କରା ଯାଇଛି ଏବଂ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ଯିବାକୁ ପଡିଛି ।

ପୋଲିସ ସେମାନଙ୍କୁ ଶନିବାର ଭୋର ରୁ ଯାଜପୁର ଅଞ୍ଚଳରୁ ଉଠାଇ ଆଣି ରାଜକନିକା ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସେମାନେ ରଙ୍ଗାଧରଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛନ୍ତି । କେବଳ ସେତିକି ନୁହେଁ ଉଭୟ ମଧ୍ୟ 6 ଦିନ ପୂର୍ବରୁ କୋର୍ଟରେ ବିବାହ କରିଥିବା କଥା ମାନିଥିବା ରାଜକନିକା ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ଯ ଏପଟେ ସ୍ବାମୀଙ୍କୁ ମାରି 4 ଛୁଆକୁ ଅନାଥ କରି 6 ଦିନ ପୂର୍ବରୁ ପ୍ରେମୀକକୁ ବାହା ହେ୍ବା ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଏଭଳି କିଛି ଘଟଣା ଦେଖି ସାରିବା ପରେ ନେଟିଜେନ୍ ମାନେ କହୁଛନ୍ତି ଏମିତି ସ୍ତ୍ରୀ ଦୂରୁ ଜୁହାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।