୨ ମିନିଟ ପାଇଁ ଏହାକୁ ଲଗାନ୍ତୁ,ଭୟଙ୍କର ରୁ ଭୟଙ୍କର କୁଣ୍ଡିଆଣ ଭଲ ହୋଇଯିବ | …/

ଯାଦୁ କାଛୁ କୁଣ୍ଡିଆଣ ଭଳି ସମସ୍ୟା ଅନେକ ଗୁଡ଼ିଏ ସମସ୍ୟା ଆଜିର ଦିନରେ ଅନେକ ଲୋକଙ୍କ ଠାରେ ପରିଲକ୍ଷିତ ହେଉଛି। ଯେଉଁଥି ପାଇଁ କି ଲୋକେ ମାର୍କେଟରୁ ମଧ୍ୟରେ ମିଳୁଥିବା ଔଷଧ ସେବନ କରିଥାନ୍ତି। କିନ୍ତୁ ସେଥିରୁ କୁଣ୍ଡିଆ ଭଲ ହେବା ବଦଳରେ ବହୁ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ତେବେ ଆମ ପ୍ରକୃତିରେ ଏଭଳି କିଛି ଜିନିଷ ରହିଛି ଯାହାକୁ ବ୍ୟବହାର କରିବା ଦ୍ଵାରା ମାତ୍ର ଅଳ୍ପ ଦିନ ମଧ୍ୟରେ ଯାଦୁ କାଛୁ କୁଣ୍ଡିଆ ଭଳି ସମସ୍ୟାରୁ ମୁକ୍ତି ପାଇବେ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରରୀ ଘରୋଇ ଉପଚାର ବାବଦରେ ଜଣାଇବୁ। ଯାହା ଆପଣଙ୍କର ସବୁ ପ୍ରକାର କୁଣ୍ଡିଆଣ ଭଳି ସମସ୍ୟାକୁ ସମାଧାନ କରିବ। ଏହା ବନାଇବା ମଧ୍ୟ ଖୁବ୍ ସହଜ।

ଏଥିରେ ବ୍ୟବହୃତ ହେଉଥିବା ସାମଗ୍ରୀ ସବୁ ଆମକୁ ଆମ ରୋଷେଇ ଘରୁ ଖୁବ୍ ସହଜରେ ମିଳି ପାରିବ। ଆପଣ ଘରେ ଏହାକୁ ପ୍ରସ୍ତୁତ କରି ଖୁବ୍ ସହଜରେ ବ୍ୟବହାର କରି ପାରିବେ। ତେବେ ଆସନ୍ତୁ ଜାଣିବା ଯାଦୁ କାଛୁ କୁଣ୍ଡିଆଣ ଭଳି ସମସ୍ୟାକୁ ମୂଳରୁ ଭଲ କରିବା ପାଇଁ ଏହି ରେମେଡିଟିର ପ୍ରସ୍ତୁତ ପ୍ରଣାଳୀ ଏବଂ ପ୍ରୟୋଗ।

ପ୍ରସ୍ତୁତି ପ୍ରଣାଳୀ:-

ଏହି ହୋମ ରେମେଡି ପାଇଁ କେବଳ ଦୁଇଟି ସାମଗ୍ରୀର ଆବଶ୍ୟକତା ରହିଛି। ପ୍ରଥମେ ଆପଣ ଏକ ବଡ ଟମାଟୋ ନିଅନ୍ତୁ। ଏହାପରେ ଏହାକୁ ଛୋଟ ଛୋଟ କରି କାଟି ଏହାର ରସ ବାହାର କରି ନିଅନ୍ତୁ। ଆପଣ ଏହାକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ।

ଏହାପରେ ଆପଣ ଏକ ପାତ୍ରରେ ୩ ଚାମଚ ଟମାଟୋ ରସକୁ ନିଅନ୍ତୁ। ଏହା ପରେ ଏକ ଚାମଚ ନଡ଼ିଆ ତେଲ ନିଅନ୍ତୁ। ତେବେ ଏହି ନଡ଼ିଆ ତେଲ ଯଦି ଘରର ମରା ନଡ଼ିଆ ତେଲ ହୋଇଥାଏ ତାହାଲେ ଏହା ଖୁବ୍ ଇଫେକ୍ଟିଭ ଅଟେ।ତେବେ ୩ ଚାମଚ ଟମାଟୋ ରସରେ ଏକ ଚାମଚ ନଡ଼ିଆ ତେଲ ଦେଇ ଭଲ ଭାବରେ ମିଶାନ୍ତୁ। ଯେମିତି ଏହା ଫିକା ଦେଖାଯିବ।

ପ୍ରୟୋଗ:-

 

 ଆପଣ ଏହାକୁ ତୁଳା ବା ହାତ ସାହାଯ୍ୟରେ ନେଇ ଧିରେ ଧିରେ ଆପଣଙ୍କ ସ୍କିନରେ ଲଗାନ୍ତୁ। ଏହା ଆପଣ ଆପଣଙ୍କ ସମ୍ପୂର୍ଣ୍ଣ ଶରୀରରେ ଲଗାଇ ପାରିବେ। ଏମିତିକି ଏହା ଆପଣ ନିଜ ମୁହଁରେ ମଧ୍ୟ ଲଗାଇ ପାରିବେ ଏଥିରେ କୈାଣସି ପ୍ରକାର ସାଇଡ ଇଫେକ୍ଟ ଦେଖିବାକୁ ମିଳି ନଥାଏ ଏହା ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଯାହା ସ୍କିନକୁ କିଛି କ୍ଷତି ନ ପହଁଚାଇ କାଛୁ କୁଣ୍ଡିଆଣ ଭଳି ସମସ୍ୟା ଭଳି ସମସ୍ୟାରୁ ସବୁ ଦିନ ପାଇଁ ମୁକ୍ତି ପାଇ ପାରିବେ।

ତେବେ ଗୋଟିଏ କଥା ମନେ ରଖନ୍ତୁ ଆପଣ ଏହି ରେମେଡିକୁ ପ୍ରସ୍ତୁତ କରିବା ପରେ ତୁରନ୍ତ ଏହାକୁ ବ୍ୟବହାର କରନ୍ତୁ। ଯେହେତୁ ଏଥିରେ ଟମାଟୋ ରସର ବ୍ୟବହାର କରାଯାଇଛି ଏହା ଅଧିକ ସମୟ ରହି ପାରିବ ନାହିଁ।