ଶୁଣନ୍ତୁ Exclusive: ଭିଡିଓ !ଦିନେଶଙ୍କ ଘର ଆଗରୁ ଉଠିବାକୁ 3କୋଟି ଟଙ୍କା ଆଉ ଘର ମାଗୁଛନ୍ତି ଦୀପିକା ?ଶୁଣନ୍ତୁ ଏ ଅଡିଓ

ବହୁତ ଚର୍ଚ୍ଚିତ ଦୀନେଶ ଆଉ ଦୀପିକା ଙ୍କ ପ୍ରେମ କାହାଣୀ କଥା ଆଉ କାହାକୁ ବା ଅଛପା ରହିଛି | ଭଲ ପାଇଲେ ପ୍ରେମ ସଂପର୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ ଦୀନେଶ ଆଉ ପିଲା ର ମା ଯେତେବେଳେ ହେବାକୁ ଯାଉଥିଲେ ସେତେବେଳେ ତାଙ୍କର ଭଲ ପାଇବା କୋଉଠି ଉଭାନ ହୋଇଗଲା | ଆଉ ସବୁ ସମ୍ପର୍କ ଦୀପିକା ଙ୍କ ସହିତ ଦୀନେଶ ତୁଟାଇ ଦେବାକୁ ଚାହୁଁଥିଲେ | ଆଉ ସେଥିପାଇଁ ଦୀପିକା ନ୍ୟାୟ ପାଇଁ ଥାନା ରେ ଅଭିଯୋଗ ମଧ୍ୟ କରିଥିଲା |

ତେବେ ଆପଣ ମାନେ ବହୁତ ଭଲ ଭାବରେ ଜନଥିବେ କି ଦୀର୍ଘ ଦିନ ଧରି ଚାଲିଛି ଗଞ୍ଜାମ ରେ ପ୍ରେମ ସମ୍ପରକୁ ନେଇକି ଦୀନେଶ ଆଉ ଦୀପିକା ଙ୍କର ଘଟଣା | ଆଉ ଦୀପିକା ନିଜର ନ୍ୟାୟ ପାଇଁ ତାହା ସହିତ ତାଙ୍କର କୁନି ପୁଅର ନ୍ୟାୟ ପାଇଁ ଦୀପିକା ପଡି ରହୁଥିବା ବେଳେ ଏବେ ଏକ ବଡ଼ ସୂଚନା ଗଣ ମାଧ୍ୟମ ସାମ୍ନା କୁ ଆସିଛି |

ଆଉ ଯେଉଁଠି ଦୀପିକା ଦିନେଶ ଙ୍କ ଘର ଆଗରୁ ଉଠିବା ପାଇଁ 3 କୋଟି ଟଙ୍କା ଏବଂ ଘର ମାଗିଥିବା ଅଡିଓ କଲ୍ ଭାଇରାଲ ହେଉଛି ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ଏହି ଅଡିଓ କଲ୍ କେ ସଂମ୍ପୂର୍ଣ୍ଣ ଘଟଣା,

ଘଟଣା ଅନୁସାରେ ଓଡିଶା ଭାଷ୍କର ନ୍ଯୁଜ୍ ଚ୍ଯାନେଲ୍ ର ପ୍ରତିନିଧି ଏ ନେଇ ଦୀପିକା ଙ୍କୁ ପଚାରିବାରୁ ଏହି ଅଡିଓ କଲ୍ ର ସତ୍ଯତା ସାମ୍ନା କୁ ଆସିଛି। ତେବେ ଦୀପିକାଙ୍କୁ ଏହି ଅଡିଓ କ୍ଲିପ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ଯଦି ମୁଁ ସେମାନଙ୍କୁ ଟଙ୍କା ପାଇଁ ବ୍ଲାକମେଲ୍ କରିଥାନ୍ତି ତାହେଲେ କଣ ପାଇଁ ଏକ ମାସ ହେଲାଣି ପାଖାପାଖି ଏଠାରେ ତାଙ୍କ ଘର ଆଗରେ ଧାରାଣାରେ ବସି ରହିଥାନ୍ତି।

 

ଆଉ ଯେଉଁ ଗଣ ମାଧ୍ଯମ ଏ ସବୁ ନ୍ଯୁଜ୍ ବନେଇ କହିଛନ୍ତି ଯେ ମୁଁ ସେମାନଙ୍କୁ ଟଙ୍କା ଏବଂ ଘର ପାଇଁ ବ୍ଲାକମେଲ୍ କରୁଛି ସେମାନଙ୍କ ପାଖରେ କଣ କିଛି ପ୍ରମାଣ ରହିଛି ମୁଁ ଏସବୁ କରୁ ଥିବାର। ଯଦି ଅଛି ତାହେଲେ ତାକୁ ସମସ୍ତଙ୍କ ସାମ୍ନା କୁ ଆଣନ୍ତୁ ଏବଂ ଯଦି ନାହିଁ ତାହେଲେ ମିଛଟାରେ ମୋ ନାଁ କୁ ଏମିତି ବଦନାମ୍ କରନି। ନଚେତ୍ ମୁଁ ସେହି ଗଣମାଧ୍ୟମ ନାଁ ରେ ମାନହାନୀ କେସ୍ ଦେବି।

ଏହାଛଡା ସେ ଏହା ମଧ୍ଯ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି ମୁଁ ସେମାନଙ୍କୁ 3 କୋଟି ଟଙ୍କା ଏବଂ ଘର ଡିମାଣ୍ଡ କରୁଛି ତାହା ସଂମ୍ପୂର୍ଣ୍ଣ ମିଛ, ମୋର ସେସବୁ କିଛି ଦରକାର ନାହିଁ, ମୋର କେବଳ ନ୍ଯାୟ ଦରକାର ଏବଂ ଗୋଟିଏ ସ୍ତ୍ରୀ ତଥା ମୋ ପୁଅ କୁ ବାପା ର ପରିଚୟ ଦରକରା। ଏହାଛଡା ମୋର ଆଉ କିଛି ବୁ ଦାବି ନାହିଁ। ତେଣୁ ଯଦି ମୋର ଏସବୁ ଦରକାର ଥାନ୍ତା ତାହେଲେ ମୁଁ କେବେ ବି ଏମିତି ତାଙ୍କ ଘର ଆଗରେ ଧାରାଣାରେ ବସି ନଥାନ୍ତି। ଏପରିକି ମୁଁ ଗଣ ମାଧ୍ଯମ କୁ ଗୋଟିଏ ଅଡିଓ କ୍ଲିପ ଦେଇଥିଲି ଯେଉଁ ଥିରେ ସେମାନେ ମୋତେ ଉଠିଯିବା ପାଇଁ ଏବଂ ଏସବୁ ସମସ୍ଯା କୁ ସମାପ୍ତ କରିବା ପାଇଁ ଟଙ୍କା ଯାଚିଛନ୍ତି କିନ୍ତୁ ମୁଁ କେବେ ବି ଟଙ୍କା କଥା ଉଠେଇ ନାହିଁ ଏହା ସଂମ୍ପୂର୍ଣ୍ଣ ମିଥ୍ଯା ଅଟେ।