ପୁରୁଣାରୁ ପୁରୁଣା ଆଖି ( Eye) ସମସ୍ୟ ଥରକରେ ଦୂର ହୋଇଯିବ!ଏହି ଦୁଧକୁ କିଛିଦିନ ପିଅନ୍ତୁ, ଆଖି ରୁ ଚଷମା ଓଲ୍ହେଇ ଯିବ…

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତଙ୍କ ଠାରେ ଆଖିରେ ଦେଖିବାର ଅସୁବିଧା ଓ ଆଖି ସମ୍ବନ୍ଧିତ ବିଭିନ୍ନ ରୋଗ ଗୁଡିକ ବହୁତ ଲୋକଙ୍କ ଠାରେ ଦେଖା ଗଲାଣି । ଏହି ଆଖି ରୋଗ ଦ୍ୱାରା କେତେ ଜଣଙ୍କର ମଧ୍ୟ ମୁଣ୍ଡ ସମସ୍ୟା ବାହାରିଥାଏ । ଅଧିକାଂଶ ଲୋକ କହିଥାନ୍ତି କି ମୁଣ୍ଡ ବିନ୍ଧିବା ଆଖି ପାଇଁ ହୋଇ ଥାଏ କିନ୍ତୁ ଏହା ଠିକ ନୁହେଁ । ଅନ୍ୟ କାରଣ ପାଇଁ ମୁଣ୍ଡ ମଧ୍ୟ ଯନ୍ତ୍ରଣା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ବତାଇବୁ ଯାହା ପ୍ରୟୋଗ କରିବା ଦ୍ୱାରା ଆପଣ ସବୁ ଦିନ ପାଇଁ ଚଷମାର ବ୍ୟବହାର କରିବେ ନାହିଁ । ଏହା ସମ୍ପୂର୍ଣ ରୂପେ ଏକ ଘରୋଇ ଓ ଆୟୁର୍ବେଦିକ ଉପଚାର ଅଟେ । ଏହାର କୌଣସି ସାଇଡ ଇଫେକ୍ଟ ନାହିଁ । ତେବେ ଜାଣିବା ସେ ବିଷୟରେ ।

ଆବଶ୍ୟକ ସାମଗ୍ରୀ :- 1.ଆଲମଣ୍ଡ 2. ପାନ ମହୁରୀ 3. ମିଶ୍ରି 4. କ୍ଷୀର

ଆପଣ ମାନେ ଜାଣି ଥିବେ ଆଲମଣ୍ଡ ହେଉଛି ଆମ ଆଖି ପାଇଁ ଏକ ଉତ୍କୃଷ୍ଟ ଫଳ । ଏହା ସମ୍ପୂର୍ଣ ରୂପେ ଭିଟାମିନ ଇ ରେ ପରିପୂର୍ଣ ଯାହା ଆପଣଙ୍କର ଚକ୍ଷୁ ଜନିତ ସମସ୍ୟାକୁ ଦୂର କରିଥାଏ । ପାନ ମହୁରୀରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସଇଡେଣ୍ଟ ଓ ନ୍ୟୁଟ୍ରିଏଣ୍ଟସ ରହିଥାଏ ଯାହା ଆମ ଆଖି ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।

ପ୍ରସ୍ତୁତ ପ୍ରଣାଳୀ :-

ଆପଣ ପାଞ୍ଚ ରୁ ଛଅଟି ଆଲମଣ୍ଡ ନେଇ ତାହାକୁ ପାଣିରେ ସକାଳୁ ଭିଜାଇ ଦିଅନ୍ତୁ । ଏହା ସମ୍ପୂର୍ଣ ରୂପେ ଭିଜି ଗଲା ପରେ ଏହାର ଚୋପା ବାହାର କରି ଦିଅନ୍ତୁ । ଏହାକୁ ଭଲ ସେ ଧୋଇ ଏହାକୁ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ଏହା ପରେ ଆପଣ ଦୁଇ ଚାମଚ ପାନ ମହୁରୀ ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ।ଧୋଇ ସାରିଲା ପରେ ଏଥିରେ ଏକ ଖଣ୍ଡ ମିଶ୍ରି ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରି ଆଣନ୍ତୁ ।

ଏହା ସହିତ ଆପଣଙ୍କୁ ଦରକାର ପଡିବ ଏକ ଗ୍ଲାସ କ୍ଷୀର । ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଗରମ କରି ଆଣନ୍ତୁ । ଏଥିରେ ଗୁଣ୍ଡ କରି ରଖିଥିବା ଆଲମଣ୍ଡକୁ ମିଶାଇ ଦିଅନ୍ତୁ ଓ ତା ସହିତ ପାନମହୁରୀ ଓ ମିଶ୍ରିର ମିଶ୍ରଣକୁ ଭଲ ଭାବେ କ୍ଷୀର ସହିତ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣଟି ପ୍ରସ୍ତୁତ ହୋଇ ଗଲା ।

ବ୍ୟବହାର :-

ଏହି ମିଶ୍ରଣଟିକୁ ଆପଣ ଦିନରେ ଥରେ ମାତ୍ର ବ୍ୟବହାର କରିବେ । ଏହାକୁ ରାତିରେ ସମସ୍ତ ଖାଦ୍ୟ ଖାଇ ସରିଲା ପରେ ଏହାକୁ ବ୍ୟବହାର କରିବେ ଏବଂ ଏହା ପରେ କୌଣସି ଖାଦ୍ୟ ଖାଇବେ ନାହିଁ । ଏହା ଉଷୁମ ଥିବା ସମୟରେ ଆପଣଙ୍କୁ ବ୍ୟବହାର କରିବାକୁ ପଡିବ ।

ଯଦି ଏହାକୁ ଆପଣ ଦୁଇରୁ ତିନି ମାସ ବ୍ୟବହାର କରିବେ ଆପଣ ନିଜେ ଏହାର ଉପକାରିତା ଜାଣି ପାରିବେ ।ଅଙ୍ଗୁର, କଦଳୀ, ଅମୃତଭଣ୍ଡା, ଗାଜର,ଲେମ୍ବୁ, ପିଜୁଳି, ମୂଳା ଇତ୍ୟାଦି ଫଳକୁ ଏହି ରେମେଡି ବ୍ୟବହାର କରିବା ସହିତ ଏଗୁଡିକୁ ଖାଇବାକୁ ପଡିବ । କାରଣ ଏଥିରେ ଭିଟାମିନ ସି ବହୁତ ପରିମାଣରେ ରହିଥାଏ ଯାହା ଆମ ଆଖି ପାଇଁ ବହୁତ ଉପକାରୀ । ଆପଣ ନିଜେ ଲକ୍ଷ୍ୟ କରି ପାରିବେ ଯେ ଆପଣଙ୍କ ଆଖିରେ କେତେ ପରିମାଣର ଉନ୍ନତି ହୋଇଛି ।