Exclusive:ବହ୍ମପୁର ବାସିନ୍ଦା ଜାଣିଛନ୍ତି ତାଙ୍କ କ୍ୟାରେକ୍ଟର ବିଷୟରେ..ଭେସପା ଶୋରୁମ ମାଲିକଙ୍କ ପୋଲ ଖୋଲିଲେ ଦୀପିକା

କିଛି ଦିନ ଧରି ଦୀପିକା ଓ ଦିନେଶଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ସମୟରେ ଦୀପିକା ଚାକିରୀ କରୁଥିବା ଭେସପା ଶୋରୁମର ମାଲିକଙ୍କ ବୟାନକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଭେସପା ଶୋରୁମର ମାଲିକ ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି କି ସେକୁଆଡେ଼ ଦୀପିକାଙ୍କ ମାମଲାକୁ ସମାଧାନ କରିବା ପାଇଁ ଚାହୁଁଥିଲେ। କିନ୍ତୁ ଦୀପିକା ସେଥିରେ ରାଜି ହୋଇ ନଥିଲେ। ଏବଂ କହିଥିଲେ ଦୀପିକା ସେଠାରେ ଅନ୍ୟ ଜଣଙ୍କ ଅଣ୍ଡରରେ କାମ କରୁଥିଲେ।

ଆଉ ସେଠି ତାଙ୍କର କାହା ସହ ଭଲ ପଡୁ ନଥିଲା, ଦୀପିକା ବହୁ ସମୟରେ ଅଫିସ୍ ଆସୁ ନଥିଲେ। ସେଥି ପାଇଁ ସେମାନେ ତାଙ୍କୁ ୨୦-୨୫ ଦିନ କାମ କରିବା ପରେ କାମରୁ ବାହାର୍ କରି ଦେଇଥିଲେ।

ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦୀପିକା। ଦୀପିକା କହିଛନ୍ତି ଭେସପା ଶୋରୁମର ମାଲିକ ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି ସେ ସବୁ ମିଛ କଥା। ଦୀପିକା ତାଙ୍କ ନିଜ ଇଚ୍ଛାରେ ଚାକିରୀ ଛାଡିଥିଲେ। ଏଥି ସହ ଭେସପା ଶୋରୁମର ମାଲିକଙ୍କ ବ୍ୟବହାର ଭଲ ନଥିଲା ବୋଲି କହିଛନ୍ତି ଦୀପିକା। ଆଉ କହିଛନ୍ତି ତାଙ୍କ ଚରିତ୍ର କିଭଳି ତାହା ସାରା ବ୍ରହ୍ମପୁର ବାସିନ୍ଦା ଜାଣିଛନ୍ତି। ଆଉ ସେ ଠିକ୍ ସମୟରେ ଦରମା ଦିଅନ୍ତି ନାହିଁ। ଦରମା ଦେବାରେ ବହୁତ୍ ହଇରାଣ କରନ୍ତି। ଯେଉଁଥି ପାଇଁ ସେ ନିଜ ଇଚ୍ଛାରେ ଚାକିରୀ ଛାଡିଥିଲେ।

ତେବେ ଦୀପିକାଙ୍କ କହିବା କଥା ସେ ଠିକ୍ ଠିକ୍ କାମ କରିଛନ୍ତି। ଏବଂ ସେଠାରେ ଏକ ମାସ କାମ କରିଛନ୍ତି। ସେ ସେଠାରେ କହାକୁ ଖରାପ ବ୍ୟବହାର ମଧ୍ୟ ଦେଖାଇ ନାହାଁନ୍ତି। ତେବେ ସେ ଗୋଟିଏ ମାସ କାମ କରିବା ପରେ ଯେତେବେଳେ ତାଙ୍କୁ ଠିକ୍ ଟାଇମରେ ଦରମା ମିଳି ନଥିଲା ସେ ବାଧ୍ୟ ହୋଇ ଚାକିରୀ ଛାଡି ଦେଇଥିଲେ। ତେବେ ଭେସପା ଶୋ ରୁମ୍ ମାଲିକ୍ ଦୀପିକାଙ୍କ ଉପରେ ଲାଗିଥିବା ଆରୋପ ସମ୍ପୂର୍ଣ୍ଣ ମିଛ ବୋଲି ଦୀପିକା କହିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି।

ତେବେ ଆପଣମାନେ ଦିନେଶ ଓ ଦୀପିକାଙ୍କ ପ୍ରଥମ ଦେଖା ହୋଇଥିଲା ଭେସପା ସୋ ରୁମ ରୁ ,ଯେଉଁ ଥିରେ ଦୀପିକା ଜଣେ ସେଲସ ମ୍ୟାନ ଭାବରେ କାମ କରୁଥିଲେ। ତେବେ ଦିନେଶ ତାଙ୍କୁ ସେଠାରେ ଦେଖିବା ପରେ ସେହି ସୋ ରୁମର ହେଡ ଙ୍କ ପାଖରୁ ଫୋନ ନମ୍ବର ଆଣି ତାଙ୍କୁ କଣ୍ଟାକ କରିଥିଲେ। ଏହା ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଲା ଆଉ ଉଭୟ ଶାରୀରିକ ସମ୍ପର୍କରେ ମଧ୍ୟ ରହିଲେ ।ଏହା ମଧ୍ୟରେ ଦୀପିକା ଅବିବାହିତ ହୋଇ ମଧ୍ୟ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଦିନେଶ ତାଙ୍କୁ ପ୍ରତାରଣା ଦେଇଥିଲେ। ଆଉ ଯେଉଁଥି ପାଇଁ ଦୀପିକା ଆଜି ନିଜ ପୁଅକୁ ଧରି ନ୍ୟାୟ ପାଇଁ ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି।