ବାପା ଥାଇ ମଧ୍ୟ ବୋଉ ତା ପ୍ରେମିକ ସହ ପାପ ସମ୍ପର୍କ ରେ ରହୁଥିଲା ଆଉ ତା ପରେ….ଘଟଣା ଟି ଯେତିକି ରହସ୍ୟ ,ସେତିକି ଆଶ୍ଚର୍ଯ୍ୟ ଜନକ….

ଆଜିର ଦିନରେ ଆମ ସମାଜରେ ପରକୀୟା ପ୍ରୀତିକୁ ନେଇ ବହୁ ଘଟଣା ସାମ୍ନାକୁ ଆସୁଛି। ସ୍ଵାମୀକୁ ଛାଡ଼ି ସ୍ତ୍ରୀ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ପ୍ରେମିକ ସହ ଛୁ ମାରିଲାଣି। ଏମିତିକି ଛୁଆ ପିଲାଙ୍କୁ ଛାଡି ମଧ୍ୟ ମାଟିଏ ପ୍ରେମିକ ସହ ଚାଲିଯିବା ପାଇଁ ଟିକିଏ ବି କୁଣ୍ଠାବୋଧ କରୁନାହିଁ। ତେବେ ବର୍ତ୍ତମାନ ସମୟରେ ପରକୀୟା ପ୍ରୀତିର ଏଭଳି ଏକ କରୁଣ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ। ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ।

ଆଜ୍ଞା ହଁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଭାମଣ୍ଡା ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ରଙ୍ଗାଧର ଦାସଙ୍କ ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି।

ହେଲେ ତାଙ୍କ ପତ୍ନି ରତ୍ନମଣି ଦାସଙ୍କର ସେହି ଗ୍ରାମର ଅସିତ୍ ଶତପଥୀ ନାମକ ଏକ ଯୁବକଙ୍କ ସହିତ ଗଢ଼ି ଉଠି ଥିଲା ଗୁପ୍ତ ପ୍ରେମ ସମ୍ପର୍କ। ରଙ୍ଗାଧର ଏକ ମନ୍ଦିରର ପୂଜକ ହେଇଥିବାରୁ ସେ ଅଧିକାଂଶ ସମୟରେ ଘରେ ରୁହନ୍ତି ନାହିଁ । ଏହାର ଫାଇଦା ଉଠାଇ ସ୍ତ୍ରୀ ରତ୍ନମଣି ପ୍ରେମିକ ସହ ମିଳାମିଶା କରୁଥିଲେ। ଯାହା ଧିରେ ଧିରେ ସାରା ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା।

ଯାହାକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହିଲା। ପିଲା ମାନେ ମା କୁ ବୁଝାଇବା ପାଇଁ ବହୁତ୍ ଚେଷ୍ଟା କରିଥିଲେ ହେଲେ ରତ୍ନମଣି କାହା କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଆଉ ପ୍ରେମିକ ସହ ମିଳାମିଶା କରି ଚାଲିଲେ। ଏ କଥାକୁ ସ୍ବାମୀ ରଙ୍ଗାଧର ବାରମ୍ବାର ବିରୋଧ କରୁଥିଲେ। ଯାହାକୁ ନେଇ ସ୍ତ୍ରୀ ଓ ପ୍ରେମିକ ମିଶି ନିଷ୍ପତି ନେଲେ ରଙ୍ଗାଧରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବେ।

ଉଭୟ ରଙ୍ଗାଧରଙ୍କୁ ବୁଝାଇବା ପାଇଁ ଘରୁ ଡ଼ାକି ନେଇଥିଲେ ଏକ ନିଛାଟିଆ ସ୍ଥାନକୁ ଆଉ ସେହିଠାରେ ଏକ ଧାରୁଆ ଅସ୍ତ୍ରରେ ରଙ୍ଗାଧରକୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏହି ପ୍ରେମୀ ଯୁଗଳ।

ଦୀର୍ଘ ୪ ଦିନ ଧରି ରଙ୍ଗାଧର ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇ ପଡ଼ିଲେ। ଏହା ପରେ ଗ୍ରାମବାସୀଙ୍କ ସହ ମିଶି ଯାଇ ଥାନାରେ ଅଭିଯୋଗ କରିଥିଲେ। ଆଉ ୪ ଦିନ ପରେ ଗାଁ ପାଖ ନିର୍ଜନ ସ୍ଥାନରୁ ମିଳିଲା ରଙ୍ଗାଧରଙ୍କ ମୃତ ଦେହ। ତେବେ ପରେ ଜଣା ପଡିଛି କି ରଙ୍ଗାଧରଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ କୋର୍ଟରେ ବିବାହ କରି ସାରିଛନ୍ତି।

ସେପଟେ ସେହି ପ୍ରେମିକ୍ ମଧ୍ୟ ବିବାହିତ ଏବଂ ତାଙ୍କର ଗୋଟିଏ ଝିଅ ରହିଛି। ତେବେ ଯାହାକୁ ନେଇ ରଙ୍ଗାଧରଙ୍କ ଭଉଣୀ ଓ ପିଲାମାନେ ଅଭିଯୋଗ କରିଛନ୍ତି। ଏବଂ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।