‘ପୁଅପିଲା ଭୁଲ କରିବେ …କେହି କହିପାରିବେନି ସେ ପୁରା ରାମଚନ୍ଦ୍ର ..ଆମ ପାଖରେ ରାବଣ ଗୁଣ ବି ଅଛି, ମୋ ଭାଇଙ୍କ ଝିଅକୁ ପଟେଇକି ପୁରା…’ ଦେଖନ୍ତୁ Video

ଜଣେ ସାଧାରଣ ମଣିଷ ତାର ଜୀବନ ଶୈଳୀ ମଧ୍ୟରେ କିଛି ଘଟଣାକୁ ସମ୍ମୁଖୀନ କରିଥାଏ ହେଲେ ତା ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥିବାର ଦେଖିବାକୁ ମିଳି ଥାଏ। ଆଉ ସାଧାରଣ ଲୋକ ସବୁବେଳେ କଳାକାର ମାନଙ୍କର ଜୀବନ କିପରି ଅତିବାହିତ ହୋଇଥାଏ ତାହାକୁ ଜାଣିବାକୁ ଚାହିଁ ଥାଆନ୍ତି।ଦର୍ଶକ ମାନେ ନିଜର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ଲାଗି ବହୁତ ଇଚ୍ଛା ପ୍ରକାଶ କରି ଥାଆନ୍ତି।

ମନୁଷ୍ୟ ର କର୍ମମୟ ଜୀବନ ମଧ୍ୟରେ କେବେ ବି ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଭୁଲିବାକୁ ଚେଷ୍ଟା କରି ନଥାନ୍ତି। ତେବ ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଅଭିନେତା ବହୁତ ଫିଲ୍ମ ଓ ସିରିଏଲ ତାଙ୍କର ଅଭୂତ ପ୍ରତିଭା ଦେଖାଇ ହସେଇବା ସହିତ ମନୋରଞ୍ଜନ କରେଇ ଥାଆନ୍ତି ।

ଆପଣମାନେ ଅମର ମହାପାତ୍ରଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ତାଙ୍କୁ ହାସ୍ୟ ଅଭିନେତା ଭାବରେ ଲୋକମାନେ ସମସ୍ତେ ଜାଣିଛନ୍ତି ଏବଂ ସେ ଘରେ ଘରେ ପରିଚିତ । ତାଙ୍କ ଅଭିନୟ ଯିଏ ଦେଖିଥାନ୍ତି ସେମାନେ ପାଗଳ ହୋଇଥାନ୍ତି । କାରଣ ସେ ଏଭଳି ଅଭିନୟ କରୁଥାନ୍ତି ଯେ ଲୋକମାନେ ହସି ହସି ଗଡି ଯାଇଥାନ୍ତି ।

ସେ ଅଭିନୟ କରି ବହୁତ ନାମ କମାଇଛନ୍ତି । ତେବେ ସେ ନିଜର ଏକ ଇନ୍ଟର୍ଭିୟୁରେ କହିଥିଲେ କି ସମସ୍ତେ ଆମ ଫିଲ୍ମ ଦୁନିଆକୁ ଖରାପ କୁହନ୍ତି କିନ୍ତୁ ଯଦି ଆମେ ଏକାଠି କାମ ନ କରିବୁ ତାହା ଆପଣଙ୍କୁ ଦେଖିବା ପାଇଁ ମଧ୍ୟ ପସନ୍ଦ କରିବେ ନାହିଁ । ସିନେମା ଲାଇନକୁ ଖରାପ କହିବା ଉଚିତ ନୁହେଁ । ସେ କହିଛନ୍ତି କି ତାଙ୍କ ଜୀବନରେ ସବୁଠାରୁ ବଡ଼ ସପୋର୍ଟ ହେଲେ ତାଙ୍କ ସ୍ତ୍ରୀ କାହିଁକି ନାଁ ସେ କୁହନ୍ତି କି ସେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି ।

ତାଙ୍କ କହିବା କଥା ସେ ତାଙ୍କ ବାପାଙ୍କ ସହ କାମ କରୁଥିଲେ ଏବଂ ସେ ତାଙ୍କୁ ଭାଇ ବୋଲି ଡାକୁଥିଲେ,ସେହି ହିସାବରେ ସେ ଝିଆରୀ ହେଉଥିଲେ । ସେ ବହୁତ ମିଛ କଥା କହି ତାଙ୍କୁ ପଟେଇ ଥିଲେ ଏବଂ ତାଙ୍କୁ ଦଶ ବର୍ଷ ପ୍ରେମ ପରେ ବିବାହ କରିଥିଲେ । ତେବେ କୌଣସି ପୁଅ ରାମଚନ୍ଦ୍ର ନୁହେ ତା ଭିତରେ ରାବଣ କଳା ନିଶ୍ଚିତ ରହିଥାଏ । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ସ୍ତ୍ରୀ ହିଁ ତାଙ୍କ ପାଇଁ ଲକ୍ଷ୍ମୀ । ମହାପ୍ରଭୁ ଜଗନ୍ନାଥ ମଧ୍ୟ ନିଜ ସ୍ତ୍ରୀ କୁ ଅପମାନ କରିଥିଲେ ବୋଲି 12 ବର୍ଷ ଭିକ ମାଗିଥିଲେ । ସେଥିପାଇଁ ସର୍ଵଦା ନିଜ ସ୍ତ୍ରୀକୁ ଭଲ ପାଇବା ଏବଂ ତାଙ୍କୁ ସମ୍ମାନ ଦେବା ଉଚିତ ।

ତେବେ ରାଵଣ ଯେତେ ଖରାପ ହେଲେ ମଧ୍ୟ ନିଜ ସ୍ତ୍ରୀକୁ ସେ ଭଲ ପାଉଥିଲା ନଚେତ ଯଥା ରାବଣସ୍ୟ ମନ୍ଦୋଦରି ମନ୍ତ୍ର କୁହାଯାଇ ନଥାନ୍ତା । ଶେଷରେ ସେ କହିଥିଲେ କି ଦର୍ଶକମାନେ ଓଡ଼ିଆ ଚଳଚ୍ଚିତ୍ର ବହୁତ କମ୍ ଦେଖୁଛନ୍ତି । ସେଥିପାଇଁ ବହୁତ ଦୁଃଖ ଲାଗୁଛି । ଓଡ଼ିଆ ଚଳଚ୍ଚିତ୍ରକୁ ଭଲ ପାଆନ୍ତୁ ଏବଂ ଓଡ଼ିଆ କଳାକାର ମାନଙ୍କୁ ମଧ୍ୟ ବହୁତ ଭଲ ପାଇବା ଦିଅନ୍ତୁ । କାରଣ ସମସ୍ତେ ବହୁତ ଚେଷ୍ଟା କରୁଛନ୍ତି ବହୁତ କଷ୍ଟ ମଧ୍ୟ କରୁଛନ୍ତି । କାରଣ ସମସ୍ତେ ଚାହୁଁଛନ୍ତି ଯେଉଁ ମାନେ ଅଭିନୟ କରୁଛନ୍ତି ଚଳଚ୍ଚିତ୍ର ଭଲ ହେଉ ଏବଂ ଦର୍ଶକମାନେ ତାଙ୍କ ଅଭିନୟ ଦେଖନ୍ତୁ।