new twist-ମୋ ପୁଅକୁ ଜ୍ୱର ହେଇଯାଇଛି ମୋତେ ଝୁରି ଝୁରି ସେ କିଛି ଖାଉନି ମୁଁ ତାକୁ ମେଡିକାଲ ନେବି ନା କଣ କରିବି…ଶୁଣନ୍ତୁ ଦୀପିକା ଙ୍କ ଦୁଃଖ

ତେବେ ବର୍ତ୍ତମାନ ସମୟରେ ଦୀପିକା ଓ ଦିନେଶ ଙ୍କର ଖବର ରେ ଦେଖିବା ପାଇଁ ମିଳିଛି କି ଦୀପିକା ଙ୍କର ପୁଅର ଦେହ ଖରାପ ହେବାରୁ ସେ ତାଙ୍କ ପୁଅକୁ ଧରି ମେଡିକାଲ ଯାଇ ଥିଲେ | ଏହାକୁ ନେଇ ଦୀପିକା ମିଡ଼ିଆ ସାମ୍ନାରେ କହିଛନ୍ତି କି, ଆଜିକୁ 17 ଦିନ ହୋଇ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ର ନ୍ୟାୟ ପାଇ ନାହିଁ ମୁଁ କେବଳ ବସିଛି ମୋ ପୁଅ ନ୍ୟାୟ ପାଉ ବୋଲି |

ଆଉ ଆପଣ ମାନେ ତ ଦେଖୁ ଥିବେ କି ମୋ ପିଲା ଖୁବ ଅସୁସ୍ଥ ଅଛି ତାକୁ ବହୁତ ଜୋର ରେ 3 ଦିନ ହେଲାଣି ଜ୍ଵର ହୋଇ ଯାଇ ଥିଲା ଆଉ ଏବେ ଜ୍ୱର ତା ମୁଣ୍ଡ କୁ ଚଢି ଯାଇ ଥିଲା ସେ ବହୁତ ଦୁର୍ବଳ ହୋଇ ଯାଇ ଥିଲା | ମୁଁ ଭାବୁଛି କି ମତେ ସେ ଝୁରି ଝୁରି ହିଁ ଏମିତି ହୋଇ ଯାଇଛି କାରଣ ସେ ଖିଆ ପିଆ ମଧ୍ୟ ଠିକସେ କରୁନି |

ଆଉ ଆଜି ମୁଁ ତାକୁ ବହୁତ ଟେନ୍ସନ ରେ ମେଡିକାଲ କୁ ନେଇକି ଯାଇ ଥିଲି ଆଉ ସେଠି ତାକୁ ଦେଖେଇଲି ବି | ଦେଖନ୍ତୁ ଯଦି ଗୋଟେ ଛୁଆ ର କଣ ହେବ ସେଠି ନିହାତି ତା ମା ତା ଛୁଆ ପାଇଁ ଦୌଡିକି ଯିବ ଆଉ ମୁଁ ମଧ୍ୟ ଯାଇ ଥିଲି | ନୋଟିସ କଣ ଆସିବ ସେଥିପାଇଁ ମତେ ଡର ନାହିଁ କାରଣ ମୁଁ ଠିକ ରେ ଅଛି ଆଉ ମୋ ପାଖରେ ଡିଏନଏ ଟେଷ୍ଟ ର ରିପୋର୍ଟ ମଧ୍ୟ ଅଛି ତେଣୁ କରି ମୁଁ କାହିଁକି ଡରିବି |

ମୁଁ ମୋ ପିଲା ପାଇଁ ଲଢ଼ୁଛି ଆଉ ମତେ ଯେତେ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ମୁଁ ଏଠୁ ଯିବି ନାହିଁ | ଆଉ ମୋ ନାଁ ରେ ଦଫା ମଧ୍ୟ ଲାଗି ସାରିଲାଣି କିନ୍ତୁ ଯେଉଁ ଦଫା ଲଗାଉଛ ଲଗାଅ ହେଲେ ମୁଁ ଡରିନି କି ଏଠି ହଟିବିନି |

ଯେତେ ପର୍ଯ୍ୟନ୍ତ ଦିନେଶ ଆସିକି ତାର ପୁଅ କୁ ନ୍ୟାୟ ଦେଇ ନାହିଁ ଆଉ ଯେତେ ପର୍ଯ୍ୟନ୍ତ ମୋ ସହିତ ପ୍ରମିଳା ମା ଅଛନ୍ତି ସେତେ ପର୍ଯ୍ୟନ୍ତ ମୋର ଡରିବାର ନାହିଁ ଆଉ ମୁଁ ସେମିତି ମୋ ପୁଅ ପାଇଁ ଲଢୁ ଥିବି ବୋଲି ଦୀପିକା କହିଛନ୍ତି |

ତେବେ ଏହି କଥା କହୁ ଥିବା ସମୟରେ ଦୀପିକା ଙ୍କର ଆଖି ମଧ୍ୟ ଛଳ ଛଳ ହୋଇ ଯାଉ ଥାଏ କାରଣ ସେ ଯାହାକୁ ଏତେ ବିଶ୍ୱାସ କରି ଭଲ ପାଉ ଥିଲେ ସମ୍ପର୍କ ରଖି ଥିଲେ କିଏ ଜାଣି ଥିଲା ସେ ଆଜି ଗୋଟେ ଏମିତି ପରିସ୍ଥିତି ଆଣି ଠିଆ କରି ଦେବ ବୋଲି | ତେବେ ବର୍ତ୍ତମାନ ସମୟରେ କେବଳ ଅପେକ୍ଷା ରହିଲା ଯେ ଦିନେଶ ଆସି ଦୀପିକା ଙ୍କୁ ନ୍ୟାୟ ଦେଉଛନ୍ତି କି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।