ଦେଖନ୍ତୁ Shocking ଭିଡ଼ିଓ- ବନ୍ୟାର ମହାତାଣ୍ଡବ bike ରେ ଆସୁଥିଲେ ଯୁବକ ହଟାତ୍ ଧସିଗଲା ପାହାଡ..ଆଉ ତା ପେର ଯାହା ହେଲା ଭିଡିଓ ଦେଖିଲେ ଥରି ଉଠିବେ…..video viral

ଆସୁଛି ଆଉ ଏକ ବଡ଼ ବର୍ଷା । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତୁଞ୍ଜୟ ମହାପାତ୍ର । ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଗୁରୁବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବା ସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ତେବେ ୧୯ ଓ ୨୦ ତାରିଖରେ ବର୍ଷା ପରିମାଣ ବଢିବାକୁ ଥିବା ଆଇଏମ୍‌ଡି ଡିଜି କହିଛନ୍ତି ।ଲଘୁଚାପ ପ୍ରଭାବରେ ଗୁରୁବାର ରାତିରୁ ଉପକୂଳ ଓଡ଼ିଶା

ଓ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହୋଇଛି । ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ବର୍ଷାର ପରିମାଣ ବଢିବ । ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ସମୟରେ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

 ୧୯ ତାରିଖରେ ଛତିଶଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି । ୨୦ ତାରିଖ ଦୁଇଦିନ ଧରି ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବାକୁ ଥିବାରୁ ଆଉଥରେ ବନ୍ୟାସ୍ଥିତି ସୃଷ୍ଟି ହୋଇପାରେବୋଲି ଅନୁମାନ କରାଯାଉଛି । ଉପରମୁଣ୍ଡରେ ବର୍ଷା ଜାରି ରହିଲେ ମହାନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ସେହିପରି ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଗୁରୁବାର ରାତିରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଥିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ସୃଷ୍ଟ ଲଘୁଚାପକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୯ ଓ ୨୦ ତାରିଖ ପାଇଁ କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ଓଡ଼ିଶା ସମେତ ଅନ୍ୟାନ୍ୟ କେଉଁ କେଉଁ ରାଜ୍ୟ ମାନଙ୍କରେ ମଧ୍ୟ ବର୍ଷା ଜାରି ରହିଛି। ଯାହା ଫଳରେ କି ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଆଉ ସେହି ଦୃଶ୍ୟ ଟି ହେଉଛି ଉତ୍ତରାଖଣ୍ଡ ର ପିଥରଗଡ଼ ଜିଲ୍ଲାର। ଜଣେ ଯୁବକ ରାସ୍ତାରେ ବାଇକ ନେଇ ଆସୁଥିବା ବେଳେ ହଠାତ୍ ଭୁସ୍ଖଳନ ହୋଇଥିଲା। ତେବେ ସୌଭାଗ୍ୟବଶତଃ ଯୁବକ ଜଣକର କିଛି କ୍ଷତି ହୋଇନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।