Breaking News -ବିବାହର 2 ବର୍ଷ ପରେ ଅଲଗା କ୍ରିକେଟର ହେଲେ ୟୁଜଭେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀ ବର୍ମା….

ଅଲଗା ହେବା ପାଇଁ ଯାଉଛନ୍ତି ସେଲିବ୍ରେଟି କପଲ ତଥା ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା। ଏ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଛି। ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ।ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲ ଏବେ କ୍ରିକେଟରୁ ବିରତି ନେଇଛନ୍ତି। ସେ ସିଧା ସଳଖ ଏସିଆ କପ୍ ରେ ମଇଦାନକୁ ଫେରିବେ। ତେବେ କ୍ରିକେଟକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହି ଆସିଥିବା ଚହଲ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ।

ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି।ଇନଷ୍ଟାଗ୍ରାମ୍ ଚହଲ ଏବଂ ଧନଶ୍ରୀ କରିଥିବା ପୋଷ୍ଟରୁ ସେମାନେ ଅଲଗା ହେବା ପାଇଁ ଯାଉଛନ୍ତି ବୋଲି ଚର୍ଚ୍ଚା କରା ଯାଉଛି।

ୟୁଜଭେନ୍ଦ୍ର ଚହଲ ଇନଷ୍ଟାଗ୍ରାମ୍ ଏକ ଷ୍ଟୋରି ସେୟାର କରି ନୂଆ ଜୀବନ ଲୋଡ଼ିଂ ବୋଲି ଲେଖିଥିବା ବେଳେ ତାଙ୍କ ପତ୍ନୀ ଧନଶ୍ରୀ ପ୍ରୋଫାଇଲରୁ ଚହଲ ଉପନାମ ହଟାଇ ଦେଇଛନ୍ତି। ତେବେ ଦୁହିଁଙ୍କ ଏପରି କାମ ଦେଖି ସେମାନେ ଆଗକୁ ଅଲଗା ହେବା ପାଇଁ ଯାଉଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ବିବାହର ଦୁଇ ବର୍ଷ ନ ପୁରୁଣୁ କାହିଁକି ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ଅଲଗା ହେବା ପାଇଁ ଯାଉଛନ୍ତି ତାହା ଫ୍ୟାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଥାଉକି ଦେଶରେ କରୋନା କାଳରେ ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ସେମାନଙ୍କର ବିବାହର ଫୋଟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଡ଼ିସେମ୍ବର ୨୦୨୦ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ସେମାନଙ୍କର ବିବାହ ପରେ ସେମାନଙ୍କ ପ୍ରଶଂସକମାନଙ୍କୁ ଏ ବିଷୟରେ ଜଣାଇଥିଲେ।

ସୂଚନା ଯୋଗ୍ୟ ଧନଶ୍ରୀ ହେଉଛନ୍ତି ଜଣେ କୋରିଓଗ୍ରାଫର୍ ତାଙ୍କର ଏକ ଡ୍ୟାନ୍ସ ସ୍କୁଲ ମଧ୍ୟ ରହିଛି। ଚହଲ ଅନଲାଇନ ଡ୍ୟାନ୍ସ କ୍ଲାସ ଆରମ୍ଭ କରିବା ପରଠାରୁ ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ପରେ ପରେ ସେମାନେ ବିବାହ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏହାପରେ ଧନଶ୍ରୀଙ୍କୁ ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟତା ମିଳିଥିଲା।

ତେବେ ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦକୁ ନେଇ ଉଭୟଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ। ସେ ଯାହା ବି ହେଉ ଏହା ଏକ କଳ୍ପନା ଜଳ୍ପନା ହୋଇଥାଉ ବୋଲି ଫ୍ୟାନମାନେ ଆଶା କରିଛନ୍ତି।