( ପବିତ୍ର ଜନ୍ମାଷ୍ଟମୀ ) 18 August | ଆଗାମୀ ୨ମାସ ପର୍ଯ୍ୟନ୍ତ ଏହି (୫ଟି ରାଶିରେ) ଧନର ବର୍ଷା |

ଆପଣ ମାନେ ଜାଣିଥିବେ କି ଆଗକୁ ଆସିବା ପାଇଁ ଯାଉଛି ଜନ୍ମାଷ୍ଟମୀ । 18 ଅଗଷ୍ଟ 2022ରେ ପାଳନ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ ପର୍ବ ,ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବାର ବିଶେଷ ମହତ୍ବ ରହିଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ଜନ୍ମାଷ୍ଟମୀ ପର୍ବ ଭାବରେ ପ୍ରତ୍ୟୋକ ହିନ୍ଦୁ ଧର୍ମର ଲୋକମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଭଗବାନ ଶ୍ରୀକୃଷ୍ଣ ଦୁଃଖ,କଷ୍ଟ, ଦରିଦ୍ର ହେବାରୁ ମୁକ୍ତି ଦେଇଥାନ୍ତି ।

କୁହାଯାଏ କି ଏହି ଦିନ ଉଚିତ୍ ବିଧିବିଧାନ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଦ୍ବାରା ସମସ୍ତ ମନଃସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଭକ୍ତମାନେ ଏହି ଦିନ ଉପବାସ ରହି ନିଷ୍ଠାର ସହିତ ଜନ୍ମାଷ୍ଟମୀ ବ୍ରତ ରଖିଥାନ୍ତି । ଆଉ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ଏବଂ ପୂଜାର୍ଚ୍ଚନା ଆଦି କରିଥାନ୍ତି ।

ତେବେ ଆଜି ଆମେ ଏମିତି କିଛି ଦିନିଷ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଏହି ଦିନ ଘରକୁ ଆଣିଲେ ଆପଣ ଙ୍କ ଘର କୁ ସୁଖ ସମୃଦ୍ଧି ଆସିବା ସହିତ ଭଗବାନ ଶ୍ରୀ କୃଷ୍ଣ ଙ୍କ ର କୃପା ସଦା ସର୍ବଦା ଆପଣ ଙ୍କ ଗୃହ ରେ ରହିବ । ଯଦି ଆପଣ ବି ଧନ ସମ୍ବନ୍ଧିତ କୋଣସି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏବଂ ଏଥିରୁ ମୁକ୍ତି ଚାହୁଁଛନ୍ତି ତେବେ ଏହି ପବିତ୍ର ଜନ୍ମଷ୍ଟମୀ ଦିନ ଆପଣ ମାନେ ଏହି ସବୁ ଜିନିଷ ଗୁଡିକୁ ନିଜ ଘର କୁ ଆଣନ୍ତୁ ।

ଦେଖିବେ ଆପଣ ଙ୍କ ର କେବେ ବି ଧନ ସମ୍ବନ୍ଧିତ ସମସ୍ୟା ଦେଖା ଦେବ ନାହିଁ । ଏଥି ସହିତ ମନବାଞ୍ଛିତ ଫଳ ଆପଣ ଙ୍କୁ ପ୍ରାପ୍ତ ହେବ । ଏହି ପର୍ବ ରେ ଆପଣ ମାନଙ୍କୁ 8 ଟି ଏଭଳି ଜିନିଷ କିଣିବା ଉଚିତ୍ ଯାହା ଦ୍ବାରା ଘରେ ସୁଖ ସମୃଦ୍ଧି ବିରାଜ ମାନ କରିଥାଏ । ଏହି ଜିନିଷ ଗୁଡିକ ର ସୂଚନା ନିଜେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ସମୟ ରେ ଯୁଧିଷ୍ଟିର ଙ୍କୁ କହିଥିଲେ । ତେବେ ଆସନ୍ତୁ ଜାଣିବା ସେହି ଆଠ ଗୋଟି ଜିନିଷ ବିଷୟରେ,

1. ଚନ୍ଦନ, 2. ବୀଣା, 3. ଗାଈ ପ୍ରସ୍ତୁତ ଘିଅ, 4. ମହୁ, 5. ତମ୍ବା ପାତ୍ର ରେ ଶୀତଳ ଜଳ, 6. ବଇଁଶୀ , 7. ସନ୍ତାନ ସୁଖ ପାଇଁ ଚିନ୍ତିତ ଥିଲେ ଘର ର କବାଟ ରେ ବାଳ ଗୋପାଳ ଙ୍କ ଫୋଟ, 8. ମୟୂର ଚନ୍ଦ୍ରିକା -ଘର ର ଶୋଇବା ଘରେ ଦୁଇଟି ମୟୂର ଚନ୍ଦ୍ରିକା ଏବଂ ଅନ୍ୟ ଘର ମାନଙ୍କ ରେ ଗୋଟିଏ ଗୋଟିଏ ମୟୂର ଚନ୍ଦ୍ରିକା ନିଶ୍ଚୟ ଲଗାନ୍ତୁ । ତେବେ ଏହା ଥିଲା ଜନ୍ମାଷ୍ଟମୀ ଦିନ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ଆପଣ ଙ୍କ ଗୃହ ରେ କେବେ ବି ଧନ ର ଅଭାବ ହେବ ନାହିଁ ।